ଧନତେରାସ୍‌ ଉପଲକ୍ଷେ Google pay ଓ Patymରେ ମିଳୁଛି ବଢ଼ିଆ ଗୋଲ୍ଡ ଅଫର, ଏପରି ସହଜରେ କିଣନ୍ତୁ ଡିଜିଟାଲ ଗୋଲ୍ଡ

ଆଗକୁ ଆସୁଛି ଧନତେରାସ୍‌। ସୁନା ପ୍ରେମୀ ମାନେ ଖାସ କରି ଏହି ସିଜିନକୁ ଅପେକ୍ଷା କରି ରହିଥାନ୍ତି। ଏବେ ପୁଣି ଥରେ ଗ୍ରାହକଙ୍କୁ ଖୁସି କରିବା ପାଇଁ ୟୁପିଆଇ ପେମେଣ୍ଟ ସିଷ୍ଟମ ତରଫରୁ ବଢ଼ିଆ ଅଫର୍ସ ରଖାଯାଇଛି। ପ୍ରାୟତଃ ଲୋକମାନେ ଧନତେରାସ୍‌ ଉପଲେକ୍ଷେ ସୁନା କିଣିବାକୁ ଚାହିଁଥାନ୍ତି। ଏହି ବିଶ୍ୱାସରେ ଯେ ବର୍ଷ ସାରା ଧନ ପ୍ରାପ୍ତି ହେବ। ଆପଣ ଏହି ଶୁଭ ଦିନରେ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ସୁନା କିଣିପାରିବେ।

ଏବେ ଆପଣ ପାରମ୍ପରିକ ସୁନା କିଣିବା ବ୍ୟତିତ ଡିଜିଟାଲ ସୁନା ମଧ୍ୟ କିଣିପାରିବେ। ଏଥିପାଇଁ ଗୁଗଲ ପେ, ପେଟିଏମ ଦେଉଛି ବଢ଼ିଆ ସୁଯୋଗ। ଏହି ଆପ୍ଲିକେସନ ମାଧ୍ୟମରେ ଆପଣ ସୁନା କିଣିପାରିବେ ସେ ବି ବଢ଼ିଆ ଅଫର ସହିତ।

ଡିଜିଟାଲ ସୁନା କଣ?
ଡିଜିଟାଲ ସୁନା ନିବେଶ କରିବାର ଏକ ମାଧ୍ୟମ। ତେବେ ଏହା କିନ୍ତୁ ସମ୍ଭବ ହେବ ଏକଦମ ଡିଜିଟାଲ େଓ୍ଵ ରେ। ନିବେଶକଙ୍କୁ ଏହା କିଣିବା ଜରୁରୀ। ଏହାର କାରଣ ଏହାକୁ ସୁରକ୍ଷିତ ଧନ ସମାଧାନ ମନାଯାଏ। କାରଣ ଏହାକୁ ସମ୍ପୂର୍ଣ୍ଣ ରୂପେ ଅନଲାଇନ ରେ କିଣା ଓ ସଂଗୃହତି କରିପାରିବେ। ଡିଜିଟାଲ ସୁନା ର କୌଣସି ଷ୍ଟୋରେଜ କଷ୍ଟ ନାହିଁ। ଆଉ ଆପଣ ଏହାକୁ ଯେବେ ଚାହିଁବେ ସେବେ ବିକି ମଧ୍ୟ ପାରିବେ।

ଡିଜିଟାଲ ଗୋଲ୍ଡରେ ଆପଣ ସୁନାର ପ୍ରକୃତ ମୂଲ୍ୟରୁ ବଜାର ମୂଲ୍ୟ ପର୍ଯ୍ୟନ୍ତ ପହଞ୍ଚିପାରିବେ। ଏହାସହ ଜ୍ୱେଲର୍ସ ଙ୍କୁ ଆପଣ କୌଣସି ମେକିଂ କିମ୍ବା ଅନ୍ୟ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଯଦି ଆପଣ ଡିିଜିଟାଲ ଗୋଲ୍ଡରେ ନିବେଶ କରୁଛନ୍ତି ତେବେ ଏଠାରେ ଜାଣି ରଖନ୍ତୁ ଯେ ଆପଣ ଏହାକୁ ଗୁଗଲ ପେ ଓ ପେଟିଏମ ଜ ରିଆରେ କିଣିପାରିବେ।

