WhatsApp ରେ ବି ଡାଉନ୍‌ଲୋଡ୍‌ କରିପାରିବେ କରୋନା ଭ୍ୟାକ୍‌ସିନ୍‌ ସାର୍ଟିଫିକେଟ୍‌, ଫଲୋ କରନ୍ତୁ ଏହି ଷ୍ଟେପ୍‌

ଏବେ ହ୍ଵାଟ୍ସଆପ୍‌(WhatsApp)ରେ ବି ଡାଉନ୍‌ଲୋଡ୍‌ କରିପାରିବେ କରୋନା ଭ୍ୟାକ୍‌ସିନ୍‌ ସାର୍ଟିଫିକେଟ୍‌। ପୂର୍ବରୁ ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌ କେବଳ କୋ-ଓ୍ଵିନ୍‌ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍‌ରୁ ଡାଉନ୍‌ଲୋଡ୍‌ କରିହେଉଥିଲା। କିନ୍ତୁ ଏବେ ଏହି ସୁବିଧା ହ୍ଵାଟ୍ସ ଆପ୍‌ରେ ବି ଉପଲବ୍ଧ ଅଛି। ତେବେ ଆସନ୍ତୁ ଜାଣିବା ହ୍ଵାଟ୍ସଆପ୍‌ରେ କେମିତି ଡାଉନ୍‌ଲୋଡ୍‌ କରିବେ କରୋନା ଭ୍ୟାକ୍‌ସିନ୍‌ ସାର୍ଟିଫିକେଟ୍‌…

ଗତବର୍ଷ ଭାରତ ସରକାର MyGov Corona HelpDesk WhatsApp ଚାଟ୍‌ ବକ୍ସ ଲଞ୍ଚ୍‌ କରିଥିଲେ। ଆପଣ ନିଜ କରୋନା ଭ୍ୟାକ୍ସିନ୍‌ ସାର୍ଟିଫିକେଟ୍‌ ଏହି ଚାଟ୍‌ ବକ୍ସ ମାଧ୍ୟମରେ ଡାଉନ୍‌ଲୋଡ୍‌ କରିପାରିବେ। ଏଥିପାଇଁ ପ୍ରଥମେ MyGov କରୋନା ହେଲ୍ପ ଡେସ୍କ ହ୍ଵାଟ୍ସଆପ୍‌ ନମ୍ବର ୯୧୯୦୧୩୧୫୧୫୧୫କୁ ନିଜ କଣ୍ଟାକ୍ଟରେ ଆଡ୍‌ କରନ୍ତୁ। ଏବେ ହ୍ଵାଟ୍ସଆପ୍‌କୁ ଯାଇ ସର୍ଚ୍ଚରେ MyGov ନମ୍ବର ସର୍ଚ୍ଚ କରନ୍ତୁ। ଏବେ ଏହାର ଚାଟ୍‌ ଓ୍ଵିଣ୍ଡୋ ଓପନ୍‌ କରନ୍ତୁ।

ଏବେ ଡାଇଲଗ୍‌ ବକ୍ସରେ ଡାଉନ୍‌ଲୋଡ୍‌ ସାର୍ଟିଫିକେଟ୍‌ ଟାଇପ୍‌ କରନ୍ତୁ। ଟାଇପ୍‌ କରିବା ପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ୬ ଅଙ୍କ ବିଶିଷ୍ଟ ଓଟିପି ଆସିବ। ଏହାକୁ MyGov ର ହ୍ଵାଟ୍ସଆପ୍‌ ଚାଟ୍‌ ବକ୍ସରେ ଏଣ୍ଟର କରନ୍ତୁ। ଯଦି ଆପଣଙ୍କ ମୋବାଇଲରେ ଏକାଧିକ ୟୁଜରଙ୍କୁ ରେଜିଷ୍ଟର କରିଛନ୍ତି, ତେବେ ତାହା ଏଠାରେ ଶୋ’ କରିବ। ଏବେ ସମସ୍ତଙ୍କୁ ସିଲେକ୍ଟ କରନ୍ତୁ। ଏଠାରେ ଆପଣଙ୍କୁ ଯାହାର ସାର୍ଟିଫିକେଟ୍‌ ଦରକାର ତାଙ୍କ ନମ୍ବର ଟାଇପ୍‌ କରନ୍ତୁ। ଏହା ପରେ ଆପଣଙ୍କ ଚାଟ୍‌ ବକ୍ସକୁ Covid-19 ଭ୍ୟାକ୍‌ସିନ୍‌ ସାର୍ଟିଫିକେଟ୍‌ ଆସିଯିବ। ଆପଣ ତାହାକୁ ଡାଉନ୍‌ଲୋଡ୍‌ କରି ସେଭ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.