ଡେଟିଙ୍ଗ ଆପ Tinder ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି ନୂଆ ଫିଚର, ଜାଣନ୍ତୁ କଣ ରହିଛି ଏହାର ବିଶେଷତା

ଡେଟିଙ୍ଗ ଆପ ଟିଣ୍ଡର ଖୁବ ଶୀଘ୍ର ନିଜ ୟୁଜର ମାନଙ୍କ ପାଇଁ ଭିଡିଓ କଳିଙ୍ଗ ଫିଚର ଲଞ୍ଚ କରିବାକୁ ଯାଉଛି । ଏହି ଫିଚର ଜରିଆରେ ଏଣିକି କପଲ୍ସ ମାନେ ଘରେ ବସି, ବାହାରକୁ ନଯାଇ ପରସ୍ପର ସମ୍ପର୍କରେ ଆସିପାରିବେ । ଏହି ଫିଚର ବର୍ତ୍ତମାନ ସମୟରେ ଟେଷ୍ଟିଙ୍ଗ ଜୋନରେ ଅଛି । କମ୍ପାନୀ ତରଫରୁ ନୂଆ ଫିଚରକୁ ନେଇ ପ୍ରକାଶ କରାଯଇଅଛିକି ଏହା ଲଞ୍ଚ ହେଲେ ୟୁଜର୍ସଙ୍କୁ ଆଉ ନିଜ ନିଜ ଫୋନ ନମ୍ବର ସେୟାର କରିବାକୁ ପଡ଼ିବନି । ସେମାନେ ସିଧାସଳଖ ହିଁ ପରସ୍ପର ସହ କଥା ହୋଇପାରିବେ । କମ୍ପାନୀ ମୁତାବକ, ଭିଡିଓ କଲିଙ୍ଗ ଫିଚରର ଟେଷ୍ଟିଙ୍ଗ ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆ, ବ୍ରାଜିଲ, ଫ୍ରାନ୍ସ ସମେତ ୧୩ ଟି ଦେଶରେ ଜାରି ରହିଛି । ଏହାର ଆଉ ଏକ ବିଶେଷତା ହେଉଛିକି, ଭିଡିଓ କଲ ମାଧ୍ୟମରେ ଦୁଇ ଜଣଙ୍କ ଚେହେରା ସ୍କ୍ରିନ ଉପରେ ସମାନ ଅନୁପାତରେ ନଜର ଆସିବ । ଆଉ ଭିଡିଓ କଳିଙ୍ଗ ସହ ଚାଟିଙ୍ଗ ବି କରାଯାଇ ପାରିବ ।

tinder

ଅନ୍ୟପକ୍ଷରେ ଟିଣ୍ଡର ଆପର ସିଇଓ Elie Seidman କହିଛନ୍ତିକି, ବିଶ୍ୱର ଅଧିକାଂଶ ଦେଶରେ ଜାରି ହୋଇଥିବା ଲକ ଡାଉନ ସମୟରେ ଲୋକେ ପରସ୍ପର ସହିତ ଯୋଗାଯୋଗ କରିବା ପାଇଁ ଭିଡିଓ କଲର ସାହାଯ୍ୟ ନେଉଥିବା ଦେଖାଦେଇଥିଲା । ଏହାକୁ ନଜରରେ ରଖି ହିଁ ଆମ ଟିମ ଏହା ଉପରେ କାମ କରିବା ଆରମ୍ଭ କରି ଦେଇଥିଲେ । ସୂଚନା ଦେବା ଉଚିତ ହେବକି, ଅନ୍ୟ ଏକ ଆପ Bumble ନିଜ ୟୁଜର୍ସଙ୍କ ସୁବିଧାକୁ ଧ୍ୟାନରେ ରଖି ଏକ ଭିଡିଓ କଲିଙ୍ଗ ଆପକୁ ଗତ ବର୍ଷ ହିଁ ଲଞ୍ଚ କରିଥିଲେ । ବର୍ତ୍ତମାନ ସମୟରେ ୟୁଜର୍ସ ମାନେ ପରସ୍ପର ସହିତ ଏହି ଫିଚର ଦ୍ୱାରା କଥାବାର୍ତ୍ତା ଜାରି ରଖୁଥିଲେ ।

ଲକ ଡାଉନ ସମୟରେ ଭିଡିଓ କଲିଙ୍ଗ ସହିତ ଭିଡିଓ କନଫରେନସିଂର ଚାହିଦା ଖୁବ ବଢିଥିଲା । ଏହି ସମୟରେ ଘରୁ ହିଁ ଲୋକେ ବିଜିନେସ ମିଟିଙ୍ଗ ଠାରୁ ଆରମ୍ଭ କରି ଅନଲାଇନ କ୍ଲାସ ମଧ୍ୟ ନେଉଥିଲେ । ଅନଲାଇନ କ୍ଲାସ ପାଇଁ ଗୁଗୁଲ ମିଟ, ଜିଓ ମିଟ ସମେତ ଜୁମ ଆପର ବ୍ୟବହାର ବି କରାଯାଉଅଛି ।

Leave A Reply

Your email address will not be published.