ଟେକ୍

ଆପଣଙ୍କ ଫୋନରେ ୯୬ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ରହିଥାଏ କରୋନା ଭାଇରସ, ଏପରି ସଫା କରନ୍ତୁ ନିଜର ଫୋନ

କରୋନା ଭାଇରସରୁ ବଞ୍ଚିବା ପାଇଁ କମ ସମୟ ବ୍ୟବଧାନରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା ଏବଂ ଭିଡ଼ ସ୍ଥାନରୁ ବଞ୍ଚି ରହିବା ଭଳି ଅନେକ ପ୍ରକାର ପରାମର୍ଶ ଦିଆଯାଇଥାଏ କିନ୍ତୁ ଏହି ସମୟରେ ଏକ ଏପରି ଜିନିଷ ଯାହାକୁ ସଫା କରିବା ପାଇଁ ପ୍ରାୟ ଏତେ କେହି ଧ୍ୟାନ ଦେଉନାହାନ୍ତି । ତାହା ହେଉଛି ଆମର ମୋବାଇଲ ଫୋନ । ଯଦିଓ ଆପଣଙ୍କ ଫୋନ ମାଧ୍ୟମରେ ଏହି ସଂକ୍ରମଣ ବ୍ୟାପିବାର ବିପଦ ସବୁଠାରୁ ଅଧିକ ରହିଛି ।

କରୋନା ଭାଇରସ(COVID-19)ର ଡାଟା କଲେକ୍ସନ ସମୟରେ ଜଣାପଡିଥିଲା ଯେ ଗ୍ଲାସ ସ୍ଲାଇଡରେ ଏହି ଭାଇରସ 96 ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଯାହାକି ଫୋନର ସ୍କ୍ରିନ ଉପରେ ମଧ୍ୟ ଲାଗୁ ହୋଇଥାଏ । ମାଇକ୍ରୋବାୟୋଲୋଜିଷ୍ଟ Emma Hayhurstଙ୍କ କହିବା ଅନୁଯାୟୀ ଏକଥା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ହୋଇନାହିଁ ଯେ ଏହି ଭାଇରସ ଫୋନ ଦ୍ୱାରା ସଂକ୍ରମିତ ହେଉଛି ବୋଲି କିନ୍ତୁ ଏକଥା ମଧ୍ୟ ପ୍ରମାଣିତ ନୁହେଁ ଯେ ସଂକ୍ରମଣ ଫୋନ ଦ୍ୱାରା ବ୍ୟାପୁନାହିଁ ।

  • ଯଦି ଆପଣ ନିଜର ଫୋନକୁ ସଫା ଏବଂ କୀଟାଣୁମୁକ୍ତ ରଖିବା ପାଇଁ ଚାଁହୁଥାନ୍ତି ତାହେଲେ ଏହି ସବୁ ଟିପ୍ସ ଆପଣଙ୍କର ବହୁତ କାମରେ ଆସିବ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଟିପ୍ସ ।
  • ସର୍ବପ୍ରଥମେ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ଫୋନ ଯେପରି ଅନପ୍ଲଗ ରହିବ ଏବଂ ତାଉପରୁ ନିଜର କଭରକୁ ହଟାଇ ଦିଅନ୍ତୁ ।
  • ତାପରେ ମାଇକ୍ରୋଫାଇବର କପଡ଼ାକୁ ଟିକିଏ ନରମ କରିଦିଅନ୍ତୁ ଏବଂ ସାବୁନ(କେମିକାଲ ଫ୍ରି)ର ବ୍ୟବହାର କରନ୍ତୁ ।
  • ଧ୍ୟାନ ରଖନ୍ତୁ ସାବୁନ ଯେପରି ସିଧାସଳଖ ଫୋନର ସ୍କ୍ରିନରେ ନଲାଗେ । ଏହାକୁ ପାଣିରେ ମିଶାଇ ଉକ୍ତ କପଡା ସାହାଯ୍ୟରେ ଧୀରେ ଧୀରେ ପୋଛିଦିଅନ୍ତୁ ।
  • ଆପଣଙ୍କ ଫୋନ ୱାଟରପ୍ରୁଫ ହୋଇପାରେ କିନ୍ତୁ ଧ୍ୟାନ ଦିଅନ୍ତୁ ଯେପରି ଫୋନର କୌଣସି ଓପନିଂରେ ପାଣି ନଲାଗେ । ଏହାଦ୍ୱାରା ଆପଣଙ୍କ ଫୋନ ଖରାପ ହୋଇପାରେ ।
  • ନିଜର ଫୋନ୍କୁ କୌଣସି କ୍ଲିନର ଭିତରେ ବୁଡ଼ାଇବା ଭଳି ଭୁଲ କେବେବି କରନ୍ତୁ ନାହିଁ ଏବଂ ଫୋନକୁ ବ୍ଲିଚ ମଧ୍ୟ କରନ୍ତୁ ନାହିଁ ।
  • ଟିସୁ ପେପରର ବ୍ୟବହାର କରନ୍ତୁ ନାହିଁ ଯାହାକି ଫୋନର ସ୍କ୍ରିନକୁ କ୍ଷତି ପହଞ୍ଚାଇପାରେ ।
  • ଫୋନ ଉପରେ କୌଣସି ପ୍ରକାରର ସ୍ପ୍ରେ ବ୍ୟବହାର କରନ୍ତୁ ନାହିଁ । ଯାହାଦ୍ୱାରା ଫୋନରେ ଆର୍ଦ୍ରତା ଦେଖାଦେଇପାରେ ।
  • ଫୋନ କମ୍ପାନୀ ଗୁଡିକର କହିବା ଅନୁଯାୟୀ ଏହାକୁ ସଫା କରିବା ପାଇଁ କୌଣସି ପ୍ରକାର କେମିକାଲର ବ୍ୟବହାର କରନ୍ତୁ ନାହିଁ । କେବଳ ମାଇକ୍ରୋଫାଇବାର କପଡାର ବ୍ୟବହାର କରନ୍ତୁ ।
KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

16 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

18 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

58 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago