ସାଇକ୍ଲୋନ ବିଷୟରେ ଜାଣିବାକୁ ଚାହୁଁଛନ୍ତି କି? ରିୟଲ ଟାଇମରେ ଟ୍ରାକ୍‌ କରିବ ଏହି ଆପ୍

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଅଶାନ୍ତ ରହିଛି ସମୁଦ୍ର। ଭାରତୀୟ ପାଣିପାଗ ବିଭାଗ (IMD) ଏହି ସାଇକ୍ଲୋନକୁ ‘ଦାନା’ ବୋଲି ନାମିତ କରିଛି । ଏହି ସାଇକ୍ଲୋନ ଯୋଗୁଁ ପଶ୍ଚିମବଙ୍ଗ ଏବଂ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ରୁ ଅଧିକ କିଲୋମିଟର ବେଗରେ ପବନ ବହିବ । ଏଥିସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ସାଇକ୍ଲୋନ ଯୋଗୁଁ ଅନେକ ରାଜ୍ୟରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ବାତ୍ୟା ଦାନା ପଶ୍ଚିମବଙ୍ଗ ଏବଂ ଓଡିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିପାରେ । ଖାସ୍ କଥା ହେଉଛି ଆପଣ ଏହି ସାଇକ୍ଲୋନକୁ ରିୟଲ ଟାଇମରେ ଟ୍ରାକ୍‌ କରିପାରିବେ । ଏଥିପାଇଁ ଆପଣଙ୍କ ପାଖରେ Android କିମ୍ବା Apple iPhone ରହିବା ଜରୁରୀ । ଏହି ଦୁଇଟି ଡିଭାଇସରେ ଏପରି ଅନେକ ଆପ୍‌ ରହିଛି ଯାହାକୁ ଆପଣ ନିଜ ଫୋନରେ ଇନଷ୍ଟଲ କରିପାରିବେ । ଏହି ଆପ୍‌ ସାଇକ୍ଲୋନ ବିଷୟରେ ସଠିକ୍‌ ସୂଚନା ଦେଇଥାଏ । ଆସନ୍ତୁ ଜାଣିବା କେଉଁ ଆପଗୁଡିକରେ ଆପଣ ବାତ୍ୟା ଦାନାକୁ ଟ୍ରାକ୍ କରିପାରିବେ ।

Zoom Earth :

ଏହି ଆପକୁ ୧ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍‌ କରିଛନ୍ତି । ଗୁଗଲ ପ୍ଲେ ଷ୍ଟୋର୍‌ରେ ଏହି ଆପ୍‌ ୪.୭ ଷ୍ଟାର ରେଟିଂ ପାଇଛି । ଏହି ଆପ୍‌ ବ୍ୟବହାର କରି ଆପଣ ସାଇକ୍ଲୋନର ରିୟଲ ଲୋକେସନ୍‌ ଏବଂ ମୁଭମେଣ୍ଟସ୍ କୁ ଟ୍ରାକ୍‌ କରିପାରିବେ ।

Windy.com :

ଏହି ଆପ୍‌ ଏବଂ ଓ୍ୱବସାଇଟ୍‌ ମାଧ୍ୟମରେ ଆପଣ ରିୟଲ ଟାଇମରେ ସାଇକ୍ଲୋନକୁ ଟ୍ରାକ୍‌ କରିପାରିବେ । ଏହି ଆପ୍‌ କୁ ୧୦ ମିଲିୟନ୍‌ରୁ ଅଧିକ ଲୋକ ଡାଉନଲୋଡ୍‌ କରିଛନ୍ତି । ଏହି ଆପ୍‌ ପ୍ଲେ ଷ୍ଟୋରରେ ୪.୫ ଷ୍ଟାର୍‌ ରେଟିଂ ପାଇଛି ଏବଂ ଏହାକୁ ୭ ଲକ୍ଷ ୟୁଜର୍ସ ରିଭ୍ୟୁ ଦେଇଛନ୍ତି ।

Windfinder :

ଏହି ଆପ୍‌ ୪.୭ ଷ୍ଟାର୍‌ ରେଟିଂ ପାଇଛି । ଏହାକୁ ୫ ମିଲିୟନରୁ ଅଧିକ ଲୋକ ଡାଉନଲୋଡ୍‌ କରିଛନ୍ତି ଏବଂ ଏହା ୬୦ ହଜାରରୁ ଅଧିକ ରିଭ୍ୟୁ ପାଇଛି । ଏହି ଆପ୍‌ ମାଧ୍ୟମରେ ଆପଣ ସାଇକ୍ଲୋନ ଲୋକେସନକୁ ରିୟଲ ଟାଇମରେ ଟ୍ରାକ୍‌ କରିପାରିବେ ।

Windy.app :
ଏହି ଆପକୁ ୫ ମିଲିୟନ୍‌ରୁ ଅଧିକ ଲୋକ ଡାଉନଲୋଡ୍‌ କରିଛନ୍ତି । ଗୁଗଲ ପ୍ଲେ ଷ୍ଟୋରରେ ଏହା ୪.୮ ଷ୍ଟାର ରେଟିଂ ପାଇଛି । ଏହି ଆପ୍‌ କୁ ୨ ଲକ୍ଷରୁ ଅଧିକ ୟୁଜର୍ସ ରିଭ୍ୟୁ ଦେଇଛନ୍ତି ।

My Hurricane Tracker & Alerts :
ଏହି ଆପ୍‌ Hurricane ଏବଂ ସାଇକ୍ଲୋନ୍‌ ଟ୍ରାକ୍‌ କରିବାରେ ସାହାଯ୍ୟ କରେ । ଆପ୍ କୁ ୧ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍‌ କରିଛନ୍ତି ଏବଂ ଏଥିରେ ପ୍ରାୟ ୧୦ ହଜାରରୁ ଅଧିକ ରିଭ୍ୟୁ ରହିଛି । ଏହାକୁ ୪.୭ ଷ୍ଟାର ରେଟିଂ ଦିଆଯାଇଛି ।

The Weather Channel :
ଏହି ଆପ୍ କୁ ୧୦୦ ମିଲିୟନରୁ ଅଧିକ ଲୋକ ଡାଉନଲୋଡ୍‌ କରିଛନ୍ତି । ଏହା ପ୍ରାୟ ୨.୯୪ ମିଲିୟନ ରିଭ୍ୟୁ ପାଇଛି ଏବଂ ଗୁଗଲ ପ୍ଲେ ଷ୍ଟୋରରେ ୪.୭ ଷ୍ଟାର ରେଟିଂ ରହିଛି । ଆପ୍‌ ମାଧ୍ୟମରେ ଆପଣ ରିୟଲ ଟାଇମ୍‌ରେ ସାଇକ୍ଲୋନକୁ ଟ୍ରାକ୍‌ କରିପାରିବେ ।