ପ୍ରତ୍ୟେକ ଭୋଟରଙ୍କ ଫୋନରେ ରହିବା ଉଚିତ୍ ଏହି ଆପ୍, ତୁରନ୍ତ ହେବ Voter ID ସହିତ ଜଡିତ ସମସ୍ତ କାର୍ଯ୍ୟ
ଫେବୃଆରୀ ୫ ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଦିଲ୍ଲୀ ନିର୍ବାଚନ ପରେ ଚଳିତ ବର୍ଷ ଆହୁରି ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଭୋଟର ପରିଚୟ ପତ୍ର ତିଆରି କରିବା, ଏଥିରେ କୈଣସି ସଂଶୋଧନ କରିବା, ଭୋଟର ଲିଷ୍ଟ ଡାଉନଲୋଡ୍ କରିବା ପାଇଁ ନିର୍ବାଚନ ଆୟୋଗ ଏକ ୱେବ ପୋଟାର୍ଲ ଲଞ୍ଚ କରିଛି । ନିର୍ବାଚନ ଆୟୋଗରେ ଏହି ଆପ୍ ବହୁତ ଉପଯୋଗୀ ହୋଇଥାଏ । ଏହି ଆପ୍ ମାଧ୍ୟମରେ ଆପଣ ଭୋଟର ID ସହିତ ଜଡିତ ସମସ୍ତ କାର୍ଯ୍ୟ କରିପାରିବେ ।
ନିର୍ବାଚନ ଆୟୋଗ ଏହାର ଅଫିସିଆଲ X ହ୍ୟାଣ୍ଡଲରୁ ଏହି ସୂଚନା ସେୟାର କରିଛନ୍ତି । ଏହି ଆପ୍ ବ୍ୟତୀତ ନିର୍ବାଚନ ଆୟୋଗ ଆଉ ତିନୋଟି ଆପ୍ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ମାଧ୍ୟମରେ ଆପଣ ନିର୍ବାଚନ ସମ୍ବନ୍ଧୀୟ ସୂଚନା ପାଇପାରିବେ । ଏହି ଆପଗୁଡିକ ମଧ୍ୟରେ CVIGIL ଆପ୍ ମାଧ୍ୟମରେ, ଆପଣ ଏହି ଆୟୋଗକୁ ନିର୍ବାଚନ ସମ୍ବନ୍ଧୀୟ ଅନନିୟମିତତା, ଆଚରଣ ବିଧି ଉଲ୍ଲଂଘନ ଇତ୍ୟାଦି ବିଷୟରେ ସୂଚନା ଦେଇପାରିବେ । ସେହିଭଳି ଆଉ ଦୁଇଟି ଆପ୍ ନିର୍ବାଚନରେ ଭାଗ ନେଉଥିବା ପାର୍ଥୀଙ୍କ ପାଇଁ ହୋଇଛି ।
VHA ଆପ୍ :
ଭୋଟରଙ୍କ ପାଇଁ ନିର୍ବାଚନ ଆୟୋଗରେ ଏହି ଆପ୍ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି । ଏହି ଆପ୍ ମାଧ୍ୟମରେ ଭୋଟରମାନେ ସେମାନଙ୍କର ଭୋଟର ଲିଷ୍ଟକୁ ଚେକ୍ କରିପାରିବେ ଏହା ସହ ପୋଲିଂ ବୁଥ୍ ସୁଚନା ଏବଂ ଭୋଟିଂ ସ୍ଲିପ୍ ଇତ୍ୟାଦି ଡାଉନଲୋଡ କରିପାରିବେ । ନିର୍ବାଚନ ଆୟୋଗରେ ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋର୍ ଏବଂ ଆପଲ ଆପ୍ ଷ୍ଟୋରରେ ଉପଲବ୍ଧ ରହିଛି । ଆପ୍ ଡାଉନୋଲଡ୍ କରିବା ପରେ ଆପଣଙ୍କୁ ମୋବାଇଲ ନମ୍ବର, ଇ-ମେଲ୍ ଆଇଡି ଇତ୍ୟାଦିକୁ ରେଜିଷ୍ଟର କରିବା ପାଇଁ ପଡିବ । ଏହା ପରେ ଆପଣ ଏହି ଆପକୁ ଅନେକ କାମ ପାଇଁ ବ୍ୟବହାର କରିପାରିବେ ।
• ଏହି ଆପ୍ ମାଧ୍ୟମରେ ଆପଣ ନୂଆ ଭୋଟର ID ପାଇଁ ଅନଲାଇନ୍ ଫର୍ମ ଆବେଦନ କରିପାରିବେ ।
• ଏହା ବ୍ୟତୀତ ଆପଣ ଭୋଟର ଲିଷ୍ଟରେ ଆପଣଙ୍କ ନାମ ଚେକ୍ କରିପାରିବେ ।
• କେବଳ ଏତିକି ନୁହେଁ, ଆପଣ ଏହି ଆପ୍ ମାଧ୍ୟମରେ ମତଦାନ ବୁଥ ବିଷୟରେ ସୂଚନା ପାଇପାରିବେ ।
• ଏହା ସହିତ, ଆପଣ ଏହି ଆପ୍ ମାଧ୍ୟମରେ ଆପଣଙ୍କର BLO କିମ୍ବା ERO ସହିତ ଯୋଗାଯୋଗ କରିପାରିବେ ।
• ଆପଣ ଏହି ଆପ୍ ମାଧ୍ୟମରେ e-EPIC ଅର୍ଥାତ୍ ଭୋଟର ସ୍ଲିପ୍ ମଧ୍ୟ ଡାଉନଲୋଡ୍ କରିପାରିବେ ।
CVIGIL ଆପ୍ :
ଏହି ଆପ୍ ମାଧ୍ୟମରେ ଆପଣ ନିର୍ବାଚନରେ ଅନିୟମିତତା, ଆଚରଣ ବିଧି ଉଲ୍ଲଂଘନ ଇତ୍ୟାଦି ବିଷୟରେ ଅଭିଯୋଗ କରିପାରିବେ । ୧୦୦ ମିନିଟ୍ ମଧ୍ୟରେ ଏହି ଆପ୍ ମାଧ୍ୟମରେ କରାଯାଇଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଆୟୋଗ ଦାବି କରିଛି । ଏହା ବ୍ୟତୀତ ନାଗରିକମାନେ ଅଭିଯୋଗ କରିବାବେଳେ ପ୍ରମାଣ ଭାବରେ ଏହି ଆପରେ ଫୋଟୋ କିମ୍ବା ଭିଡିଓ ଡାଉନଲୋଡ କରିପାରିବେ । ଏହା ବ୍ୟତୀତ ନର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପାର୍ଥୀଙ୍କ ପାଇଁ KYC ଏବଂ Suvidha Portal ଆପ୍ ଅଣାଯାଇଛି । ପାର୍ଥୀମାନେ KYC ଆପ୍ ମାଧ୍ୟମରେ ସେମାନଙ୍କର ଆଫିଡେଭିଟ୍ ଇତ୍ୟାଦି ଦାଖଲ କରିପାରିବେ । ଏଥି ସହିତ Suvidha Portal ମାଧ୍ୟମରେ ପାର୍ଥୀମାନେ ନିର୍ବାଚନ ପ୍ରଚାର ଏବଂ ରାଲି ଇତ୍ୟାଦି ପାଇଁ ପରିମିସନ୍ ନେଇପାରିବେ ।