ସୋସିଆଲ ମିଡିଆ ପ୍ଲାଟଫର୍ମସର ବ୍ୟବହାର ଏବେ ଅଧିକ ହେଉଛି । ସେଥିମଧ୍ୟରୁ ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ଵିଟରର ୟୁଜ୍ ସବୁଠାରୁ ଅଧିକ କରୁଛନ୍ତି ୟୁଜର୍ସ । କିନ୍ତୁ ଏହାକୁ ବ୍ୟବହାର କରିବା ସହିତ ଏହାର ନିୟମ ବିଷୟରେ ମଧ୍ୟ ଅବଗତ ହେବା ଆପଣଙ୍କୁ ବହୁତ ଜରୁରୀ । ଅନେକ ଥର ଆମକୁ ରୁଲ୍ସ ବା ନିୟମ ବିଷୟରେ ପତ୍ତା ନଥାଏ ଏବଂ ଅଜାଣତରେ ଆମେ ଏମିତି କିଛି ଭୁଲ କରିଦିଅନ୍ତି ଯାହା ଆଇନଗତ ଅପରାଧ ଶ୍ରେଣୀରେ ଆସିଥାଏ । ଅର୍ଥାତ୍ କିଛି ବି ଭୁଲ କରିବା ଦ୍ୱାରା ଜେଲ ହୋଇପାରେ । କିଛି ଜିନିଷ ଏମିତି ରହିଛି, ଯାହାକୁ ଆପଣ ଭୁଲରେ ବି ସର୍ଚ୍ଚ କରିବା ଅନୁଚିତ । ସର୍ଚ୍ଚ କରିବା କ୍ଷଣି ହିଁ ଆପଣଙ୍କ ସମସ୍ୟା ବଢ଼ିଯାଇଥାଏ । ଆସନ୍ତୁ ଜାଣିବା ତାହା କେଉଁ ଜିନିଷ ଯାହାକୁ ଆପଣଙ୍କୁ ସର୍ଚ୍ଚ କରିବା ଉଚିତ ନୁହେଁ ।
ଚାଇଲ୍ଡ ପର୍ନୋଗ୍ରାଫୀ
ଚାଇଲ୍ଡ ପର୍ନୋଗ୍ରାଫୀକୁ ନେଇ ବହୁତ ବଡ ଆଇନ୍ ରହିଛି । ଯଦି ଆପଣଙ୍କୁ ଏମିତି କୌଣସି ଭିଡିଓ ମିଳୁଛି, ଯାହା ଏହହି ସମ୍ପର୍କରେ ଦର୍ଶାଉଛି ତାହେଲେ ତାହାକୁ ଆଦୌ ଦେଖାଇବା ଉଚିତ ନୁହେଁ କି ସର୍ଚ୍ଚ ବି କରିବା ଉଚିତ ନୁହେଁ, କାହିଁକିନା ଏମିତି କରିବା ଦ୍ୱାରା ଆପଣଙ୍କ ଉପରେ କେସ୍ ହୋଇପାରେ ଏବଂ ହୋଇପାରେ ଜେଲ ବି ହୋଇପାରେ ।
ଫେକ ନ୍ୟୁଜ୍
ବର୍ଷ ବର୍ଷ ଧରି ଫେକ ନ୍ୟୁଜ୍ ବଢ଼ୁଛି । ଏହାକୁ ରୋକିବା ପାଇଁ ସରକାର ଲଗାତର ଅନେକ ପଦକ୍ଷେପ ଉଠାଉଛନ୍ତି । ଫେକ ନ୍ୟୁଜ ଠାରୁ ଆପଣଙ୍କୁ ସତର୍କ ରହିବାକୁ ହେବ । ଆଇଟି ଆକ୍ଟ ଅନୁଯାୟୀ ଯଦି ଆପଣ ଫେକ ନ୍ୟୁଜ ସେୟାର କରନ୍ତି ତାହେଲେ ଆପଣଙ୍କ ବିରୁଦ୍ଧରେ କେସ ହୋଇପାରେ । ଯଦି ଆପଣଙ୍କୁ କୌଣସି ନ୍ୟୁଜ ମିଳୁଛି ତାହେଲେ ତାକୁ ସର୍ବପ୍ରଥମେ କ୍ରସ୍ ଭେରିଫାଏ କରିଦିଅନ୍ତୁ ।
ସମାଜକୁ ବିଭାଜିତ କରୁଥିବା ଭିଡିଓ ଠାରୁ ଦୂରତା ରକ୍ଷା କରନ୍ତୁ । ଯଦି ଆପଣ ସେୟାର କରନ୍ତି ତାହେଲେ ଜେଲ ବି ହୋଇପାରେ । ଦିଲ୍ଲୀ ପୋଲିସ ନିକଟରେ ଏମିତି ଅନେକ କେସ୍ ଫାଇଲ କରି ଅନେକଙ୍କୁ ଜେଲରେ ଭର୍ତ୍ତି କରାଇଛି ।