କରୋନା ଲକ୍‌ଡାଉନ: ପଞ୍ଜାବରେ HUMhain ଆପ୍‌ ଔଷଧ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ କରୁଛି ହୋମ ଡେଲିଭରୀ

କରୋନା ଭାଇରସ ସଂକ୍ରମିତ ଭୟରେ ସମଗ୍ର ଭାରତ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ ହୋଇଛି। ଏମିତିରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଡର ଲାଗିରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ଖୋଲା ରହିଛି। ଏହାଛଡା ସରକାର ସ୍ୱିଗି, ଜମାଟୋ, ଆମାଜନ ଏବଂ ଫ୍ଲିପକାର୍ଟକୁ ଡେଲିଭରୀ କରିବାର ଅନୁମତି ମଧ୍ୟ ପ୍ରଦାନ କରିଛନ୍ତି। ଏପରି ସ୍ଥିତିରେ ପଞ୍ଜାବରେHUMhain ନାମକ ଏକ ମୋବାଇଲ ଆପ ଜରିଆରେ ଘରକୁ ଔଷଧ ଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ଡେଲିଭରୀ କରୁଛି। ଲକ୍‌ଡାଉନ ସମୟରେ ଲୁଧିଆନାରେ ‘ହମ୍‌ଆପ୍‌’ ଘର ଘରକୁ ଯାଇ ଲୋକଙ୍କ ଅତ୍ୟାବଶକ ଜିନିଷ ପହଞ୍ଚାଉଛି। ଗତ ପାଞ୍ଚବର୍ଷ ହେଲାଣି ଏହି ଆପ୍‌ ଲୋକଙ୍କ ଘରେ ଜିନିଷ ପହଞ୍ଚାଉଛି। କିନ୍ତୁ ଲକଡାଉନ କାରଣ ଯୋଗୁଁ ଘରକୁ ଜିନିଷ ପଠାଉଥିବାରୁ ୧୦୦ ଟଙ୍କା ଅଧିକ ନେଉଛି।

home

ଏହି ଆପ୍‌ କେବଳ ଲୁଧିଆନା, ଜଳନ୍ଧର, ଅମୃତସର ଏବଂ ଚଣ୍ଡୀଗଢରେ ସୁବିଧା ଯୋଗାଉଛି। ଗୁଗଲ ପ୍ଲେ ଷ୍ଟୋର‘ହମ ହେଁ’ ଆପ୍‌ ଜରିଆରେ ଆପଣ ଜିନିଷ ମଙ୍ଗାଇପାରିବେ। ଜିନିଷ ଅର୍ଡର କରିବାର ୪୫ ମିନିଟ୍‌ ପରେ ଘରକୁ ଡେଲିଭରୀ ହେଇଯାଉଛି। ଆପ୍‌କୁ ଡାଉନଲୋଡ କରିବା ପରେ ଆପଣଙ୍କ ମୋବାଇଲ ଏବଂ ଇମେଲକୁ ରେଜିଷ୍ଟ୍ରେସନ କରିବାକୁ ହେବ। ଏହାପରେ ଆପଣଙ୍କୁ ଏକ ପାସଓ୍ଵାର୍ଡ ମିଳିବ। ଏହା ପରେ ଆପଣ ଜରୁରୀ ଥିବା ଜିନିଷକୁ ଅର୍ଡର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.