ବିନା ଇଣ୍ଟରନେଟ ବିନା ବ୍ଲୁଟୁଥରେ ଅନ୍ୟ ଫୋନ ସହ କନେକ୍ଟ ହୋଇପାରିବ ଆପଣଙ୍କ ଫୋନ, ଜାଣନ୍ତୁ କେମିତି

ଗୁଗଲ ନିଜର ଏକ ନୂଆ ଆପକୁ ଲଞ୍ଚ୍ କରିଛି। ଆପର ନାମ ହେଉଛି  WifiNanScan । ଏହି ଆପ୍ ସାହାଯ୍ୟରେ ଆପଣ ନିଜ ଆଖପାଖରେ ଥିବା ସ୍ମାର୍ଟଫୋନ୍ ସହ କନେକ୍ଟ କରିପାରିବେ।  WifiNanScan ଆପ୍ ଯଦିଓ ବର୍ତ୍ତମାନ ପାଇଁ କେବଳ ଡେଭଲପର୍ସଙ୍କ ପାଇଁ ବନାଯାଇଛି, ଯାହାକୁ ସେ ଓ୍ଵାଇଫାଇ ସହିତ ଏକ୍ସପେରିମେଣ୍ଟ କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଓ୍ଵାଇଫାଇ Aware  ଏକ Neighbour Awareness Networking ଅଟେ ଯାହା ସ୍ମାର୍ଟଫୋନ୍ ୟୁଜର୍ସଙ୍କୁ ଅନ୍ୟ ଫୋନ ସହ କନେକ୍ଟ କରିବାରେ ସାହାଯ୍ୟ କରିଥାଏ।

ଜଣେ ଜଣଙ୍କ ସହିତ କନେକ୍ଟ କରିବା ପାଇଁ ସ୍ମାର୍ଟଫୋନର ଆଣ୍ଡ୍ରଏଡ ୮ କିମ୍ବା ତାଉପରେ ଚଲାଇବା ଜରୁରୀ। ଏହି ଆପ୍ ସାହାଯ୍ୟରେ ଦୁଇ ଜଣ ସ୍ମାର୍ଟଫୋନ ୟୁଜର୍ସ ବିନା କୌଣସି କନେକ୍ଟିଭିଟୀରେ ଜଣେ ଜଣଙ୍କ ସହିତ କନେକ୍ଟ ହୋଇପାରିବେ। ଏହା ଆଖପାଖରେ ଥିବା ନେଟଓ୍ଵାର୍କ ସାହାଯ୍ୟରେ କନେକ୍ଟ ହୋଇଥାଏ। ଯାହାଦ୍ୱାରା ୟୁଜର୍ସ ଡାଟା କିମ୍ବା ମେସେଜ୍ ସେୟାର କରିପାରିବେ। ଏବେ ଆସନ୍ତୁ ଜାଣିବା ଏହି ଆପର ଫାଇଦା।

ଆପ୍ ଜରିଆରେ ବ୍ୟବହୃତ ହୋଇଥିବା ନେଟଓ୍ଵାର୍କ ସାହାଯ୍ୟରେ ଆପଣ ସୁରକ୍ଷିତ ତରିକାରେ ପ୍ରିଣ୍ଟରରେ ଡକ୍ୟୁମେଣ୍ଟ ପଠାଇ ପାରିବେ। ଏହି ସବୁକିଛି ବିନା କୌଣସି ନେଟଓ୍ଵାର୍କରେ କନେକ୍ଟ ହୋଇଯିବ।

ବିନା ଇଣ୍ଟରନେଟ କନେକସନରେ ଆପଣ କୌଣସି ବି ରେଷ୍ଟୁରାଣ୍ଟରେ ରିଜର୍ଭେସନ କରିପାରିବେ। ଏହିସବୁ କିଛି ବିନା ଇଣ୍ଟରନେଟ୍ କନେକସନ ଦ୍ୱାରା ହୋଇପାରିବ। ଏହିସବୁ ସେତେବେଳେ ସମ୍ଭବ ହେବ ରେଷ୍ଟୁରାଣ୍ଟ ବନ୍ଦ ହେବ।

ସ୍କୁଲରେ ଆପେ ଆପେ ରୋଲ କଲ ଏବଂ ଚେକଇନ ହୋଇପାରିବ।

ଏୟାରପୋର୍ଟ ସିକ୍ୟୁରିଟୀ, କଷ୍ଟମ, ଇମିଗ୍ରେସନରେ ଆପଣ ବିନା ଆଇଡିରେ ଚେକଇନ୍ କରିପାରିବେ।

ଏହି ଆପକୁ ଆପଣ ସହଜରେ ଗୁଗଲ ପ୍ଳେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ଏହି ଆପ୍ ୧ ମିଟର ଠାରୁ ନେଇ ୧୫ ମିଟର ପର୍ଯ୍ୟନ୍ତ କାମ କରିଥାଏ। ଡେଭଲପର୍ସ, ଏବଂ ରିସଚର୍ସ ଏହି ଟୁଲର ବ୍ୟବହାର କରି ରେଞ୍ଜ ଏବଂ ଡିସଟାନ୍ସକୁ କାଲକୁଲେଟ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.