ଫୋନରୁ ମିସ୍ ହୋଇଯାଇଛି କି କଣ୍ଟାକ୍ଟ? ଏହି ଉପାୟରେ ପୁଣିଥରେ ହାସଲ କରିପାରିବେ ନମ୍ବର

ଫୋନ ହଜିଗଲେ କିମ୍ବା ଭାଙ୍ଗି ଗଲେ ସବୁଠୁ ବଡ଼ ସମସ୍ୟା ଥାଏ ପୁଣିଥରେ ସବୁ କଣ୍ଟାକ୍ଟ ପାଇବା। ଫୋନରେ କିଛି ଏଭଳି ନମ୍ବର ଥାଏ ଯାହା ବାରମ୍ବାର ମିଳିବା ସହଜ ହୋଇନଥାଏ। ଏଣୁ ଫୋନ ହଜିଲେ ଖୁବ ଅବଶୋଷ ଲାଗେ। ତେବେ ବର୍ତ୍ତମାନ ଆଉ ଚିନ୍ତା କରିବାର କିଛି ନାହିଁ। ଆମେ ଆପଣଙ୍କୁ କହିବୁ କଣ୍ଟାକ୍ଟ ମିସ୍ ହେଲେ ପୁଣିଥରେ କେମିତି ପାଇପାରିବେ…

ଫୋନରେ ପ୍ରଥମେ Gmail ଡାଉନଲୋଡ କରନ୍ତୁ। ଏବେ ଏହାକୁ ଲଗଇନ୍ କରନ୍ତୁ। ଆପଣଙ୍କୁ ବାମ ପଟେ ଉପରେ Google Apps ତଳେ Contacts ଓ calender ର ଅପ୍ସନ ନଜର ଆସିବ। ଏଠାରେ Contacts ଉପରେ କ୍ଲିକ କରନ୍ତୁ। ଏଠାରୁ ଆପଣ ନିଜ କଣ୍ଟାକ୍ଟ Back up ଆଣିପାରିବେ। ଏଥିପାଇଁ ଆପଣଙ୍କ କଣ୍ଟାକ୍ଟ Gmail ସହ ସିଙ୍କ ହୋଇଥିବା ଜରୁରୀ।

ଏମିତି କରନ୍ତୁ Gmail ସହ ସିଙ୍କ:
ଫୋନ Settings କୁ ଯାଆନ୍ତୁ। ଏଠାରେ Contact Backup ଅନ କରନ୍ତୁ। Settings ରେ Account and Sync ଅପ୍ସନ ସିଲେକ୍ଟ କରନ୍ତୁ ଓ Gmail ଆକାଉଣ୍ଟକୁ ଆକ୍ଟିଭ କରନ୍ତୁ। ଏହାପରେ ଆପଣଙ୍କ ମୋବାଇଲର ସବୁ ନମ୍ବର ଅଟୋମେଟିକ Gmail ରେ ସିଙ୍କ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.