Driving License ପାଇଁ RTO ଅଫିସ ଯିବାର ଆବଶ୍ୟକ ନାହିଁ, ଏଣିକି ଅନଲାଇନରେ ହେବ ଡ୍ରାଇଭିଂ ଟେଷ୍ଟ

ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି। ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଓ ତା’ର ରିନ୍ୟୁଅଲ ପାଇଁ ନୂଆ ଗାଇଡଲାଇନ ଲାଗୁ କରାଯାଇଛି। ଏହି ନିୟମ ଅନୁଯାୟୀ ଅନଲାଇନ ମାଧ୍ୟମରେ ଆପଣଙ୍କୁ Learner’s license ମିଳିବ। ଆପ୍ଲିକେସନ ଓ ପ୍ରିଣ୍ଟିଂର ସବୁ ପ୍ରକ୍ରିୟା ଅନଲାଇନ ମାଧ୍ୟମରେ ହେବ। ଏହାସହ ଇଲେକଟ୍ରୋନିକ ସାର୍ଟିଫିକେଟ ଓ ଡକୁମେଣ୍ଟସ୍‌, ମେଡିକାଲ ସାର୍ଟିଫିକେଟସ୍‌, ଲର୍ନର ଲାଇସେନ୍ସ , ଡ୍ରାଇଭିଙ୍ଗ ଲାଇସେନ୍ସ ସରେଣ୍ଡର ଆଦିର ରିନ୍ୟୁଅଲ ଅନଲାଇନ ମାଧ୍ୟମରେ ହେବ।

ନୂଆ ଗାଡିର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସହଜ କରିବାପାଇଁ ଏହି ନିୟମ ଲାଗୁ କରାଯାଇଛି। ରେଜିଷ୍ଟ୍ରେସନ ସାର୍ଟିଫିକେଟ ରିନ୍ୟୁଅଲ ପାଇଁ ଆପଣଙ୍କୁ ଏବେ ୬୦ ଦିନର ଅବଧି ମିଳିବ। ଏହାସହ ଟେମ୍ପୋରାରୀ ରେଜିଷ୍ଟ୍ରେସନ ପାଇଁ ୧ମାସର ଅବଧିକୁ ୬ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ଏହାସହ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆପଣଙ୍କୁ RTO ଯିବାର ଆବଶ୍ୟକତା ନାହିଁ। ଏହିକାମ ଅନଲାଇନ ଟ୍ୟୁଟୋରିଆଲ ଜରିଆରେ ଘରେ ବସି ଆପଣ କରିପାରିବେ।

drive89
pc: ET Auto

ମାର୍ଚ୍ଚ ମାସ ଶେଷରେ କରେନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି। ମୋଟର ହ୍ଵିକଲ ଡକୁମେଣ୍ଟସ ଭଳି ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଫିଟନେସ ସାର୍ଟିଫିକେଟ , ପରମିଟ ଆଦିର ସମୟ ବୈଧତା ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.