ଆପଣ ଭୁଲରେ ବି କାହାରିକୁ ନିଜର ପ୍ୟାନ କାର୍ଡ ଓ ଆଧାର କାର୍ଡ ଡିଟେଲସ କରନ୍ତୁ ନାହିଁ ସେୟାର, ହୋଇପାରେ ଜିଏସଟି ଚୋରି

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ପ୍ୟାନ କାର୍ଡ ଓ ଆଧାର କାର୍ଡର ବ୍ୟବହାର କରି କେତେକ ନକଲି କମ୍ପାନୀମାନଙ୍କ ଦ୍ୱାରା ଜିଏସଟି ଚୋରି କରାଯାଉଛି | ଏହା ସହିତ ଆଧାର ମାଧ୍ୟମରେ ଟ୍ରାଞ୍ଜାକ୍ସନରୁ ବି କିଛି ଉପଭୋକ୍ତାଙ୍କୁ ଠକିଛନ୍ତି ସାଇବର ଠକ | ଆଜିକାଲି ସମୟରେ ପ୍ୟାନ ଏବଂ ଆଧାର କାର୍ଡ ବିନା ଆମର କିଛି କାମ ଅଟକି ଯାଏ | ଏହି ଦୁଇ ଡକୁମେଣ୍ଟରେ ଆମର ଅର୍ଥନୈତିକ ବିବରଣୀ ରହିଥାଏ | ବ୍ୟାଙ୍କରେ ଏହି ଦୁଇ ଡକୁମେଣ୍ଟ ବିନା ଆପଣ ଖାତା ବି ଖୋଲି ପାରିବେ ନାହିଁ |

ଆଧାର ପ୍ୟାନର ବର୍ଦ୍ଧିତ ବ୍ୟବହାର ସଂଗେ ସଂଗେ ଠକ ଲୋକମାନେ ବି ଏହାର ବ୍ୟବହାର କରି ଲୋକମାନଙ୍କୁ ଠକିବା ଆରମ୍ଭ କରି ଦେଇଛନ୍ତି |ଯଦି ଆପଣ ବିନା ଭାବିଚିନ୍ତି ପ୍ୟାନ ଆଧାର ଡିଟେଲସ କାହାକୁ ଦେଇଦିଅନ୍ତି ତେବେ କଥା ସରିଲା | ଏହା ଆପଣଙ୍କୁ ବହୁତ ବଡ ଅସୁବିଧାରେ ପକାଇ ପାରେ | ଠକୁଥିବା ଲୋକମାନେ ଆଜିକାଲି ଡକୁମେଣ୍ଟର ବ୍ୟବହାର କରି ଜିଏସଟି ଚୋରି କରି ପାରିବେ |

ସବିଆଈସି ଦେଲା ଜିଏସଟି ଚୋରି ସୂଚନା :

ଆପଣଙ୍କୁ ଜଣାଇ ଦେଉଛୁ କି ଆଧାର ପ୍ୟାନ କାର୍ଡର ସବିଶେଷ ତଥ୍ୟ ଜରିଆରେ ହେବାକୁ ଥିବା ଜିଏସଟି ଚୋରିରସୂଚନା ସିବିଆଇସି ଦେଇଛନ୍ତି | ସାଇବର ଅପରାଧ କରୁଥିବା ଲୋକ ଆପଣଙ୍କ ପ୍ୟାନ ଏବଂ ଆଧାରରୁ ଆପଣଙ୍କ ବ୍ୟାଙ୍କ ଡିଟେଲସ ଏବଂ ଜିଏସଟିର ତଥ୍ୟ ନେଇପାରିବେ ବୋଲି ସିବିଆଇସି ପକ୍ଷରୁ କୁହାଯାଇଛି | ଏହାପରେ ସେମାନେ ଆପଣଙ୍କ ଡକୁମେଣ୍ଟର ବ୍ୟବହାର ଦ୍ୱାରା ନକଲି କମ୍ପାନୀ ତିଆରି କରି ଜିଏସଟି ଚୋରି କରି ପାରିବେ | ଏହି କମ୍ପାନୀ ଦ୍ୱାରା ଇନପୁଟ ଟ୍ୟାକ୍ସ କ୍ରେଡିଟ (ITC) ର ଅଧିକାରରେ ଚୋରି କରୁଛନ୍ତି | CBIC ଲୋକମାନଙ୍କୁ ଏହି ସୂଚନା ଦେଉଛି |

କିଛି ଉପଭୋକ୍ତାଙ୍କୁ ଚୂନା ଲଗେଇ ସାରିଲେଣି :

ଗତ କିଛି ଦିନରେ ପ୍ୟାନ କାର୍ଡ ଓ ଆଧାର କାର୍ଡର ବ୍ୟବହାର କରି କିଛି ନକଲି କମ୍ପାନୀ ମାଧ୍ୟମରେ ଜିଏସଟି ଚୋରୀ [GST Fraud] କରାଯାଇଛି ବୋଲି CBIC ପ୍ରକାଶ କରିଛି | ଏହା ସହିତ ଆଧାର ମାଧ୍ୟମରେ ଟ୍ରେନ୍ଜେକ୍ସନରୁ ବି କିଛି ଉପଭୋକ୍ତାଙ୍କୁ ଚୁନା ଲଗାଯାଇଛି | ତେଣୁ ଆପଣ ପ୍ୟାନ କାର୍ଡ ଓ ଆଧାର ଡିଟେଲସ ବିଲକୁଲ ସେୟାର କରନ୍ତୁ ନାହିଁ |

Leave A Reply

Your email address will not be published.