ଭାରତରେ ଲଞ୍ଚ ହେଲା Dor Play, ୩ ମାସର ପ୍ରାଇସ୍ ୪୦୦ ଟଙ୍କାରୁ ମଧ୍ୟ କମ୍

ଯଦି ଏପର୍ଯ୍ୟନ୍ତ ଆପଣ ଲାଟେଷ୍ଟ ମୁଭି, ୱେବ ସିରିଜ୍ କିମ୍ବା ଟିଭି ଚ୍ୟାନେଲ୍ ଦେଖିବା ପାଇଁ ମହଙ୍ଗା OTT ସବସ୍କ୍ରିପସନ୍ କିମ୍ବା DTH ରିଚାର୍ଜ ପ୍ଲାନ୍ ନେଉଥିଲେ, ତେବେ ଏବେ ଆପଣଙ୍କୁ ଏହାର କିଛି ଆବଶ୍ୟକତା ପଡିବ ନାହିଁ । ବର୍ତ୍ତମାନ ଆପଣଙ୍କୁ ଗୋଟିଏ ସ୍ଥାନରେ ଟିଭି ଚ୍ୟାନେଲ୍ ଏବଂ OTT ଆପ୍ସର ଆକ୍ସେସ ପାଇପାରିବେ । ଏହା କହିବାର କାରଣ ହେଉଛି ଯେ ଷ୍ଟ୍ରିମ୍ ବକ୍ସ ମିଡିଆ ଭାରତରେ Dor Play ଲଞ୍ଚ କରିଛି । Dor Play କୋଟି କୋଟି ଲୋକଙ୍କ ଟେନସନକୁ ଶେଷ କରିଛି ।

ଆପଣଙ୍କୁ କହିବୁ ଯେ Streambox Media ର Dor Play App ମାଧ୍ୟମରେ ଆପଣ କେବଳ ୨ କିମ୍ବା ୪ଟି ନୁହେଁ ବରଂ ୨୦ ରୁ ଅଧିକ OTT ଆପ୍ସର ଫ୍ରି ସବସ୍କ୍ରିପସନ୍ ପାଇବେ । ଏହାର ଅର୍ଥ ହେଉଛି ବର୍ତ୍ତମାନ ପାଇଁ ଆପଣଙ୍କୁ Disney Plus Hotstar, Zee5, Sun Next, Discovery Plus ଭଳି ଅନେକ ଆପ୍ ପାଇଁ ସବସ୍କ୍ରିପସନ୍ ପ୍ଲାନ୍ ନେବାକୁ ପଡିବ ନାହିଁ । କେବଳ ଏତିକି ନୁହେଁ ଏହି ନୂଆ ଆପରେ ଆପଣଙ୍କୁ ଫ୍ରିରେ ୩୦୦ ରୁ ଅଧିକ ଟିଭି ଚ୍ୟାନେଲ୍ ଦେଖିବାର ସୁଯୋଗ ମିଳିବ ।

ଏଥି ସହ ଆପଣ ଜାଣି ରଖନ୍ତୁ ଯେ ଗତ ବର୍ଷ ଡିସେମ୍ବରରେ କମ୍ପାନୀ ଭାରତର ପ୍ରଥମ ସବସ୍କ୍ରିପସନ୍ ବେସ୍ଡ ଟେଲିଭିଜନ୍ ସର୍ଭିସ ଡୋରକୁ ଲଞ୍ଚ କରିଥିଲା । ବର୍ତ୍ତମାନ କମ୍ପାନୀ ଏହାର ଆପ୍ ମଧ୍ୟ ଲଞ୍ଚ କରିଛି । Dor Play ଆପରେ ଆପଣ Zee5, Disney+Hotstar, Sun Nxt, Sony LIV, Lionsgate Play, Fancode, Aha, Discovery+, ETV Win, Chaupal, Dollywood Play, Nammaflix, Sun NXT, ShemarooMe, Stage, Raj TV, TravelXP, VR OTT, Playflix, OTT Plus ଏବଂ DistroTV ର ଫ୍ରି ସବସ୍କ୍ରିପସନ୍ ପାଇବେ ।

