ବର୍ତ୍ତମାନ ଭିଡିଓରେ ମଧ୍ୟ କନଭର୍ଟ ହେବ Studio Ghibli Ai Images, ଜାଣନ୍ତୁ କରିବେ କିପରି

OpenAI ଦ୍ବାରା Studio Ghibli style Ai image ଫିଚରକୁ ମାର୍ଚ୍ଚ ୨୬, ୨୦୨୫ ରେ ChatGPT ରେ ଆଡ୍ କରାଯାଇଥିଲା । ହେଲେ କିଛି ଘଣ୍ଟା ମଧ୍ୟରେ ଏହି ଫିଚର ଇଣ୍ଟରନେଟ୍ ସେନସେସନ୍ ପାଲଟିଗଲା । ସମଗ୍ର ଟେକ୍ ଜଗତରେ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚତ ବିଷୟ ହେଉଛି Ghibli style ଫଟୋ । ChatGPT ର ଏହି ଫିଚର ଏତେ ପପୁଲାରି ହୋଇଛି ଯେ ଛୋଟ ପିଲାଙ୍କଠାରୁ ବ୍ରୁଦ୍ଧ ଏବଂ ସେଲିବ୍ରେଟି ପର୍ଯ୍ୟନ୍ତ ଲୋକମାନେ ଏହାକୁ ବହୁତ ଉପଭୋଗ କରୁଛନ୍ତି ।
Instagram, Facebook, X ସମେତ ପ୍ରାୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବର୍ତ୍ତମାନ Studio Ghibli style AI images ରେ ପରିପୂର୍ଣ୍ଣ । ଟେକ୍ ଦୁନିଆରେ ଆନିମେଟେଡ୍ ଫଟୋର ବହୁତ୍ କ୍ରେଜ୍ ରହିଛି । OpenAI ପୂର୍ବରୁ କେବଳ ପେଡ୍ ୟୁଜର୍ସଙ୍କ ପାଇଁ ଏହି ଫିଚର ଆରମ୍ଭ କରିଥିଲା କିନ୍ତୁ ଡିମାଣ୍ଡ ଏବଂ କ୍ରେଜ୍ ବଢ଼ିବା ପରେ, ଏବେ ChatGPT ର ଫ୍ରି ୟୁଜର୍ସମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ।
ସମସ୍ତେ ChatGPT ର Studio Ghibli style Ai image କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହି ଆନିମେଟେଡ୍ ଫଟୋଗୁଡିକ ଭିଡିଓ ଫର୍ମାଟରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ । ହଁ ଆଜ୍ଞା ଏହା ସମ୍ପୂର୍ଣ୍ଣ ସମ୍ଭବ । ଆପଣ Ghibli Ai ଇମେଜଗୁଡିକ ଭିଡିଓ କ୍ଲିପରେ କନଭର୍ଟ କରି ଆପଣଙ୍କ ବନ୍ଧୁ ଏବଂ ପରିବାର ମଧ୍ୟରେ ଇମ୍ପ୍ରେସନ୍ କ୍ରିଏଟ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।
ଆପଣଙ୍କୁ କହିବୁ ଯେ ଜିଆଣ୍ଟ କମ୍ପାନୀ OpenAI ଦ୍ବାରା ଏପରି ଏକ ଟୁଲ୍ ଡେଭ୍ଲପ୍ କରାଯାଇଛଇ, ଯାହା Studio Ghibli style Ai image ଗୁଡିକୁ ତୁରନ୍ତ ଭିଡିଓ କ୍ଲଲିପରେ କନଭର୍ଟ କରେ । OpenAI ର ଏହି ଟୁଲର ନାମ ହେଉଛି – ‘ସୋରା’ । ଏଥି ସହିତ ସୋରା ଟୁଲ୍ କେବଳ ସେହି ୟୁଜର୍ସମାନେ ବ୍ୟବହାର କରିପାରିବେ ଯେଉଁମାନଙ୍କର ସବସ୍କ୍ରିପସନ୍ ପ୍ଲାନ୍ ଅଛି । ଏହାକୁ ବ୍ୟବହାର କରିବା ପାଇଁ ୟୁଜର୍ସମାନଙ୍କର ChatGPT Plus କିମ୍ବା ChatGPT Pro ର ସବସ୍କ୍ରିପସନ୍ ଥିବା ନିହାତି ଜରୁରୀ ।
ଇମେଜଗୁଡିକୁ ଫ୍ରିରେ ଭିଡିଓ କ୍ଲିପରେ କନଭର୍ଟ କରନ୍ତୁ :
ଯଦି ଆପଣଙ୍କର ChatGPT Plus କିମ୍ବା ChatGPT Pro ର ସବସ୍କ୍ରିପସନ୍ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ ଏକ ଉପାୟ କହୁଛୁ ଯାହା ଦ୍ବାରା ଆପଣ ଫ୍ରିରେ Ghibli style Ai image କୁ ଭିଡିଓରେ ପରିବର୍ତ୍ତନ କରିପାରିବେ । ଏଥିପାଇଁ ଆପଣଙ୍କୁ Hedra tool (ହେଡ୍ରା ଟୁଲ୍) ବ୍ୟବହାର କରିବାକୁ ପଡିବ । ଏଥିପାଇଁ ପ୍ରଥମେ ହେଡ୍ରା ଟୁଲର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ । ଏହା ପରେ ଆପଣଙ୍କୁ ଆପଣଙ୍କର ଆକାଉଣ୍ଟ କ୍ରିଏଟ୍ କରିବାକୁ ପଡିବ । ଆକାଣ୍ଟ ତିଆରି କରିବା ପରେ, ଭିଡିଓ ସେକ୍ସନକୁ ଯାଆନ୍ତୁ ଏବଂ Ghibli style Ai image ଅପଲୋଡ୍ କରନ୍ତୁ । ଯଦି ଆପଣ କ୍ଲିପରେ ସ୍କ୍ରିପ୍ଟ କିମ୍ବା ଗୀତ ଆଡ୍ କରିବାକୁ ଚାହୁଁଛନ୍ତି, ତେବେ ଏହି ଅପ୍ସନ ମଧ୍ୟ ଉପଲବ୍ଧ । ଆପଣଙ୍କୁ କହିରଖୁଛୁ ଯେ ହେଡ୍ରା ପ୍ରତି ମାସରେ ଏହାର ୟୁଜର୍ସଙ୍କୁ ୨୦୦ କ୍ରେଡିଟ୍ ଦେଇଥାଏ ଯାହାକୁ ବ୍ୟବହାର କରି ୨୦ ସେକେଣ୍ଡ ପର୍ଯ୍ୟନ୍ତ ଏକ କ୍ଲିପ୍ ତିଆରି କରାଯାଇପାରିବ ।