କୁଆଡେ ଯିବା ଆଉ ଆବଶ୍ୟକ ନାହିଁ, ଏପରି ଘରେ ବସି ଅନଲାଇନରେ ବନାନ୍ତୁ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ

ଅଧିକାଂଶ ଲୋକ ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା ପାଇଁ ରିଜନାଲ ଟ୍ରାନ୍ସପୋର୍ଟ ଅଫିସର ଚକ୍କର କାଟନ୍ତି। କିନ୍ତୁ ଏଥିରେ ଅନେକ ସମୟ ଲାଗିଥାଏ, ଡ୍ରାଇଭିଙ୍ଗ ଲାଇସେନ୍ସ ତ ମିଳିଯାଏ କିନ୍ତୁୁ ଆପଣଙ୍କୁ ବେଶି ଦଉଡିବାକୁ ପଡିଥାଏ। ପିକ୍‌ ଟାଇମରେ ଏହି ସମସ୍ୟା ଆହୁରି ବି ଅଧକି ବଢ଼ିଯାଇଥାଏ। କାହିଁକିନା ଲୋକମାନେ ଭାରି ସଂଖ୍ୟାରେ ଆରଟିଓ ଅଫିସରେ ପହଁଚିଥାନ୍ତି। କିନ୍ତୁ ଯଦି ଆପଣ ଏହି ଝିନଝଟରୁ ଛୁଟକାରା ପାଇବାକୁ ଚାହୁଁଛନ୍ତି ତାହେଲେ ଏବେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଆପ୍ଲାଏ କରିବା ପାଇଁ ଅନଲାଇନ ଅପ୍ସନ ମଧ୍ୟ ରହିଛି। ଏହି ଅପ୍ସନ ସାହାଯ୍ୟରେ ଆପଣ ଘରେ ବସି ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆପ୍ଲାଏ କରିପାରିବେ। ଯଦି ଆପଣ ପ୍ରଥମ ଥର ଡ୍ରାଇଭିଙ୍ଗ ଲାଇସେନ୍ସ ଆପ୍ଲାଏ କରୁଛନ୍ତି ତାହେଲେ ଆପଣଙ୍କୁ ସର୍ବପ୍ରଥମେ ଲର୍ନର ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆପ୍ଲାଏ କରିବାକୁ ପଡିଥାଏ ଏବଂ ଆଜି ଆମେ ଆପଣଙ୍କୁ ଏହାର ପ୍ରୋସେସ୍‌ ବତାଇବାକୁ ଯାଉଛୁ।

ଏବେ ଜାଣନ୍ତୁ କେମିତି କରିବେ ଆପ୍ଲାଏ

  • ସର୍ବପ୍ରଥମେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ।
  • ଏହି େଓ୍ଵବସାଇଟ ହେଉଛି https://sarathi.parivahan.gov.in/sarathiservice/stateSelection.do।
  • ଏଠାରେ ଷ୍ଟେଟ ସିଲେକ୍ଟ କରି Apply for a Learner’s License ଉପରେ କ୍ଲିକ କରନ୍ତୁ।
  • ଏବେ ଲର୍ନର ଡ୍ରାଇଭିଙ୍ଗ ଲାଇସେନ୍ସ ଫର୍ମ ଭରନ୍ତୁ।
  • ସମସ୍ତ ଜରୁରୀ ବିବରଣୀ ଭରନ୍ତୁ।
  • ଆଧାର କାର୍ଡ ସହିତ ଆବେଦକକୁ ଚୟନ କରନ୍ତୁ।
  • Submit via Aadhaar authentication ଉପରେ କ୍ଲିକ କରନ୍ତୁ ଏବଂ ସବମିଟ୍‌ କରନ୍ତୁ।
  • ଆଧାର କାର୍ଡ ଡିଟେଲ୍ସ ଏବଂ ମୋବାଇଲ ନମ୍ବର ଏଣ୍ଟର କରନ୍ତୁ।
  • ଜେନେରେଟ୍‌ ଓଟିପି ଉପରେ କ୍ଲିକ କରନ୍ତୁ।
  • ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଆସି ଓଟିପି ଏଣ୍ଟର କରନ୍ତୁ।
  • ନିୟମ ଏବଂ ସର୍ତ୍ତକୁ ଗ୍ରହଣ କରନ୍ତୁ।
  • Authentication ବଟନ ଉପରେ କ୍ଲିକ କରନ୍ତୁ।
  • ଲାଇସେନ୍ସ ଫିସ ପେମେଣ୍ଟ ବିକଳ୍ପକୁ ଚୟନ କରନ୍ତୁ।
  • ଅନଲାଇନ୍‌ ଟେଷ୍ଟ ପାଇଁ ସମୟ ଏବଂ ତାରିଖ ବାଛନ୍ତୁ।
  • ଏହାପରେ ଅନଲାଇନ୍‌ ଟେଷ୍ଟ ଦିଅନ୍ତୁ।
  • ଟେଷ୍ଟରେ ପାସ୍‌ ହେବା ପରେ ଆପଣଙ୍କୁ କନଫର୍ମେସନ ମିଳିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.