ଟେକ୍

କଥା ହେବା ସମୟରେ ମର୍ଜ କରୁଛନ୍ତି କି କଲ୍, ତେବେ ଜାଣନ୍ତୁ ମିନିଟରେ ଖାଲି ହୋଇଯାଇପାରେ ଆପଣଙ୍କ ବ୍ୟାଙ୍କ ଖାତା

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟଙ୍କ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡେଲ ‘ସାଇବର ଦୋସ୍ତ’ ଜରିଆରେ ଓଟିପିକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ମନ୍ତ୍ରାଳୟ ଜଣାଇଛି ଯେ ସାଇବର ଠକେଇର ଶିକାର ହେବା ଦ୍ୱାରା ହେଲ୍ପ ଲାଇନ ନମ୍ବର ୧୫୫୨୬୦ କୁ ତୁରନ୍ତ ଅଭିଯୋଗ କରନ୍ତୁ।

ମୋବାଇଲ ଫୋନରେ କୌଣସି ଅଜଣା ବ୍ୟକ୍ତିଙ୍କୁ କଲ କରିବା ସମୟରେ ମର୍ଜ କରନ୍ତୁନାହିଁ। ଏମିତି କରିବା ଦ୍ୱାରା ଆପଣଙ୍କୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ହ୍ୟାକ ହୋଇପାରେ। ଏହା ଜରିଆରେ ସାଇବର ଅପରାଧୀ ଆପଣଙ୍କ ବ୍ୟାଙ୍କ ଖାତା ପର୍ୟ୍ଯନ୍ତ ବି ପହଁଚିଯାଇପାରନ୍ତି। ସାଇବର ଠକେଇ ଲଗାତାର ବଢୁଥିବା ଦେଖିବାକୁ ମିଳୁଛି, ତେଣୁ ସରକାର ଏଥିପାଇଁ ଲୋକଙ୍କୁ ସତର୍କ ସୂଚନା ଜାରି କରିଛନ୍ତି।

ଗୃହ ମନ୍ତ୍ରାଳୟ ଗୁରୁବାର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ‘ସାଇବର ଦୋସ୍ତ’ ଜରିଆରେ ଓଟିପି (ୱାନ ଟାଇମ ପାସୱାର୍ଡ)କୁ ନେଇ ମଧ୍ୟ ଚେତାବନୀ ଜାରି କରିଛନ୍ତି। ଏଥିରେ କୁହାଯାଇଛି କଲ ମର୍ଜ ହେବା କ୍ଷଣି ହିଁ ସାଇବର ଅପରାଧୀ ଓଟିପି ଜାଣି ବ୍ୟାଙ୍କ ଖାତା ଖାଲି କରିଦେଇପାରନ୍ତି। ଏହାବ୍ୟତୀତ ସୋସିଆଲ ମିଡ଼ିଆ ଆକାଉଣ୍ଟ ବି ହ୍ୟାକ କରିପାରନ୍ତି।

ତେବେ ଯଦି ଆପଣ ସାଇବର ଠକେଇର ଶିକାର ହେଉଛନ୍ତି ତାହେଲେ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବର ୧୫୫୨୬୦ ରେ ଅଭିଯୋଗ ମଧ୍ୟ କରିପାରିବେ। ଏହାବ୍ୟତୀତ cybercrime. gov.in ଉପରେ ମଧ୍ୟ ଅଭିଯୋଗ କରିପାରିବେ। ସାଇବର ଦୋସ୍ତ ସାଇବର ସୁରକ୍ଷାକୁ ନେଇ ଅନେକ ସୂଚନା ଦେଇଥାଏ।

ଡିଜିଟାଲ ପେମେଂଟ ହଉ କିମ୍ବା ଅନ୍ୟ କୌଣସି ଲେଣଦେଣ ସମୟରେ ମୋବାଇଲ ନମ୍ବରକୁ ଏକ ଓଟିପି ଆସିଥାଏ। ଏହି ଓଟିପିକୁ କାହାକୁ ବି ସେୟାର କରନ୍ତୁନାହିଁ। ଏହାସହ କେବେବି ପବ୍ଲିକ ୱାଇ ଫାଇ ଦ୍ୱାରା ଟ୍ରାନଜାକସନ କରିବା ଠାରୁ ଦୂରେଇ ରୁହନ୍ତୁ।

Pritiparna

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

2 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

5 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

39 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

40 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago