YouTube କ୍ରିଏଟର୍ସମାନଙ୍କ ପାଇଁ କମ୍ପାନୀ ଲଞ୍ଚ କଲା ନୂଆ ଫିଚର, ରୋଜଗାର କରିପାରିବେ ଅଧିକ ଟଙ୍କା
ଏହି ଫିଚର ଦ୍ୱାରା କ୍ରିଏଟର୍ସମାନେ ଅତି ସହଜରେ ସେମାନଙ୍କର ପୋଡକାଷ୍ଟକୁ ସହଜରେ ଅପଲୋଡ୍ କରି ପାରିବେ । YouTube ଷ୍ଟୁଡିଓ ଭିତରେ ପୋଡକାଷ୍ଟ ଭିଡିଓ ସେୟାର କରିବାକୁ କମ୍ପାନୀ ଏକ ନୂଆ ଅପ୍ସନ ଦେଉଛି, ଯାହା ଦ୍ୱାରା କ୍ରିଏଟର୍ସମାନେ ଏହାକୁ YouTubeରେ ତଥା YouTube ମ୍ୟୁଜିକରେ ମଧ୍ୟ ସେୟାର କରିପାରିବେ ।
ପୋଡକାଷ୍ଟ କ୍ରିଏଟର୍ସମାନଙ୍କ ପାଇଁ ଗୁଗଲର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ YouTube ରେ କମ୍ପାନୀ ଏକ ନୂଆ ଫିଚର୍ସ ଯୋଡିଛି । ଏହି ଫିଚର ଦ୍ୱାରା କ୍ରିଏଟର୍ସମାନେ ଅତି ସହଜରେ ସେମାନଙ୍କର ପୋଡକାଷ୍ଟକୁ ସହଜରେ ଅପଲୋଡ୍ କରି ପାରିବେ । YouTube ଷ୍ଟୁଡିଓ ଭିତରେ ପୋଡକାଷ୍ଟ ଭିଡିଓ ସେୟାର କରିବାକୁ କମ୍ପାନୀ ଏକ ନୂଆ ଅପ୍ସନ ଦେଉଛି, ଯାହା ଦ୍ୱାରା କ୍ରିଏଟର୍ସମାନେ ଏହାକୁ YouTubeରେ ତଥା YouTube ମ୍ୟୁଜିକରେ ମଧ୍ୟ ସେୟାର କରିପାରିବେ । YouTube ମ୍ୟୁଜିକ୍ ହୋମପେଜରେ ପୋଡକାଷ୍ଟ ଅପ୍ସନର ଲାଭ ଉଠାଇ ପାରିବେ ।
ୟୁଜର୍ସମାନେ YouTube ମ୍ୟୁଜିକ୍ ର ପୋଡକାଷ୍ଟକୁ ଅନ୍-ଡିମାଣ୍ଡ, ଅଫଲାଇନ୍ ଏବଂ ବ୍ୟାକଗ୍ରାଉଣ୍ଡରେ ଶୁଣି ପାରିବେ । ଏହା ଦ୍ୱାରା କ୍ରିଏଟର୍ସମାନଙ୍କୁ ଆଡ୍ସ ଏବଂ ସବସ୍କ୍ରିପ୍ସନର ଟଙ୍କା ମିଳିବ ଏବଂ ସେମାନଙ୍କର ଇନକମ୍ ବଢ଼ିବ ।
କିଛି ସମୟ ପୂର୍ବରୁ YouTube ବ୍ରାଣ୍ଡେଡ୍ କଣ୍ଟେଟ୍ ମଧ୍ୟ ଆରମ୍ଭ କରିଛି ଯାହା ବର୍ତ୍ତମାନ ଭାରତର କିଛି କ୍ରିଏଟର୍ସ ଏବଂ ଆଡଭାଟାଇଜର୍ସଙ୍କ ପାଇଁ ଉପଲବ୍ଧ । ବ୍ରାଣ୍ଡ କଣ୍ଟେଣ୍ଟ ଅନୁସାରେ କମ୍ପାନୀ ସହଜରେ ଦୁଇଜଣଙ୍କୁ ଯୋଡ଼ିବା ପାଇଁ କାର୍ଯ୍ୟ କରେ ଯାହା ଦ୍ୱାରା ସ୍ମଥ ଓ୍ଵାର୍କିଂ ସହଜ ହୋଇଥାଏ । ଏହା ଦ୍ୱାରା କ୍ରିଏଟର୍ସ ଏବଂ ଆଡଭାଟାଇଜର୍ସମାନେ ସହଜରେ ପରସ୍ପର ସହିତ ଯୋଡ଼ି ହୁଅନ୍ତି ।