କର୍ମଚାରୀ ଛଟେଇ କରିବ Dell; ୬୬୫୦ରୁ ଅଧିକ ଲୋକଙ୍କର ଯିବ ଚାକିରି!

ବର୍ତ୍ତମାନ ଅନେକ ବଡ଼ ବଡ଼ କମ୍ପାନୀ ଛଟେଇ ଅଭିଯାନ ଚଳାଇଛନ୍ତି। ଏବେ ଏହି ତାଲିକାରେ ଯୋଡ଼ି ହେବାକୁ ଯାଉଛି Dell। ଏହାକୁ ନେଇ ଏକ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦାବି କରାଯାଇଛି କି, Dell ୬୬୫୦ କର୍ମଚାରୀଙ୍କୁ ଚାକିରିରୁ ବିଦା କରିପାରେ। ଏହି ଛଟେଇ ଗ୍ଲୋବାଲ ଓ୍ଵାର୍କଫୋର୍ସରେ କରାଯିବ।

ରିପୋର୍ଟ ଅନୁସାରେ, କମ୍ପାନୀ ପ୍ରଥମେ ହାୟରିଂକୁ ଫ୍ରିଜ୍‌ କରି ଦେଇଥିଲା। ଏହା ବ୍ୟତୀତ ଯାତାୟାତ କଟକଣା ମଧ୍ୟ ଲଗାଇ ଦେଇଥିଲା। କିନ୍ତୁ ଲାଗୁଛି ଯେ ଏହା କମ୍ପାନୀର ଖର୍ଚ୍ଚ କାଟ୍‌ ପାଇଁ ଯଥେଷ୍ଟ ନୁହେଁ, ଯେଉଁ କାରଣରୁ କମ୍ପାନୀ ଏବେ ଛଟେଇର ଯୋଜନା କରୁଛି।

ବର୍ଷ ୨୦୨୦ରେ ମଧ୍ୟ କମ୍ପାନୀ କରୋନା କାରଣରୁ ଅନେକ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇ ଦେଇଥିଲା। ଯଦିଓ ରିପୋର୍ଟରେ ଏହା ସ୍ପଷ୍ଟ ହୋଇନାହିଁ କି, କେଉଁ ବିଭାଗ ବର୍ତ୍ତମାନ ଛଟେଇରେ ସବୁଠାରୁ ଅଧିକ ପ୍ରଭାବିତ ହେବ।

ଏହି ଛଟେଇ ପରେ Dellରେ ପାଖାପାଖି ୩୯୦୦୦ କର୍ମଚାରୀ ରହିବେ। ମାର୍ଚ୍ଚ ୨୦୨୨ର ଫାଇଲିଂ ଅନୁସାରେ, ଏଥି ମଧ୍ୟରୁ କମ୍ପାନୀର ଏକ ତୃତୀୟାଂଶ କର୍ମଚାରୀ ଆମେରିକାରେ ରୁହନ୍ତି। ତେବେ ଡେଲ୍‌ ଇଣ୍ଡିଆ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଏହି ଲେଅଫ୍‌ ବିଷୟରେ ନିଶ୍ଚିତ କରିଛି, କିନ୍ତୁ ଜବ୍‌ କଟ୍‌କୁ ନେଇ ନମ୍ବର୍ସ ବିଷୟରେ କୌଣସି ତଥ୍ୟ ଦେଇନାହିଁ।