ସୋସିଆଲ ମିଡିଆରେ ବ୍ୟାଙ୍କ କିମ୍ବା ଓ୍ଵାଲେଟ୍‌ ସହ ଜଡ଼ିତ ଅଭିଯୋଗ କରନ୍ତୁ ନାହିଁ, ଚୋରି ହୋଇପାରେ ଡାଟା

ନୂଆଦିଲ୍ଲୀ: ପ୍ରତିଦିନ ହଜାର ହଜାର ଲୋକଙ୍କ ପାଖକୁ ଫେକ୍‌ କଲ ଆସେ ଓ ଲୋକମାନେ ଏହାକୁ ଜାଣି ନ ପାରି ଠକାମୀର ଶିକାର ମଧ୍ୟ ହୋଇଥାନ୍ତି। ଏବେ ଦିଲ୍ଲୀ ପୋଲିସ ଲୋକଙ୍କୁ ସତର୍କ କରିବା ଅବସରରେ ଫେସ୍‌ବୁକ୍‌ ଓ ଟ୍ଵିଟରରେ ଅଭିଯୋଗ କରିବାକୁ ମନା କରିଛି।

ଦିଲ୍ଲୀ ପୋଲିସର ସାଇବର ସେଲ୍‌ ତରଫରୁ କୁହାଯାଇଛି, ଲୋକମାନେ ସୋସିଆଲ ମିଡିଆରେ ନିଜ ଠକାମୀ ବିଷୟରେ କହିବା ଦ୍ୱାରା ଡାଟା ଚୋରି ହେବାର ଆଶଙ୍କା ରହିଛି। କଷ୍ଟମର କେୟାର ଏକ୍‌ଜିକ୍ୟୁଟିଭ୍‌ ଆପଣଙ୍କ ବ୍ୟକ୍ତିଗତ ଡାଟା ବାହାରେ ସେୟାର କରିପାରନ୍ତି। ଏଣୁ କେବେ ବି ସୋସିଆଲ ମିଡିଆରେ କୌଣସି ଅଭିଯୋଗ କରନ୍ତୁ ନାହିଁ।


ଠକମାନେ ଆପଣଙ୍କ ସମସ୍ତ ଗତିବିଧି ଉପରେ ନଜର ରଖିଥାନ୍ତି। ଏଣୁ ନିଜ ମୋବାଇଲ ନମ୍ବର, ଇମେଲ ଆଇଡି, ଠିକଣା ଆଦି ବ୍ୟକ୍ତିଗତ ତଥ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଆପଣଙ୍କ ଟଙ୍କା ମଧ୍ୟ ଗାୟବ ହୋଇପାରେ। ଦିଲ୍ଲୀ ପୋଲିସ ଏନେଇ ସୂଚନା ଦେବା ସହ ଲୋକଙ୍କୁ ସତର୍କ କରିଛି।

ପୋଲିସ ସାଇବର କ୍ରାଇମ୍‌ କହିଛି, ଆପଣ ସୋସିଆଲ ମିଡିଆରେ ଅଭିଯୋଗ କରିବା ପରିବର୍ତ୍ତେ ସବୁବେଳେ କମ୍ପାନୀର ଅଫିସିଆଲ ଇ-ମେଲ ଆଇଡି ହିଁ ବ୍ୟବହାର କରନ୍ତୁ। ଯଦି ଠକାମୀର ଶିକାର ହେଉଛନ୍ତି, ତେବେ ଆରବିଆଇ ଲୋକପାଳର ମୋବାଇଲ ନମ୍ବର- ୧୪୪୪୦ ରେ ମିସ୍‌ଡ କଲ୍‌ ଦେଇ ଅଭିଯୋଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.