ମେନ୍‌ ସ୍ୱିଚରେ ଟିଭି ନକରି ରିମୋଟରେ କରୁଛନ୍ତି କି ଟିିଭି ଅଫ୍‌, ତାହେଲେ ଜାଣନ୍ତୁ କେତେ ବିଜୁଳି ଖର୍ଚ୍ଚ କରୁଛନ୍ତି ଆପଣ

ଭାରତରେ ପ୍ରାୟ ୭୦ ପ୍ରତିଶତ ଲୋକ ଟିଭିକୁ ମେନ ସ୍ୱିଚରେ ବନ୍ଦ କରିବା ବଦଳରେ କେବଳ ରିମୋଟରେ ବନ୍ଦ କରିଦିଅନ୍ତି । ଟିଭିକୁ ଷ୍ଟାଣ୍ଡବାୟରେ ଛାଡିଦେବା ଦ୍ୱାରା ଆପଣଙ୍କ ବିଜୁଳି ବିଲ ବି ବଢ଼ିକି ଆସିଥାଏ ।

ଗରମ ଦିନରେ ଏସି କୁଲର ବ୍ୟବହାର ହେଉଥିବା କାରଣରୁ ବିଜୁଳି ବିଲ୍‌ ଅଧିକ ଆସିଥାଏ । କିନ୍ତୁ ଏହାବ୍ୟତୀତ ମାସ ସାରାର ଜରୁରୀ ଖର୍ଚ୍ଚୀ ମଧ୍ୟରୁ ଟିଭିରେ ଆସୁଥିବା ବିଜୁଳି ବିଲ୍‌ ମଧ୍ୟ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚ । ଭାରତରେ ପ୍ରାୟ ୭୦ ପ୍ରତିଶତ ଲୋକ ଟିଭିକୁ ମେନ ସ୍ୱିଚରେ ବନ୍ଦ କରିବା ବଦଳରେ କେବଳ ରିମୋଟରେ ବନ୍ଦ କରିଦିଅନ୍ତି । ଟିଭିକୁ ଷ୍ଟାଣ୍ଡବାୟରେ ଛାଡିଦେବା ଦ୍ୱାରା ଆପଣଙ୍କ ବିଜୁଳି ବିଲ ବି ବଢ଼ିକି ଆସିଥାଏ । କିନ୍ତୁ କିଛି ଟିପ୍ସ ଅଛି ଯାହାକୁ ଫଲୋ କରି ଆପଣ ଆପଣଙ୍କ ବିଜୁଳି ବିଲକୁ କମ୍‌ କରିପାରିବେ ।

ସାଧାରଣତଃ ଲୋକମାନେ ନିଜର ଡେଲି ଖର୍ଚ୍ଚକୁ କମ୍‌ କରିବା ପାଇଁ ଅନେକ ଉପାୟ ସନ୍ଧାନରେ ଥାଆନ୍ତି । କିନ୍ତୁ ଛୋଟ ଛୋଟ ଜିନିଷକୁ ଭୁଲିଯାନ୍ତି । ଯାହାକୁ ଆପଣ ଅଭ୍ୟାସରେ ବି ପକାଇ ଟଙ୍କା ଖର୍ଚ୍ଚ କରିପାରିବେ । କିଛି ବହୁତ ସହଜ ଟିପ୍ସ ଅଛି, ଯାହାକୁ ଆପଣାଇ ଆପଣ ନିଜ ଲାଇଫଷ୍ଟାଇଲରେ ପ୍ରଭାବ ନପକାଇ ନିଜ ଖର୍ଚ୍ଚକୁ କମ୍‌ କରିପାରିବେ ।

ଗୋଟେ ଜିନିଷ ଯାହାକୁ ଆପଣ କରିପାରିବେ ତାହା ହେଉଛି ନିଜ ଥିବା ଗ୍ୟାଜେଟ୍ସକୁ ଠିକ ଭାବେ ବନ୍ଦ କରିଦିଅନ୍ତୁ ଯାହାକୁ ଆପଣ ରେଗୁଲାର ୟୁଜ୍‌ କରୁନାହାଁନ୍ତି । ଗ୍ୟାଜେଟ୍ସକୁ ଷ୍ଟାଣ୍ଡବାୟରେ ନ ରଖି ବରଂ ମେନ୍‌ ସ୍ୱିଚରେ ବନ୍ଦ କରିଦିଅନ୍ତୁ । ଯେତେବେଳେ କୌଣସି ଗ୍ୟାଜେଟକୁ ଷ୍ଟାଣ୍ଡବାୟରେ ଛାଡିଦିଆଯାଏ, ସେତେବେଳେ ମଧ୍ୟ ଏହା ଆପଣଙ୍କ ବିଜୁଳିର ସକେଟରେ ବିଜୁଳି ପ୍ରାପ୍ତ କରିଥାଏ, ଯାହାକୁ ନିମ୍ନ ସ୍ତରରେ ଚାଲଇବା ଜାରି ରଖାଯାଇପାରିବ ।

