ମାତ୍ର ୪୯ ଟଙ୍କାରେ ଦେଖିପାରିବେ ଫିଲ୍ମ ଓ ୱେବ ସିରିଜ, Disney+ Hotstar ର ବମ୍ପର ଅଫର

ଆଜିକାଲି OTT ପ୍ଲାଟଫର୍ମ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଚାଲିଛି। କିଛି ଦିନ ପୂର୍ବରୁ ଆମାଜନ୍ ପ୍ରାଇମ୍ ଭିଡିଓ ଏହାର ପ୍ଲାନ ଗୁଡିକ ମହଙ୍ଗା କରିଥିଲା । ଏହା ପରେ ନେଟଫ୍ଲିକ୍ସ ଏହାର ଯୋଜନା ଶସ୍ତା କରିବାକୁ ଘୋଷଣା କରିଥିଲା। ବର୍ତ୍ତମାନ Disney+ Hotstar ମଧ୍ୟ ଅଫର ପ୍ରଦାନ କରିଛି। ଇଣ୍ଡଷ୍ଟ୍ରିରେ ବଢୁଥିବା ପ୍ରତିଯୋଗିତା ମଧ୍ୟରେ Disney+ Hotstarର ମାସିକିଆ ପ୍ଲାନ ପାଇଁ ୪୯ ଟଙ୍କା ଦାମଦାର ଅଫର ନେଇ ଆସିଛି । ଏହି ପ୍ଲାନ ଏଡ-ସପୋଟେଡ ଓ ସବ୍ସକ୍ରାଇବରଙ୍କ ସ୍ମାର୍ଟ ଫୋନ ଓ ଟାବଲେଟରେ ଡିସନେ+ ହଟଷ୍ଟାରର ଲାଇବ୍ରେରୀ ପର୍ଯ୍ୟନ୍ତ ପହଞ୍ଚି ସେବା ପ୍ରଦାନ କରିବ । ଏଥିରେ ଗୋଟିଏ ଥରରେ ଗୋଟିଏ ଡିଭାଇସ ଲଗଇନ ହେବ । ଏଥିରେ ଆପଣଙ୍କ ୭୨୦ପି ଏଚଡି ଭିଡିଓ ରିଜୁଲେସନ ଓ ଷ୍ଟେରିଓ ଅଡିଓ କ୍ୱାଲିଟି ମିଳିବ ।

ଏହି ପ୍ଲାନର ଡିଟେଲକୁ ସ୍କ୍ରିନସର୍ଟ ରେଡ୍ଡିଟରେ ପୋଷ୍ଟ କରାଯାଇଥିଲା । ତେବେ ମୂଳରୂପରେ ଏହାର ଦାମ୍ ୯୯ ଟଙ୍କା ରହିଛି, କିନ୍ତୁ ପ୍ରାରମ୍ଭିକ ଅଫର ଅଧିନରେ ଗ୍ରାହକମାନେ କାର୍ଡ, ପେଟିଏମ୍, ଫୋନପେ ବା ୟୁପିଆଇ ମାଧ୍ୟମରେ ପେମେଣ୍ଟ କରି ଏହାକୁ ୪୯ ଟଙ୍କାରେ ପାଇପାରିବେ ।

ତେବେ Hotstarର କଷ୍ଟମର ସପୋର୍ଟ ଅନୁସାରେ, ସେମାନେ ବର୍ତ୍ତମାନ ବଛା ବଛା ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ଉପରେ ଏହାର ଟେଷ୍ଟ କରୁଛନ୍ତି । Disney+ Hotstar ପାଇଁ ଏହା ହେଉଛି ପ୍ରଥମ ମାସିକ ପ୍ଲାନ୍ । ଅନ୍ୟ ସବସ୍କ୍ରିପସନ୍ ଅଫରଗୁଡିକ ଗୋଟିଏ ବର୍ଷ ପାଇଁ ରହିଛି, ଯେଉଁଥିରେ ୪୯୯ ଟଙ୍କାରେ ମୋବାଇଲ୍, ୮୯୯ ଟଙ୍କାରେ ସୁପର ଓ ୧,୪୯୯ ଟଙ୍କାର ପ୍ରିମିୟମ୍ ସାମିଲ ରହିଛି ।

ଅନ୍ୟପଟେ ଆମାଜନ ପ୍ରାଇମ ଭିଡିଓ ସବକ୍ରିପସନ ଏବେ ମହଙ୍ଗା ହୋଇଛି । ଏହାର ଦାମ ଏବେ ୫୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆମାଜନ ପ୍ରାଇମ ଭିଡିଓର ପ୍ରାରମ୍ଭିକ ପ୍ଲାନ ୧୭୯ ଟଙ୍କାକୁ ବୃଦ୍ଧି ପାଇଛି । ପୂର୍ବରୁ ଏହି ପ୍ଲାନ ୧୨୯ ଟଙ୍କା ଥିଲା । ବାର୍ଷିକ ପ୍ଲାନ ଏବେ ୯୯୯ ଟଙ୍କା ବଦଳରେ ଗ୍ରାହକଙ୍କୁ ୧୪୯୯ ଟଙ୍କା ଦେବାକୁ ପଡିବ । ସେପଟେ ନେଟଫ୍ଲିକ୍ସ ନିଜର ସବକ୍ରିପସନ ରିଚାର୍ଜ ଦାମ କରିଛି । ଏହାର ମାସିକ ପ୍ଲାନ ଏବେ ୧୪୯ ଟଙ୍କା ହୋଇଛି । ଯାହାକି ପୂର୍ବରୁ ୧୯୯ ଟଙ୍କା ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.