Dish TV ଲଞ୍ଚ କରିଛି ଏକ ଜବରଦସ୍ତ ସ୍ମାର୍ଟ ଟିଭି , ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

DTH ସର୍ଭିସ୍ ପ୍ରୋଭାଇଡର Dish TV ସ୍ମାର୍ଟ ଟିଭି ସେଗମେଣ୍ଟରେ ଏଣ୍ଟ୍ରି କରିଛି । କମ୍ପାନୀ ଭାରତରେ VZY ସ୍ମାର୍ଟ ଟିଭି ସିରିଜ୍ ଉପସ୍ଥାପନ କରିଛି । ଏହି ସିରିଜର ସମସ୍ତ ମଡେଲ୍ DTH ଏବଂ OTT କଣ୍ଟେଣ୍ଟ ସହିତ ଲେସ୍ ହେବ, ଅର୍ଥାତ୍ ଆପଣଙ୍କୁ ଏକ ଅଲଗା ସେଟ୍-ଟପ୍ ବକ୍ସ କିଣିବାକୁ ପଡିବ ନାହିଁ । ଲୋକଙ୍କ DTH ପ୍ରତି ଆଗ୍ରହକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ପଦକ୍ଷେପ ନେଇଛି ।

ପ୍ରାଇସ୍ :
DishTV ର ଏହି ସ୍ମାର୍ଟ ଟିଭି ସିରିଜ୍ HD ଏବଂ 4K UHD (ଅଲ୍ଟ୍ରା HD) ରିଜୋଲ୍ୟୁସନ୍ ଡିସପ୍ଲେ ସହିତ ଆସିଥାଏ । ଏହି ସିରିଜ୍ ରେ, କମ୍ପାନୀ ୩୨ ଇଞ୍ଚ, ୪୩ ଇଞ୍ଚ ଏବଂ ୫୫ ଇଞ୍ଚ ସ୍କ୍ରିନ୍ ସହିତ VYZ (Vibe, Zone & You) ଟିଭି ଲଞ୍ଚ କରିଛି, ଯାହାର ମୂଲ୍ୟ ୧୨,୦୦୦ ରୁ ୪୫,୦୦୦ ଟଙ୍କା ମଧ୍ୟରେ ରହିଛି । ଏହି ସ୍ମାର୍ଟ ଟିଭି ସିରିଜ୍ ଗୁଗୁଲର ଆଣ୍ଡ୍ରଏଡ୍ ଟିଭି ପ୍ଲାଟଫର୍ମ ଏବଂ ଗୁଗୁଲ୍ ଟିଭି ଇଣ୍ଟରଫେସ୍ ସହିତ ଆସିଥାଏ । ହେଲେ, କମ୍ପାନୀ କହିଛି ଯେ DishTV ଆଗାମୀ ୧୮ ରୁ ୨୪ ମାସ ମଧ୍ୟରେ ନିଜର ଅପରେଟିଂ ସିଷ୍ଟମ୍ ଲଞ୍ଚ କରିବ।

ଏଥିସହ ଜାଣିରଖନ୍ତୁ ଯେ, DishTV ଏହାର ନୂଆ ସ୍ମାର୍ଟ ଟିଭି ଲାଇନ-ଅପରେ DTH ଏବଂ OTT କଣ୍ଟେଣ୍ଟକୁ ଏକସହିତ ଇଣ୍ଟିଗ୍ରେଡ୍ କରିଛି । ଏହି ସ୍ମାର୍ଟ ଟିଭି ସହିତ ୟୁଜର୍ସମାନେ Dish TV ଏବଂ OTT ଆପ୍ସକୁ ସବସ୍କ୍ରାଇବ କରିପାରିବେ । ଉପଭୋକ୍ତାମାନେ ଟିଭି ସହିତ Dish TVର ଲାଇଭ୍ ଟିଭି ଚ୍ୟାନେଲଗୁଡ଼ିକୁ ଆକ୍ସେସ୍ ପାଇବେ । ଏହା ସହିତ, ଉପଭୋକ୍ତାମାନେ Google Play Store ରୁ ସେମାନଙ୍କର ପ୍ରିୟ OTT ଆପ୍ସ ଡାଉନଲୋଡ୍ କରିପାରିବେ । ଏହି ସ୍ମାର୍ଟ ଟିଭି ସହିତ, ଉପଭୋକ୍ତାମାନଙ୍କୁ ଲାଇଭ୍ ଟିଭି ଦେଖିବା ପାଇଁ ଅଲଗା DTH କନେକ୍ସନ ନେବାକୁ ପଡିବ ନାହିଁ ।

ଡିଶ୍ ଟିଭି ସବସ୍କ୍ରିପସନ୍ ସ୍ମାର୍ଟ ଟିଭି ସହିତ ଉପଲବ୍ଧ । ହେଲେ, OTT ସବସ୍କ୍ରିପସନ୍ ପାଇଁ, ୟୁଜର୍ସମାନଙ୍କୁ ଅଲଗା ସବସ୍କ୍ରିପସନ୍ ନେବାକୁ ପଡିବ । ଏହି ସିରିଜର ୩୨-ଇଞ୍ଚ ମଡେଲରେ HD ରିଜୋଲ୍ୟୁସନ୍ ସହିତ ଏକ ଡିସପ୍ଲେ ରହିବ । ଅନ୍ୟ ଦୁଇଟି ମଡେଲରେ 4K UHD ରିଜୋଲ୍ୟୁସନ୍ ରହିବ । ରିପୋର୍ଟ ଅନୁଯାୟୀ, ଡିଶ୍ ଟିଭିର ଏହି ନୂତନ ସ୍ମାର୍ଟ ଟିଭି ସିରିଜ୍ ଅଫଲାଇନ୍ ରିଟେଲର୍ସ ମାଧ୍ୟମରେ ସେଲ୍ ପାଇଁ ଉପଲବ୍ଧ କରାଯିବ । DTH ବ୍ୟତୀତ, ଡିଶ୍ ଟିଭିରେ Watcho OTT ପ୍ଲାଟଫର୍ମ ମଧ୍ୟ ଅଛି, ଯାହାକୁ ୟୁଜର୍ସମାନେ ଏହି ସିରିଜର ଟିଭିରେ ପ୍ରି-ଇନଷ୍ଟଲ୍ଡ କରିପାରିବେ । ଏତିସହ ଯଦି ଆପଣ ଦମଦାର୍ ସ୍ମାର୍ଟ ଟିଭି କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Alos read : କମ ଦାମରେ ଦମଦାର ଫିଚର ଵାଲା ଫୋନ,ପାଖରେ ରଖିବାକୁ ପଡ଼ିବ ନାହିଁ ଚାର୍ଜର