ପୁରୁଣା ସ୍ମାର୍ଟଫୋନକୁ ଏପରି କରନ୍ତୁ କ୍ୟାମେରା, ବାସ୍‌ ଗୋଟିଏ ଆପରେ ବନିଯିବ ବଢ଼ିଆ CCTV

ଅଧିକାଂଶ ଲୋକଙ୍କୁ ନିଜ ଘରର ସୁରକ୍ଷାର ଚିନ୍ତା ରହିଥାଏ । ଯଦି ଘରେ ସୁରକ୍ଷାର କଡା ବ୍ୟବସ୍ଥା ନକରାଯାଏ ତାହେଲେ ଚୋର ଏହାକୁ ଟାର୍ଗେଟ କରନ୍ତି । ଆଉ ଆପଣଙ୍କ ଅନୁପସ୍ଥିତିରେ ଘରେ ଚୋରି କରି ଚଳୁ କରିଦେଇଯାନ୍ତି। ତେଣୁ ଏହାଠାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ନିଜ ଘରେ କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଲଗାଇ ପାରିବେ । ଯଦିଓ ସମସ୍ତଙ୍କ ପାଖରେ ବଜେଟ ନଥାଏ ଏହାକୁ କିଣିବା ପାଇଁ । ଏହାକୁ ଲଗାଇବା ଖର୍ଚ୍ଚ ୫୦୦୦ ରୁ ନେଇ ୨୦,୦୦୦ ଟଙ୍କା ହୋଇଥାଏ । ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ଅଛି ତାହେଲେ ଆଜି ଆମେ ଆପଣଙ୍କୁ ଏପରି ତରିକା ବତାଇବୁ ଯାହା ସାହାଯ୍ୟରେ ଆପଣ ବିନା ଟଙ୍କା ଖର୍ଚ୍ଚ କରି ବି ଘର ଉପରେ ନଜର ରଖିପାରିବେ। ଏଥିପାଇଁ ଆପଣଙ୍କ ପାଖରେ ଏକ ପୁରୁଣା ସ୍ମାର୍ଟଫୋନ୍‌ ରହିଥିବା ଆବଶ୍ୟକ। ଏହାସହିତ ଆପଣଙ୍କ ପାଖରେ ଏକ ଇଣ୍ଟରନେଟ କନେକସନ୍‌ ବି ରହିଥିବା ଉଚିତ। ଯଦି ଆପଣ ମଧ୍ୟ ଏହି ତରିକା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆସନ୍ତୁ ଏହା ବିଷୟରେ ଡିଟେଲରେ ଜାଣିବା।

ଯଦି ଆପଣ ନିଜ ଘରେ ମଧ୍ୟ କ୍ୟାମେରା ଲଗାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙକ୍‌ୁ ଆଲଫ୍ରେଡ କ୍ୟାମେରା ଆପକୁ ନିଜ ପାଖରେ ଥିବା ପୁରୁଣା ସ୍ମାର୍ଟଫୋନରେ ଡାଉନଲୋଡ କରିବା ଉଚିତ। ତାସହିତ ନିଜର ନୂଆ ସ୍ମାର୍ଟଫୋନରେ ମଧ୍ୟ ଆପଣଙ୍କୁ ଏହି ଆପ ଡାଉନଲୋଡ କରିବା ଉଚିତ। ଏହି ଆପ୍‌ ଆପଣଙ୍କ ସ୍ମାର୍ଟଫୋନକୁ ସିସିଟିଭି କ୍ୟାମେରା ବନାଇବା କାମ କରିଥାଏ। ଥରେ ଆପଣ ଏହାକୁ ନିଜର ନୂଆ ଏବଂ ପୁରୁଣା ଫୋନରେ ଡାଉନଲୋଡ କଲେ ଆପଣଙ୍କ ପାଖରେ ଉଭୟ ଫୋନ ମଧ୍ୟରୁ ଗୋଟିଏକୁ ଆପଣ କ୍ୟାମେରା ବନାଇପାରିବେ ଏବଂ ଅନ୍ୟ ସ୍ମାର୍ଟଫୋନକୁ ମନିଟର ବନାଇପାରିବେ।

ଯଦି ଆପଣ ଉଭୟ ସ୍ମାର୍ଟଫୋନ୍ସରେ ଆପକୁ ଡାଉନଲୋଡ କରିଦେଇଛନ୍ତି ତାହେଲେ ଆପଣଙ୍କୁ ବାସ୍‌ କେବଳ ଏହା ଡିସାଇଡ୍‌ କରିବାକୁ ହେବ କେଉଁ ସ୍ମାର୍ଟଫୋନ୍ସରେ କଣ ରୋଲ ପ୍ଲେ କରିବେ। ଏହା ଡିସାଇଡ୍‌ କରିବା ପରେ ଆପଣଙ୍କୁ କ୍ୟାମେରା ଥିବା ସ୍ମାର୍ଟଫୋନକୁ ସେହି ଲୋକେସନରେ ଫିଟ୍‌ କରିବାକୁ ହେବ, ଯେଉଁଠାରୁ ଆପଣ ସହଜରେ ନିଜ ଘର ଉପରେ ନଜର ପକାଇ ପାରିବେ । ଏହି ପ୍ରୋସେସ କରିବା ପରେ ଆପଣଙ୍କୁ ସ୍ମାର୍ଟଫୋନକୁ ଚାର୍ଜିଙ୍ଗ ଅଫର କରିବାକୁ ହେବ। ଯାହାଦ୍ୱାରା ସ୍ମାର୍ଟଫୋନ୍‌ ଯେପରି ଡିସଚାର୍ଜ ହେବନାହିଁ। ନଚେତ ଆପଣ ଆପଣଙ୍କ ଘର ଉପରେ ନଜର ରଖିପାରିବେନି।

ଏହାପରେ ଆପଣଙ୍କୁ ଉଭୟ ସ୍ମାର୍ଟଫୋନକୁ ଏକ ହାଇ ସ୍ପିଡ ଇଣ୍ଟରନେଟ କନେକସନ୍‌ ସହିତ ଯୋଡିବାକୁ ହେବ। ଆପଣଙ୍କୁ ଏହି କଥାକୁ ଧ୍ୟାନ ରଖିବାକୁ ହେବ ଯେ ଯେଉଁଠି ଆପଣ ନିଜ କ୍ୟାମେରା ସ୍ମାର୍ଟଫୋନକୁ ଲଗାଇବେ ସେହି ଜାଗା କଭର ହୋଇଥିବା ଉଚିତ। ସେଥିରେ ଯେପରି ଧୂଳି, ମାଟି ଖରା ଏବଂ ବର୍ଷାର ପ୍ରଭାବ ପଡିବନି।

Leave A Reply

Your email address will not be published.