ସାଇବର କ୍ରାଇମ ଫ୍ରଡରେ ହୋଇଛନ୍ତି କି ଶିକାର ? ବାସ୍‌ ଡାଏଲ କରନ୍ତୁ ଏହି ୪ଟି ସଂଖ୍ୟା ତୁରନ୍ତ ଫେରିପାଇବେ ଟଙ୍କା

ସାଇବର କ୍ରାଇମ୍‌ ଘଟଣା ଲଗାତର ଭାବେ ବଢ଼ି ବଢ଼ି ଚାଲିଛି । ଏହି କାରଣରୁ ଲୋକମାନଙ୍କୁ ଅନେକ ମାତ୍ରରେ ଆର୍ଥିକ କ୍ଷତି ବି ସହିବାକୁ ପଡୁଛି । ଅନେକ ଥର ଲୋକମାନେ ହଠାତ୍‌ କିଛି ବୁଝି ପାରନ୍ତିନି ଯେ ଏଭଳି ପରିସ୍ଥିତିରେ ସେ କଣ କରିବେ । ଏଥିପାଇଁ ଏହା ବିରୁଦ୍ଧରେ କେଉଁଠି ବି ଅଭିଯୋଗ ନକରିପାରି ଖାଲି ନିଜ କର୍ମକୁ ଦୋଷ ଦିଅନ୍ତି। ଯେଉଁ କାରଣରୁ ଫ୍ରଡ ଦ୍ୱାରା ହରାଇଥିବା ଟଙ୍କାକୁ ପୁନଃ ପାଇବାର ଚାନ୍ସେସ ବହୁତ କମ୍‌ ହୋଇଯାଏ ।

ସୂଚନା ଅଭାବ କାରଣରୁ ଅନେକ ଲୋକ ଏହାକୁ ନେଇ ଅଭିଯୋଗ ବି କରୁପାରୁନାହାଁନ୍ତି । ଯଦିଓ ଏହାକୁ ନେଇ ହେଲ୍ପଲାଇନ୍‌ ନମ୍ବର ବି ରହିଛି । ଯେଉଁଥିରେ ଆପଣ କଲ୍‌ କରି ନିଜ ସହ ହୋଇଥିବା ଧୋକାଦାରୀ ବିରୁଦ୍ଧରେ ଅଭିଯୋଗ କରିପାରିବେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାଇବର କ୍ରାଇମରେ ଅଭିଯୋଗ କରିବା ବହୁତ ସହଜ । ସାଇବର କ୍ରାଇମ ସମ୍ବନ୍ଧୀୟ କାମ ପାଇଁ ଗୃହ ମନ୍ତ୍ରାଳୟଙ୍କ ପକ୍ଷରୁ ଏକ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି । ଏହି ନମ୍ବରକୁ ଡାଏଲ କରି ଆପଣ ସାଇବର କ୍ରାଇମକୁ ନେଇ ଅଭିଯୋଗ କରିପାରିବେ ।

ଏଥିପାଇଁ ଆପଣଙ୍କୁ ୧୯୩୦ ନମ୍ବରକୁ ନିଜ ଫୋନରୁ କଲ୍‌ କରିବାକୁ ପଡିବ ଏବଂ ସାଇବର କ୍ରାଇମ ହେବାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ହେବ । ଏପରି କରିବା ଦ୍ୱାରା ଆପଣଙ୍କୁ ସାଇବର ଠକଙ୍କ ଠାରୁ ଟଙ୍କା ବି ମିଳିପାରିବ। ଯଦି ଆପଣ କୌଣସି ବି ପ୍ରକାରର ସାଇବର କ୍ରାଇମର ଶିକାର ହେଉଛନ୍ତି ତାହେଲେ ଆପଣଙ୍କୁ ଏହା ବିରୁଦ୍ଧରେ ଅଭିଯୋଗ ୧୯୩୦ରେ କରିବାକୁ ହେବ।