ଯେତେବେଳେ ଟେଲିଭିଜନ କଥା ଆସିଥାଏ, ସେତେବେଳେ ଏହାକୁ ଷ୍ଟାଣ୍ଡବାୟରେ ଛାଡିବାର ଅର୍ଥ ହେଉଛି ସେଥିରେ ଏବେବି ପାଓ୍ଵାର ଟାଣିଥାଏ, ଯାହାଦ୍ୱାରା ଏହାକୁ ରିମୋଟ କଣ୍ଟ୍ରୋଲରେ ସଂକେତର ଜବାବ ଦେଇହେବ । ଯଦି ଆପଣ ନିଜ ଟିଭିକୁ ଷ୍ଟାଣ୍ଡବାୟରେ ଛାଡୁଛନ୍ତି, ତାହେଲେ ଏହା ଆପଣଙ୍କ ବିଜୁଳି ବିଲରେ ବୃଦ୍ଧି କରିବ ।

ଆପଣଙ୍କ ଟିଭି ଷ୍ଟାଣ୍ଡବାୟରେ ରହିବା ଦ୍ୱାରା କେତେ ବିଜୁଳି ଖର୍ଚ୍ଚ କରେ ଏହା ଏହାର ଆକାର, ମଡେଲ ଏବଂ ଏହା କେତେ ପାଓ୍ଵାର ଫ୍ରେଣ୍ଡଲୀ ଏହିସବୁ ଉପରେ ନିର୍ଭର କରିଥାଏ । ବିଜୁଳିରେ ଚାଲୁଥିବା ସମସ୍ତ ଗ୍ୟାଜେଟ୍ସର ଏକ ପାଓ୍ଵାର ରେଟିଙ୍ଗ ରହିଥାଏ, ଯାହା ଆପଣଙ୍କୁ ବତାଇଥାଏ ଗ୍ୟାଜେଟକୁ କାମ କରିବା ପାଇଁ କେତେ ବିଜୁଳି ଆବଶ୍ୟକ କରେ । ଏହା ସାଧାରଣତଃ ଓ୍ଵାଟ କିମ୍ବା କିଲୋଓ୍ଵାଟରେ ଦିଆଯାଇଥାଏ ।

ଏବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ଏହାକୁ ଷ୍ଟାଣ୍ଡବାୟରେ ଛାଡିବା ଦ୍ୱାରା ବିଜୁଳି ବହୁତ ଖର୍ଚ୍ଚ ହୋଇଥାଏ । ବିଶେଷଜ୍ଞମାନେ କୁହନ୍ତି ଟିଭି ଷ୍ଟାଣ୍ଡବାୟରେ ରହିବା ଦ୍ୱାରା ଏହା ଗୋଟେ ଘଣ୍ଟାରେ ୧୦ ଓ୍ଵାଟ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରିଥାଏ । ଧ୍ୟାନ ରଖିବା କଥା ଯେ ଆପଣ ଯେଉଁଠି ରହୁଛନ୍ତି ଏବଂ ଆପଣଙ୍କ ବ୍ୟକ୍ତିଗତ ଉପଯୋଗ ଆଧାରରେ ଆପଣଙ୍କ ଶକ୍ତି ବହୁତ ଅଲଗା ହୋଇପାରେ । ଯଦି ଆପଣଙ୍କ ଗ୍ୟାଜେଟର ପାଓ୍ଵାର ରେଟିଙ୍ଗ ଅଧିକ କିମ୍ବା କମ୍‌ ଥାଏ ତାହେଲେ ଏହା ଆପଣଙ୍କ ବିଜୁଳି ବିଲକୁ ମଧ୍ୟ ପ୍ରଭାବିତ କରିବ ।

ଟିଭିକୁ କେବଳ ରିମୋଟରୁ ବନ୍ଦ କରିବା ଦ୍ୱାରା ବର୍ଷକୁ ଆପଣଙ୍କର ୧୨୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ବିଜୁଳି ବିଲ୍‌ ଖର୍ଚ୍ଚ ହୋଇଥାଏ । ଏଥିପାଇଁ ଟିଭିକୁ ଆଜି ଠାରୁ ହିଁ ମେନ୍‌ ସ୍ୱିଚରୁ ବନ୍ଦ କରିବା ଅଭ୍ୟାସ ପକାଇ ଦିଅନ୍ତୁ ।

Leave A Reply

Your email address will not be published.