ଏହି ଆପରେ ୟୁଜର୍ସମାନଙ୍କୁ ଏକ ଭିନ୍ନ ଏକ୍ସପେରିୟନ୍ସ ଦେବା ପାଇଁ, କମ୍ପାନୀ ଏଥିରେ ଟ୍ରେଣ୍ଡିଂ ଏବଂ ଅପକମିଙ୍ଗ ନାମକ ଦୁଇଟି ୟୁନିକ୍ ସେକ୍ସନ୍ ଦେଇଛି । ଏହି ଆପ୍ ୟୁଜର୍ସଙ୍କୁ ନିଜର favorite content କୁ ଗୋଟିଏ ସର୍ଚ୍ଚରେ ଖୋଜିବାକୁ ପରମିସନ୍ ଦେଇଥାଏ । କମ୍ପାନୀ ଅନୁଯାୟୀ Dor Play ର ଇଣ୍ଟରଫେସ୍ ଅନ୍ୟ କମ୍ପାନୀର ଆପ୍ ତୁଳନାରେ ବହୁତ ସହଜ । ଦୁଇଟି ୟୁନିକ୍ ସେକ୍ସନ୍ ଥିବାରୁ ଏଣ୍ଟରଟେନ୍ମଣ୍ଟକୁ ନୂଆ ଅପଡେଟ୍ ମଧ୍ୟ ମିଳିବ ।

ଆପଣଙ୍କୁ କହିବୁ ଯେ ଏହି ଆପରେ କମ୍ପାନୀ ୟୁଜର୍ସଙ୍କ ପାଇଁ ମୁଡ୍ ବେସ୍ଡ ଫିଲ୍ଟରପ୍ରଦାନ କରିଛି । ଏହି ଫିଲ୍ଟର ଆପଣଙ୍କ ଭାବନା ଅନୁସାରେ କଣ୍ଟେଣ୍ଟ ଦେଖାଇବ । କେବଳ ଏତିକି ନୁହେଁ ଆପଣଙ୍କୁ ଏହି ଆପରେ ଆପଣଙ୍କର ପ୍ରିଏ ଷ୍ଟାର୍ ଏବଂ ଜେନର୍ସକୁ ଏକ୍ସପ୍ଲୋର୍ କରିବାର ସୁଯୋଗ ମଧ୍ୟ ମିଳିବ । ଫିଲ୍ଟର ଯୋଗୁଁ ଆପଣଙ୍କର ଇଣ୍ଟ୍ରେଷ୍ଟ ବେସ୍ଡ କଣ୍ଟେଣ୍ଟ ଖୋଜିବାରେ ଆପଣଙ୍କୁ ଅଧିକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ଯଦି ଆପଣ Dor Play ର ସବସ୍କ୍ରିବସନ୍ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖାସ୍ କଥା ହେଉଛି ଯେ ଏହାର ପ୍ରାଇସ୍ ୪୦୦ ଟଙ୍କାରୁ ମଧ୍ୟ କମ୍ ରହିଛି । ଏହି ଆପର ସବସ୍କ୍ରିପସନ୍ ମାତ୍ର ୩୯୯ ଟଙ୍କା । ୩୯୯ ଟଙ୍କାର ସବସ୍କ୍ରିପସନ୍ ନେଇ ଆପଣ ୩ ମାସ ପାଇଁ ଆପ୍ ବ୍ୟବହାର କରିପାରିବେ । ଆପଣଙ୍କୁ କହିବୁ ଯେ ଆପଣ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରୁ Dor Play ଆପର ସବସ୍କ୍ରିପସନ୍ ନେଇପାରିବେ । ସବସ୍କ୍ରିପସନ୍ କିଣିବା ପରେ ଆପଣଙ୍କୁ ଏକ କୁପନ୍ ଦିଆଯିବ, ଯେଉଁଥିରେ ଆପଣଙ୍କର ମୋବାଇଲ୍ ନମ୍ବର ମାଧ୍ୟମରେ ଆକ୍ଟିଭ୍ କରିପାରିବେ । Dor Play ଆପ୍ ଗୁଗୁଲ ପ୍ଳେ ଷ୍ଟୋରରେ ମଧ୍ୟ ଉପଲବ୍ଧ ଅଛି ।