ଟେକ୍

ଆଧାର ସହ ଜଡିତ ଏହି ସୂଚନା ଜାଣିବା ନିହାତି ଜରୁରୀ : ତ୍ରୁଟି ସଂଶୋଧନ କଲେ ଅଧିକ ଟଙ୍କା ଦାବି କରୁଛନ୍ତି କି ? ତାହେଲେ ନିଅନ୍ତୁ ଏହି ଆକସନ୍

ଆଧାର କାର୍ଡ ଏକ ଦରକାରୀ ଦସ୍ତାବିଜ୍। UIDAI ଦ୍ୱାରା ଜାରି ହେଉଥିବା ଆଧାର କାର୍ଡରେ ୟୁଜରଙ୍କୁ ବାୟୋମେଟ୍ରିକ ଏବଂ ଡେମୋଗ୍ରାଫିକ ବିବରଣୀ ଦିଆଯାଇଥାଏ। ଆଧାରକାର୍ଡର ଉପଯୋଗିତା ଏହା ଦର୍ଶାଇଥାଏ ଯେ ବିନା ଆଧାରକାର୍ଡରେ ଆପଣ କୌଣସି ବି ସରକାରୀ ଯୋଜନାର ଲାଭ ପାଇପାରିବେନି। ଏହାବ୍ୟତୀତ ଆଧାର କାର୍ଡ ବିନା ବ୍ୟାଙ୍କରେ ଆକାଉଣ୍ଟ ମଧ୍ୟ ଖୋଲିପାରିବେନାହିଁ। ସେହିପରି ବର୍ତ୍ତମାନ ସମୟରେ ଆଧାରକାର୍ଡ ସ୍କୁଲରେ ପିଲାଙ୍କ ନାମଲେଖା ବେଳେ ବି ଦରକାର ପଡିଥାଏ।

ଏମିତିରେ ଯଦି ଆପଣଙ୍କ ଆଧାରକାର୍ଡରେ କୌଣସି ତ୍ରୁଟି ରହିଥାଏ ତାହେଲେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଅନ୍ୟପଟେ ଆପଣଙ୍କୁ ଆଧାର କାର୍ଡରେ ତ୍ରୁଟି ସଂଶୋଧନ କରିବାର କିଛି ନିୟମ ଜଣାନଥିଲେ ଆପଣଙ୍କ ସମସ୍ୟା ଦୁଇଗୁଣା ବଢ଼ିଯାଏ। ଏମିତିରେ ଆପଣଙ୍କ ଏହି ସମସ୍ୟାକୁ ଧ୍ୟାନରେ ରଖି ଆଜି ଆପଣଙ୍କୁ ଏଠାରେ ଜଣାଇବୁ, ଆଧାର କାର୍ଡ ତ୍ରୁଟି ସଂଶୋଧନର କିଛି ନିୟମ। ତାହେଲେ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ।

ଆଧାରରେ ନାମ, ଠିକଣା ଏବଂ ମୋବାଇଲ ନମ୍ବର ଅପଡେଟ୍ ପାଇଁ ଫିସ୍

ଆଧାର କାର୍ଡରେ ଅନେକ ଥର ଆପଣଙ୍କ ନାମ, ଠିକଣା ଏବଂ ମୋବାଇଲ ନମ୍ବର ଭୁଲ ପ୍ରିଣ୍ଟ ହୋଇଯାଇଥାଏ । ହେଲେ ଆପଣଙ୍କର ଏହି ଛୋଟିଆ ଭୁଲ ପାଇଁ ଆପଣ ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ବଞ୍ଚିତ ହୋଥାନ୍ତି। ତେଣୁ ଆପଣ ନିଜ ଆଧାରକାର୍ଡରେ କୌଣସି ବି ତ୍ରୁଟିକୁ ସୁଧାରିବାକୁ ହେଲେ ମାତ୍ର ୫୦ ଟଙ୍କା ଫିସ୍ ଦେଇ ସୁଧାରିପାରିବେ। ଏହି ସଂଶୋଧନ ପାଇଁ ଆପଣଙ୍କୁ ନିକଟସ୍ଥ ଆଧାର ସେଣ୍ଟରକୁ ଯିବାକୁ ହେବ ଏବଂ ଫର୍ମ ଭରିବାକୁ ହେବ। ଏହାପରେ ମାତ୍ର କେଇ ମିନିଟର ପ୍ରୋସେସିଙ୍ଗ୍ ପରେ ଆସନ୍ତା ୨୪ କିମ୍ବା ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ସମସ୍ତ ଡିଟେଲ ଆଧାର କାର୍ଡରେ ଅପଡେଟ୍ ହୋଇଯିବ।

ପିଲାଙ୍କ ବାୟୋମେଟ୍ରିକ ଅପଡେଟ୍ ପାଇଁ ଲାଗିବନାହିଁ କୌଣସି ଫିସ୍

UIDAI ନିୟମ ଅନୁଯାୟୀ ୫ ରୁ ୧୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ବାୟୋମେଟ୍ରିକ ଅପଡେଟ୍ ନିଶୁଳ୍କ ହୋଇଥାଏ। ସେହିପରି ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କ ବାୟୋମେଟ୍ରିକ ଅପଡେଟ୍ କରିବା ପାଇଁ ୫୦ ଟଙ୍କା ଦେବାକୁ ପଡିଥାଏ।

ଆଧାର କଲର ପ୍ରିଣ୍ଟ୍ ଆଉଟ ଫିସ୍

ଯଦି ଆପଣ ଆଧାର ସେଣ୍ଟରକୁ ଯାଇ ନିଜ ଆଧାର କାର୍ଡର କଲର ପ୍ରିଣ୍ଟ ଆଉଟ୍ ବାହାର କରୁଛନ୍ତି ତାହେଲେ ଆପଣଙ୍କୁ ୩୦ ଟଙ୍କା ଫିସ୍ ଦେବାକୁ ହେବ।

ଅଧିକ ଫିସ୍ ମାଗିବା ଦ୍ୱାରା କେମିତି ଓ କାହାକୁ କରିବେ ଅଭିଯୋଗ

ଯଦି ଆପଣଙ୍କୁ ଆଧାର କାର୍ଡରେ ଅପଡେଟ କରିବା ପାଇଁ ଆଧାର ସେଣ୍ଟରରେ ଅଧିକ ଟଙ୍କା ଦାବି କରାଯାଉଛି ତାହେଲେ ଆପଣ ଏହାର ଅଭିଯୋଗ ଟୋଲ ଫ୍ରି ନମ୍ବର ୧୯୭କୁ କଲ୍ କରିପାରିବେ। ଏହାସହିତ ଆପଣ help@uidai.gov.in ରେ ମଧ୍ୟ ଇମେଲ ଜରିଆରେ ଅଭିଯୋଗ କରିପାରିବେ।

Pritiparna

Recent Posts

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

14 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

49 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

51 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

55 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

1 hour ago