ଏହା ଏକ ପ୍ରକାରର ଏମରଜେନ୍ସୀ ନମ୍ବର ଭଳି କାମ କରିବ। ଏହାପୂର୍ବରୁ ୟୁଜର୍ସଙ୍କୁ ୧୫୫୩୬୦ ଡାଏଲ କରିବାକୁ କୁହାଯାଉଥିଲା, କିନ୍ତୁ ଏବେ ସେହି ନମ୍ବରକୁ ବନ୍ଦ କରି ୧୯୩୦ ନମ୍ବରକୁ ରିପ୍ଲେସ କରିଦିଆଯାଇଛି। ଗୃହ ମନ୍ତ୍ରାଳୟ ସହିତ ମିଶି ଏହି ନମ୍ବରକୁ ଜାରି କରିଥିଲା।

କେମିତି କାମ କରେ ଏହି ହେଲ୍ପ ଲାଇନ୍‌ ନମ୍ବର?

ଯେକୌଣସି ପ୍ରକାର ସାଇବର କ୍ରାଇମ୍‌ ହେଲେ ଭିକ୍ଟିମଙ୍କୁ ହେଲ୍ପଲାଇନ ନମ୍ବରକୁ ଡାଏଲ କରିବାକୁ ହେବ । ଏହାପରେ କଲ୍‌ କରିଥିବା ବ୍ୟକ୍ତିଙ୍କୁ ନ୍ୟାସନାଲ ସାଇବର କ୍ରାଇମ୍‌ ରିପୋର୍ଟିଙ୍ଗ୍‌ ପୋର୍ଟାଲରେ ଏକ ଫର୍ମାଲର କମ୍ପ୍ଲେଣ୍ଟ ରୁଜୁ କରିବାକୁ କୁହାଯିବ । ଏହାପରେ ଏକ ଟିକେଟ ଫାଇନାନ୍ସିଆଲ ଇଣ୍ଟରମିଡିଏସନ୍‌ ସର୍ଭିସ ସହିତ ଜେନେରେଟ୍‌ ହୋଇଥାଏ ।

ଫ୍ରଡ୍‌ ଟ୍ରାନଜାକସନ୍‌ ଟିକେଟ ଡେବିଟେଡ ଏବଂ କ୍ରେଡିଟେଡ ଏଫଆଇର ଡ୍ୟାସବୋର୍ଡରେ ଦେଖାଇଥାଏ । ବ୍ୟାଙ୍କ କିମ୍ବା ଓ୍ଵାଲେଟ ଯେଉଁଠି ଟିକେଟ ଯାଇଛି ସେଠାରୁ ଫ୍ରଡ୍‌ ଟ୍ରାନଜାକସନ୍‌ ଡିଟେଲ୍ସକୁ ଚେକ୍‌ କରିପାରିବେ । ଯଦି ଫଣ୍ଡକୁ ମୁଭ୍‌ କରାଯାଏ ତ ପରବର୍ତ୍ତୀ ଏଫଆଇରେ ଏହାର ଡିଟେଲ୍ସ ସେୟାର କରାଯାଏ। ଏହାପରେ ପୁଣି ଥରେ ପ୍ରୋସେସକୁ ରିପିଟ୍‌ କରାଯାଏ। ଯଦି ଫଣ୍ଡକୁ ମୁଭ୍‌ କରାଯାଏନାହିଁ ତାହେଲେ ତାକୁ ହୋଲଡ କରିଦିଆଯାଏ।

ଯଦି ଆପଣ ସାଇବର ଫ୍ରଡର ଶିକାର ହେଉଛନ୍ତି ତାହେଲେ ତୁରନ୍ତ ସମସ୍ତ ଡିଟେଲ୍ସ ସାଇବର ହେଲ୍ପଲାଇନ ନମ୍ବରରେ ଦିଅନ୍ତୁ। ଆଉ ଯଦି ଏଥିରେ ବିଳମ୍ବ କଲେ ତାହେଲେ ଟଙ୍କା ମିଳିବା ଚାନ୍ସେସ୍‌ ବହୁତ କମ୍‌ ହୋଇଯିବ।

Leave A Reply

Your email address will not be published.