ଟେକ୍

ଚିତା ଠାରୁ ବି ଦ୍ରୁତ ବେଗରେ ଚାଲୁଛି ଏହି ବାଇକ, ଥରେ ଚାର୍ଜ ହେଲେ ଚାଲିବ ୩୯୪ କିମି

ଇଲେକ୍ଟ୍ରିକ ଯାନବାହନର ଚାହିଦା ଦିନ କୁ ଦିନ ବଢ଼ିବାରେ ଲାଗିଛି ।  ନିକଟରେ ହିଁ ଭାରତୀୟ ବଜାରରେ ବଜାଯ ଚେତକ ଓ ଟିଭିଏସ କମ୍ପାନୀ ନିଜ ନିଜ ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିଥିଲେ ।  ଏବେ ୟୁକ୍ରେନର ଏକ ଇଲେକ୍ଟ୍ରିକ ବାଇକ ନିର୍ମାତା କମ୍ପାନୀ ଡେଲଫାଷ୍ଟ ଏକ ଇ-ବାଇକ ରେଞ୍ଜକୁ ବିଶ୍ୱ ବ୍ୟାପି ଲଞ୍ଚ କରିଛି ।  ଏହି ହାଇପାୱାର ବିଶିଷ୍ଟ ଲଙ୍ଗ ରେଞ୍ଜ ବାଇକକୁ ଡେଲଫାଷ୍ଟ ପ୍ରାଇମ ୨.୦ ଓ ପାର୍ଟନର ୨.୦ ନାମରେ ନାମିତ କରିଛି ।  ଇଲେକ୍ଟ୍ରିକ ବାଇକ୍ସ ନିର୍ମାଣରେ ଡେଲଫାଷ୍ଟ ହେଉଛି ଏକ ଜଣାଶୁଣା ନାଁ ।

୨୦୧୭ ମସିହାରେ ଏହି କମ୍ପାନୀ ନିର୍ମିତ ବାଇକ ବେଷ୍ଟ ଡ୍ରାଇଭିଙ୍ଗ ରେଞ୍ଜ ପାଇଁ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲା ।  ସେହି ସମୟରେ ଏହାର ଏକ ବାଇକ ୨୨୮ ମାଇଲ ବା ୩୬୭ କିମି ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ ରେଞ୍ଜ ପ୍ରଦାନ କରିଥିଲା ।  କମ୍ପାନୀ ତରଫରୁ ଦାବି କରାଯାଉଛିକି, ଏହି ନୂଆ ଅପଡେଟ ରେଞ୍ଜ ଘଣ୍ଟା ପ୍ରତି ୮୦ କିମି ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ ।  ଡେଲଫାଷ୍ଟ ପ୍ରାଇମ ୨.୦ ଇଲେକ୍ଟ୍ରିକ ବାଇକ ଉପରେ କମ୍ପାନୀ ୩.୩ kଘh ବିଶିଷ୍ଟ ବ୍ୟାଟେରୀର ପ୍ରୟୋଗ କରାଯାଇଛି ।  ଯାହାକି ଇକୋ ମୋଡ଼ରେ ୨୪୫ ମାଇଲ

ବା ୩୯୪ କିମି ପର୍ଯ୍ୟନ୍ତ ଗତି କରିପାରିବ ଢ ଘଣ୍ଟା ପ୍ରତି ୪୫ କିମି ଯାଇ ପାରିବାର ଟପ ସ୍ପିଡ଼ ବିଶିଷ୍ଟ କ୍ଷମତା ଏହି ବାଇକରେ ଖଞ୍ଜା ଯାଇଛି ।  ଅବଶ୍ୟ ଏବେକା ସମୟରେ କମ୍ପାନୀ କେବଳ ଏହି ଦୁଇ ବାଇକକୁ ପ୍ରଦର୍ଶିତ କରିଛି ।  ଆଗାମୀ ଜୁଲାଇ ମାସରେ ଏହାର ପ୍ରଡକ୍ସନ କାମ ଆରମ୍ଭ କରିବା ନେଇ କମ୍ପାନୀ ସ୍ପଷ୍ଟ କରିଛି ଢ ଦୁଇ ବାଇକର ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି ।  Pଷ୍ଟrଙ୍କner ୨.୦ ମଡ଼େଲର ଦର ୪୧୯୯ ଡ଼ଲାର ରଖାଯାଇଥିବା ବେଳେ Prime ୨.୦ ମଡ଼େଲର ଦର ୫,୧୯୯ ଡ଼ଲାର ରଖାଯାଇଛି ।  ଏହି ବାଇକକୁ ସହଜରେ ଘରୋଇ ଚାର୍ଜରରେ ଚାର୍ଜ କରାଯାଇ ପାରିବ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି ।

 

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

7 seconds ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

15 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

28 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

28 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago