ଆଉ ନିଅନ୍ତୁନି ଫୋନ୍ ଷ୍ଟୋରେଜ ପାଇଁ ଟେନସନ୍, ଏହିପରି ପାଆନ୍ତୁ ୧୦୦GB ଫ୍ରି JioCloud ଷ୍ଟୋରେଜ୍
ରିଲାଏନ୍ସର ୪୭ ତମ ଏଜିଏମ୍ ରେ ମୁକେଶ ଅମ୍ବାନୀ ଅନେକ ବଡ଼ ଘୋଷଣା କରିଥିଲେ । ତେବେ ନିକଟରେ କମ୍ପାନୀ କହିଛି ଯେ ଜିଓ ୟୁଜର୍ସଙ୍କୁ ୧୦୦ ଜିବି ଜିଓ କ୍ଲାଉଡ୍ ଷ୍ଟୋରେଜ୍ ଦିଆଯିବ । ଏଥି ସହିତ, ବର୍ତ୍ତମାନ ଜିଓ AI କ୍ଲାଉଡ୍ ୱେଲକମ୍ ଅଫର ଅଧୀନରେ କୋଟି କୋଟି ଗ୍ରାହକଙ୍କୁ ଫ୍ରିରେ ୧୦୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ଦେବା ଆରମ୍ଭ କରିଛି । ଜିଓ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ୟୁଜର୍ସମାନେ ବର୍ତ୍ତମାନ ଫ୍ରି ୧୦୦ GB କ୍ଲାଉଡ୍ ଷ୍ଟୋରେଜ୍ ଏବଂ JioCloud ଆପ୍ ମାଧ୍ୟମରେ AI ଫିଚର୍ସ ପାଇପାରିବେ, ଯାହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ୍ ପାଇଁ ଉପଲବ୍ଧ ଏବଂ ଏହାକୁ ୱେବରେ ମଧ୍ୟ ବ୍ୟବହାର କରାଯାଇପାରିବ ।
ଜିଓ କ୍ଲାଉଡ୍, ଯାହା ପୂର୍ବରୁ ୫ GB କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରିଥିଲା, ୱେଲକମ୍ ଅଫର ସହିତ ବିନା କୌଣସି ଏକ୍ସଟ୍ରା ମୂଲ୍ୟରେ ୧୦୦ GB ଷ୍ଟୋରେଜ ପ୍ରଦାନ କରୁଛି । ଏହାର ଅର୍ଥ ହେଉଛି ଭବିଷ୍ୟତରେ, JioCloud ସର୍ଭିସ ବ୍ୟବହାର ଜାରି ରଖିବା ପାଇଁ ୟୁଜରମାନଙ୍କୁ ଏକ ସବସ୍କ୍ରିପ୍ସନ୍ ଦେବାକୁ ପଡିବ । ରିଲାଏନ୍ସ ଦ୍ୱାରା ଏହା ଏକ ବଡ ପଦକ୍ଷେପ, ଜିଓ କ୍ଲାଉଡ୍ ଗୁଗୁଲ୍ ଡ୍ରାଇଭ୍ ଅପେକ୍ଷା ଏକ ଭଲ ଅନଲାଇନ କଣ୍ଟେଣ୍ଟ ଷ୍ଟୋରେଜ୍ ପ୍ଲାଟଫର୍ମ ଯାହା ୧୫ GB ଫ୍ରି କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରେ । ଆପଲ୍ iCloud ରେ ୫ GB ଫ୍ରି କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରେ ଏବଂ ମାଇକ୍ରୋସଫ୍ଟ ୱାନଡ୍ରାଇଭ୍ ମଧ୍ୟ ପ୍ରତି ଆକାଉଣ୍ଟରେ ୫ ଜିବି ଫ୍ରି କ୍ଲାଉଡ୍ ଷ୍ଟୋରେଜ୍ ପ୍ରଦାନ କରେ ।
ଗୁଗୁଲ ମାସକୁ ୧୩୦ ଟଙ୍କା କିମ୍ବା ୧୦୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ପାଇଁ ବର୍ଷକୁ ୧୩୦୦ ଟଙ୍କା ଚାର୍ଜ କରେ । ଯେଉଁଠାରେ ଆପଲ୍ ୨୦୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ପାଇଁ ମାସକୁ ୨୧୯ ଟଙ୍କା ଚାର୍ଜ କରେ । Jio AI କ୍ଲାଉଡ୍ ୱେଲକମ୍ ଅଫର୍ ରିଡିମ୍ କରିବାକୁ, ଆପଣଙ୍କର MyJio ଆପର ଲାଟେଷ୍ଟ ଭର୍ସନ ଥିବା ଆବଶ୍ୟକ । ଆପଣ ଆପ୍ ଖୋଲିବା ମାତ୍ରେ ଏକ ପପ୍-ଅପ୍ ଅଫର ହାଇଲାଇଟ୍ କରିବ । ଯଦି ଆପଣ ତାହା ନ ଦେଖନ୍ତି, ସେଠାରେ ଏକ ବ୍ୟାନର ରହିବ ଯେଉଁଥିରେ “୧୦୦ ଜିବି କ୍ଲାଉଡ୍ ଷ୍ଟୋରେଜ୍” ଲେଖାହୋଇଥାଏ । ଏହା ଉପରେ କ୍ଲିକ୍ କରନ୍ତୁ ଏବଂ ଆପଣ ନିଜର JioCloud ଆକାଉଣ୍ଟରେ ୧୦୦ GB ଷ୍ଟୋରେଜ୍ ପାଇବେ ।
ଏହାର ଫାଇଦା ନେବାକୁ ୟୁଜରମାନଙ୍କୁ ଫ୍ରି JioCloud ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଗୁଗୁଲ୍ ଡ୍ରାଇଭ୍ କିମ୍ବା ଆପଲ୍ iCloud ପରି JioCloud ଇମେଜ, ଅଡିଓ, ଭିଡିଓ ଏବଂ ଡିଜିଟାଲ୍ ଡକ୍ୟୁମେଣ୍ଟ୍ ଷ୍ଟୋର କରିବାରେ ବ୍ୟବହୃତ ହୋଇପାରିବ । JioCloud ଆପ୍ DigiLocker ଆକ୍ସେସ୍ ମଧ୍ୟ ପ୍ରଦାନ କରେ, ଯେଉଁଠାରେ ଡ୍ରାଇଭିଂ ଲାଇସେନ୍ସ, ଆଧାର ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍ ମଧ୍ୟ ଷ୍ଟୋର କରାଯାଇପାରିବ । ଅନ୍ୟ କୌଣସି କ୍ଲାଉଡ୍ ଷ୍ଟୋରେଜ୍ ପ୍ଲାଟଫର୍ମ ପରି, JioCloud ରେ ସେଭ୍ ହୋଇଥିବା ଡାଟା ଆବଶ୍ୟକ ସମୟରେ ସାଙ୍ଗ ଏବଂ ପରିବାର ସହିତ ସେୟାର କରାଯାଇପାରିବ ଏବଂ ଏହି ଫାଇଲଗୁଡିକ ପ୍ରାୟ ଯେକୌଣସି ଦିଭାଇସରେ ଆକ୍ସେସ କରାଯାଇପାରିବ ।