ରିଲାଏନ୍ସ ଜିଓର ବଡ଼ ପଦକ୍ଷେପ, ଲୋକପ୍ରିୟ ପ୍ରିପେଡ୍ ପ୍ଲାନକୁ ବନ୍ଦ କରିବ କମ୍ପାନୀ

ରିଲାଏନ୍ସ ଜିଓ ଏହାର ସବୁଠାରୁ ଲୋକପ୍ରିୟ ପ୍ରିପେଡ୍ ପ୍ଲାନ୍‌ ୩୯୫ ଏବଂ ୧,୫୫୯ ବନ୍ଦ କରିବାକୁ ଘୋଷଣା କରିଛି । ଯେଉଁଥିପାଇଁ ନିରାଶ ହୋଇଛନ୍ତି ଅନେକ ଗ୍ରାହକ । ଅନଲିମିଟେଡ୍‌ 5G ଡାଟା ଏବଂ ଅଧିକ ଭାଲିଡିଟି ପାଇଁ ଲୋକମାନେ ଏହି ପ୍ଲାନକୁ ଅଧିକ ପସନ୍ଦ କରୁଥିଲେ । କିନ୍ତୁ ଏହା ଏବେ ବନ୍ଦ ହେବ ବୋଲି କମ୍ପାନୀ ଘୋଷଣା କରିଛି ।

ବର୍ତ୍ତମାନ ବନ୍ଦ ହୋଇଥିବା ୩୯୫ ପ୍ଲାନରେ ୮୪ ଦିନର ଭାଲିଡିଟି ଥିବାବେଳେ ୧,୫୫୯ ପ୍ଲାନରେ ୩୩୬ ଦିନର ଭାଲିଡିଟି ଥିଲା । ଉଭୟ ପ୍ଲାନରେ ଅନଲିମିଟେଡ୍‌ 5G ଡାଟା ସାମିଲ କରାଯାଇଥିଲା, ଯାହା ୟୁଜରଙ୍କୁ ଅଧିକ ଡାଟା ବ୍ୟବହାର କରିବା ପାଇଁ ଅପ୍ସନ ଦେଉଥିଲା । କିନ୍ତୁ ଏହି ପ୍ଲାନକୁ ଆଉ ଉପଭୋଗ କରିହେବ ନାହିଁ ।

ଟାରିଫ ସଂଶୋଧନର ଏକ ଅଂଶ ଭାବରେ ଜିଓର ବେସ୍‌ ପ୍ଲାନ୍‌ ୨୨% ବୃଦ୍ଧି ପାଇ ୧୫୫ରୁ ୧୮୯ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨୮ ଦିନର ୨ GB ଡାଟା ଥିବା ପ୍ଲାନର ମୂଲ୍ୟ ୧୫୫ ରୁ ୧୮୯ କୁ ବୃଦ୍ଧି ପାଇଛି । ୨୮ ଦିନ ପାଇଁ ପ୍ରତିଦିନ ୧ GB ଡାଟା ଥିବା ପ୍ଲାନର ଦାମ୍‌ ୨୦୯ ରୁ ୨୪୯ କୁ ବୃଦ୍ଧି ପାଇଛି । ପ୍ରତିଦିନ ୧.୫ ଜିବି ମିଳୁଥିବା ଡାଟା ପ୍ଲାନର ଦାମ୍‌ ୨୩୯ ରୁ ୨୯୯ କୁ ବୃଦ୍ଧି ପାଇଛି । ପ୍ରତିଦିନ ୨ GB ମିଳୁଥିବା ଡାଟା ପ୍ଲାନର ଦାମ୍‌ ୨୯୯ ରୁ ୩୪୯ କୁ ବୃଦ୍ଧି ପାଇଛି ।

ଲମ୍ବା ଭାଲିଡିଟି ଥିବା ପ୍ଲାନ୍‌ ଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ୩ ମାସର ଭାଲିଡିଟି ଥିବା ବିଭିନ୍ନ ପ୍ଲାନର ଦାମ୍‌ ଅଧିକ ମହଙ୍ଗା ହୋଇଛି । ବାର୍ଷିକ ପ୍ଲାନଗୁଡିକରେ ଆହୁରି ଅଧିକ ବୃଦ୍ଧି ଘଟିଛି । ସବୁଠାରୁ ବଡ଼ କଥା ହେଉଛି ବାର୍ଷିକ ୩୬୫ ଦିନିଆ ପ୍ଲାନର ଦାମ୍‌ ୬୦୦ ଟଙ୍କା ଅଧିକ ହୋଇଛି । ବର୍ତ୍ତମାନ ଏହାର ଦାମ୍‌ ୩,୫୯୯ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.