ଗୁଗଲ ପେ ମାଧ୍ୟମରୁ ଏପରି କିଣନ୍ତୁ:
-ଗୁଗଲ ପେ ଓପନ କରି New ଉପରେ ଟ୍ୟାପ କରନ୍ତୁ।
-ଏଠାରେ ଗୋଲ୍ଡ ଲକର ସର୍ଚ୍ଚ କରନ୍ତୁ।
-ଏହାକୁ ଟ୍ୟାପ କରି ପରେ କିଣିବା ଉପରେ କ୍ଲିକ କରନ୍ତୁ। ଏଠାରେ ସୁନାର ବଜାର ମୂଲ୍ୟ ଦେଖାଯିବ। କିଣିବିକା ଆରମ୍ଭ ପରେ ଏହାର ଦାମ ୫ ମିନିଟ ପାଇଁ ଲକ ହେବ। ତେବେ ଏହାର ଦାମ ଗୋଟିଏ ଦିନରେ ବଦଳି ପାରେ।
-ଯେତେ ସୁନା ଆପଣ କିଣିବାକୁ ଚାହୁଁଛନ୍ତି ତାହାକୁ INR ରେ ଦର୍ଜ କରନ୍ତୁ। ଏବେ ଏହି ସୁନାର ମୋଟ ରୂପେ ଦାମ ର କିଛି ସୀମା ନାହିଁ। ତେବେ ଟଙ୍କା ର ସୀମା ହେଉଛି ୫୦ ହଜାର ଟଙ୍କା। ଯାହାକୁ ଆପଣ ଗୋଟିଏ ଦିନରେ କିଣିପାରିବେ। ନୂନ୍ୟତମ କିଣିବା ରାଶି ସୁନାର ରହିଛି ୧ ଟଙ୍କା ।
-ଏହାପରେ ଚେକ ମାର୍କ ଟ୍ୟାପ କରନ୍ତୁ। ପରେ ଦେଖାଯାଉଥିବା ଓ୍ଵିଣ୍ଡୋ ରେ ନିଜର ମନପସନ୍ଦର ଭୁଗତାନ ବିଧି ଚିହ୍ନିପାରିବେ।

ପେଟିଏମ ରେ ଏପରି କିଣନ୍ତୁ:
-ଫୋନରେ ପେଟିଏମ ଆପ୍‌ ଖୋଲନ୍ତୁ। ଏହାପରେ all services ଅପସନ କୁ କ୍ଲିକ କରନ୍ତୁ।
-ସର୍ଚ୍ଚ ବାରରେ ଯାନ୍ତୁ ପରେ ଗୋଲ୍ଡ ଟର୍ମ ସର୍ଚ୍ଚ କରନ୍ତୁ। ଏହାପରେ କ୍ଲିକ କରନ୍ତୁ।
– ବିକଳ୍ପକୁ ଚୁଜ କରନ୍ତୁ । ପରେ ରାଶିକୁ ଦର୍ଜ କରି ନେକ୍ସଟ ଅପସନକୁ କ୍ଳିକ କରନ୍ତୁ।
-ଡିଜିଟାଲ ସୁନାକୁ କିଣିବା ପାଇଁ ଏହି ପ୍ରୋସେସକୁ ପୂରା କରନ୍ତୁ। ଆପ ପେଟିଏମ ଓ୍ଵାଲେଟ, ୟୁପିଆଇ , ନେଟ ବ୍ୟାକିଂ , ଡେବିଟ କିମ୍ବା କ୍ରେଡ଼ିଟ କାର୍ଡର ଭୁଗତାନ କରନ୍ତୁ।

Leave A Reply

Your email address will not be published.