ଭାରତୀୟ ବଜାରକୁ ଆସିଲା Dell XPS ସିରିଜ, ରହିଛି ଭଲ ଫିଚର

Dell ପକ୍ଷରୁ XPSକୁ ଭାରତରେ ଲଞ୍ଚ କରାଯାଇଛି । ଏହି ସରିଜରେ ରହିଛି XPS 13 Plus, XPS 17 ଓ XPS 15 ମଡେଲ । ୟୁଏଚଡି ପ୍ଲସ 4K ରିଜୋଲୁସନ ଡିସପ୍ଲେ ସହ Intel Iris Xe ଗ୍ରାଫିକ୍ସ ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): Dell ପକ୍ଷରୁ ଏହାର ଲାଟେଷ୍ଟ ଲାପଟପ ସିରିଜ XPSକୁ ଭାରତରେ ଲଞ୍ଚ କରାଯାଇଛି । ଏହି ସରିଜରେ ରହିଛି XPS 13 Plus, XPS 17 ଓ XPS 15 ମଡେଲ । ଏହି ଲାପଟପ ସବୁ 13th Gen Intel Core i9 ପ୍ରୋସେସରରେ ଚାଲିବ । ଏହାସହ ଏଥିରେ ରହିଛି NVIDIA GeForce RTX 40 ସିରିଜ GPU । ଏହାସହ କ୍ୱାଡ ସ୍ପିକର ସହ ଡୁଆଲ ସେନସର କ୍ୟାମେରା ସେଟଅପ ରହିଛି ।  ତେବେ ଆସନ୍ତୁ ଏହାର ଦାମ ଓ ସ୍ପେସିଫିକେସନ ଉପରେ ନଜର ପକାଇବା ।

Dell XPS 13 Plusରେ ରହିଛି ୟୁଏଚଡି ପ୍ଲସ 4K ରିଜୋଲୁସନ ଡିସପ୍ଲେ । ଏହାସହ ଏଥିରେ ରହିଛି ଗ୍ଲାସ ଟଚ୍‌ପେଡ । ଏଥିରେ ବ୍ୟବହାର ହୋଇଛି Intel Iris Xe ଗ୍ରାଫିକ୍ସ ଓ ଏହାର ଓଜନ ରହିଛି ୧ କିଲୋଗ୍ରାମ । ସେହିପରି ଏଥିରେ ଜିରୋ ଲାଟିସ କିବୋର୍ଡ ଆପଣ ପାଇପରିବେ ।

ସେହିପରି XPS 15 ଲାପଟପରେ ରହିଛି 16:10 ର 15.6 ଇଞ୍ଚର ଡିସପ୍ଲେ । ଏହାସହ ଗୋରିଲା ଗ୍ଲାସ 6 ସହ 3.5K ରିଜୋଲୁସନର ଓଏଲଇଡି ଡିସପ୍ଲେ ପାଇ ପାରିବେ । ଏହାସହ ଏଥିରେ 151×90 ଟଚପେଡ୍‌ ରହିଛି । ଏହି ଲାପଟପରେ ଆପଣଙ୍କୁ ମିଳିବ ଟଚସ୍କ୍ରିନ ଡିସପ୍ଲେ । ସେହିପରି ଏଥିରେ ଚାରୋଟି ସ୍ପିକର ରହିଛି । ଏଥିରେ ମଧ୍ୟ ଲାର୍ଜ କି କ୍ୟାପସ ସହ ଲେସ ଲାଟିସ କିପେଡ୍‌ ମିଳିବ ।ଏଥିରେ 1 ଟିବି ପର୍ଯ୍ୟନ୍ତ ଷ୍ଟୋରେଜ ମିଳିବ । ଏହାସହ 32 ଜିବି ଡିଡିଆର5 ମେମୋରୀ ରହିଛି ।

ଏହାସହ ଡୁଆଲ ଫ୍ୟାନ ସହ ଆଡଭାନ୍ସ ଥର୍ମାଲ ଡିଜାଇନ ଏଥିରେ ଦେଖିବାକୁ ମିଳିବ । ଏଥିରେ ହିଟ୍‌ ପାଇପ ସହ ହିଡେନ ଏକ୍ସହଷ୍ଟ ଭେଣ୍ଟସ ରହିଛି ଫଳରେ ଏୟାର ଫ୍ଲୋ ବଢିବ ଓ ଲାପଲପ ଗରମ ହେବନାହିଁ ।

XPS 17ରେ 4K ରିଜୋଲୁସନ ସହ ୧୭ ଇଞ୍ଚ ଟଚ ଡିସପ୍ଲେ ରହିଛି । ଏହାସହ ଏଥିରେ 500 ନିଟ୍ସ ବ୍ରାଇଟନେସ ସହ ୧୦୦ ପ୍ରତିଶତ ଆରଜିବି କଲର ଗାମୁଣ୍ଟ ରହିଛି । ଏହାର ସ୍କ୍ରିନ-ଟୁ-ବଡି ରେସିଓ ରହିଛି 93.7 । ଏଥିରେ ମଧ୍ୟ ହିଟ୍‌କୁ କମାଇବା ପାଇଁ XPS 15 ଭଳି ଫିଚର ରହିଛି ।

ଏବେ ଆସନ୍ତୁ ଏହାର ଦାମ ଉପରେ ନଜର ପକାଇବା । ଏହା ଗତକାଲିଠୁ ବଜାରରେ ଉପଲବ୍ଧ ହୋଇ ସାରିଛି । ଏହାସହ ଏହାକୁ ଆପଣ Dell Exclusive ଷ୍ଟୋର ଓ Dell.comରୁ କିଣି ପାରିବେ । XPS 13 ପ୍ଲସର ଦାମ ରହିଛି ୧ ଲକ୍ଷ ୯୯ ହଜାର ୯୯୦, XPS 15 ର ଦାମ ରହିଛି ୨ ଲକ୍ଷ ୪୯ ହଜାର ୯୯୦ ଓ XPS 17ର ଦାମ୍‌ ରହିଛି ୨ଲକ୍ଷ ୯୯ ହଜାର ୯୯୦ । ଆପଣ ଆଜି ଆପଣଙ୍କ ନିକଟସ୍ଥ ଡେଲ ଷ୍ଟୋରରୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.