କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ ଲିମିଟ୍ ବଢିବା ପରେ ମଧ୍ୟ ପେମେଣ୍ଟ କରିବାରେ ସମସ୍ଯା ଭୋଗୁଛନ୍ତି କି, ତେବେ ଗ୍ରାହକ ଏବଂ ଭେଣ୍ଡର ଅପଡେଟ୍ କରନ୍ତୁ ଏହି ରେକର୍ଡ

କରୋନା କାଳରେ କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ ଲିମିଟ୍ ବଢିଯାଇଛି। ଆଉ ଏହାକୁ ନେଇ ଆଜିକାଲି ଟିଭିରେ ଗୋଟିଏ ବିଜ୍ଞାପନ ଦେଖିବାକୁ ମିଳୁଛି। ଯେଉଁଥିରେ କଣ୍ଟାକ୍ଟଲେସ୍ ଟ୍ରାଞ୍ଜାକ୍ସନ ଜରିଆରେ ୫ ହଜାର ଟଙ୍କା ପର୍ଯ୍ଯନ୍ତ ପେମେଣ୍ଟ କରିପାରିବେ ବୋଲି ସୂଚନା ମିଳୁଛି। ଆଡ୍ ରେ ଦାବି କରାଯାଉଛି କି, ଏହା ମାଧ୍ୟମରେ ବହୁତ ସହଜରେ ପେମେଣ୍ଟ କରିପାରିବେ। ଏହା କିଛିମାତ୍ରାରେ ସଫଳ ମଧ୍ୟ ହୋଇଛି। କିନ୍ତୁ କିଛି ମାମଲାରେ ହଇରାଣ ହେବାକୁ ପଡୁଛି।

କଣ୍ଟାକ୍ଟଲେସ ଟ୍ରାଞ୍ଜାକ୍ସନର ପ୍ରସାର ପାଇଁ ବ୍ଯାଙ୍କ ତରଫରୁ ଭେଣ୍ଡର୍ସଙ୍କୁ PoS ମେସିନ ଦିଆଯାଉଛି, ଯାହା ସାହାଯ୍ଯରେ ବହୁତ ସହଜରେ ପେମେଣ୍ଟ ଦିଆଯାଇପାରିବ। ଆରବିଆଇ ପକ୍ଷରୁ କଣ୍ଟରକ୍ଟଲେସ ଟ୍ରାଞ୍ଜାକ୍ସନକୁ ଲୋକପ୍ରିୟ କରିବା ପାଇଁ ଏହାର ଲିମିଟ୍ ୨.୫ ଗୁଣା ବଢାଇ ୫ ହଜାର ପର୍ଯ୍ଯନ୍ତ କରାଯାଇଛି। ପୂର୍ବରୁ ଏହି ଲିମିଟ୍ ୨ ହଜାର ଟଙ୍କା ଥିଲା।

ଲିମିଟ୍ ବଢିବା ପରେ ଗ୍ରାହକ ଯେମିତି ଧୋକା ନ ଖାଆନ୍ତୁ, ତା ପାଇଁ ସଂପୂର୍ଣ୍ଣ ଧ୍ୟାନ ରଖାଯାଇଥିଲା। କଣ୍ଟାକ୍ଟଲେସ ଟ୍ରାଞ୍ଜାକ୍ସନର ଲିମିଟ୍ ୨ ହଜାର ରୁ ୫ ହଜାର ଟଙ୍କା କରିବା ପାଇଁ ଗ୍ରାହକ ବ୍ଯାଙ୍କ ସହିତ ସଂପର୍କ କରିବାକୁ ହେବ। ଏଥିପାଇଁ କେଉଁଠିକୁ ଯିବାକୁ ଦରକାର ପଡିବ ନାହିଁ, ଘରେ ବସି ବହୁତ ସହଜରେ ଏହି କାମ ହୋଇପାରିବ। ସମସ୍ତବ୍ଯାଙ୍କ ଏହି ସୁବିଧା ଅନଲାଇନ ଉପାୟରେ କଣ୍ଟାକ୍ଟଲେସ ଟ୍ରାଞ୍ଜାକ୍ସନ ବଢାଇବାର ସୁବିଧା ଗ୍ରାହକଙ୍କୁ ଦେଉଛି।

payment
photo credit: Investopedia

କାର୍ଡଧାରକ ଗ୍ରାହକ ବ୍ଯାଙ୍କକୁ ଫୋନ ଜରିଆରେ ନିଜର କଣ୍ଟାକ୍ଟଲେସ ଟ୍ରାଞ୍ଜାକ୍ସନ ବଢାଇବା ପାଇଁ କହିପାରିବେ। ଏହାଛଡା ବ୍ଯାଙ୍କର ଅଧିକାରକ ୱେବସାଇଟ୍ ଯାଇ ଆବେଦନ କରିପାରିବେ। ବ୍ଯାଙ୍କ ତରଫରୁ କିଛି ପ୍ରଶ୍ନ ପଚରାଯିବ, ଯାହା ଆପଣଙ୍କୁ କନଫରମେସନ କଲ, ଇମେଲ କିମ୍ବା ଏସଏମଏସ ଆସିବ। ଏହା ଦ୍ବାରା ଆପଣ ନିଜର ଲିମିଟ୍ ବଢାଇପାରିବେ।

You might also like