ସ୍ମାର୍ଟଫୋନର ଅଥେଣ୍ଟିକେସନ ପ୍ରୋସେସ ଗତ କିଛିବର୍ଷ ମଧ୍ୟରେ ସମ୍ପୂର୍ଣ ଭାବେ ବଦଳି ଯାଇଛି । ପାସୱାର୍ଡ଼ ଏବଂ ପିନରୁ ଆରମ୍ଭ ହୋଇ ଫିଙ୍ଗରପ୍ରିଣ୍ଟ ସ୍କାନିଂ ଏବଂ ଫେସିଆଲ ରେକଗ୍ନିସନ ଟେକ୍ନୋଲୋଜି ଆଜି ସାମ୍ନାରେ କିନ୍ତୁ ଭବିଷ୍ୟତ ୟା ଠାରୁ ମଧ୍ୟ ବହୁତ ଭଲ ହେବାକୁ ଯାଉଛି । ନିକଟରେ ଆପଲ ହାତକୁ ସ୍କାନ କରି ଡିଭାଇସ ଅନଲକ କଲାଭଳି ଏକ ଟେକ୍ନୋଲୋଜି ଆଣିଥିବା ବେଳେ ବୈଜ୍ଞାନିକମାନେ ଏକ ନୂଆ ବାୟୋମେଟ୍ରିକସ ଅଥେଣ୍ଟିକେସନ ଟେକନିକର ଉଦ୍ଭାବନ କରିଛନ୍ତି । ଯେଉଁଥିରେ ଇନ-ଇୟର ଇୟରବଡ଼ ସାହାଯ୍ୟରେ ସ୍ମାର୍ଟଫୋନ ଅନଲକ କରାଯାଇ ପାରିବ ।
ୟୁନିଭର୍ସିଟି ଅଫ ବଫଲୋରେ କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ ବିଭାଗର ଆସୋସିଏଟ ପ୍ରଫେସର ଜାନପେଙ୍ଗ ଜିନ ଏବଂ ତାଙ୍କର ଟିମ EarEchoର ଉଦ୍ଭାବନ କରିଛନ୍ତି । ଏହା ଏକ ବାୟୋମେଟ୍ରିକସ ଟୁଲ ଅଟେ । ଯାହା ଇୟର କ୍ୟାନେଲକୁ ସ୍ୱତନ୍ତ୍ର ଭାବେ ସ୍କାନ କରି ୱୟାରଲେସ ଇୟରବଡ଼ସ ଦ୍ୱାରା ୟୁଜର୍ସମାନଙ୍କ ଅଥେଣ୍ଟିକେସନ କରିପାରିବ । ଯାହାର ଉଦ୍ଭାବନ କମ୍ପ୍ୟୁଟର ମେସିନାରି ଆସୋସିଏସନ ତରଫରୁ ପ୍ରକାଶିତ ହେବାକୁ ଥିବା ଜର୍ଣ୍ଣାଲରେ ସ୍ଥାନ ପାଇଛି । ସେ କହିଛନ୍ତି ଏହାର ପ୍ରୋଟୋଟାଇପ ୟୁଜର୍ସ ମାନଙ୍କ ସ୍ମାର୍ଟଫୋନ ଅନଲକ କରିବାରେ 95 ପ୍ରତିଶତ ସଫଳ ରହିଛି ।
ପ୍ରୋଟୋଟାଇପ ବନାଇବା ପାଇଁ ରିସଚର୍ସ ମାନେ ମୋଡିଫାଏଡ ଏହି ଇୟରଫୋନରେ ଏକ ଛୋଟ ମାଇକର ବ୍ୟବହାର କରିଛନ୍ତି । EarEcho ବର୍ତ୍ତମାନ ଏହା ଉପରେ କାମ କରୁଛି ଯେ ଯେତେବେଳେ କୌଣସି ମଣିଷର କାନରେ ଶବ୍ଦ ଯାଇଥାଏ ପ୍ରଥମେ ଏହା ଖେଳାଇ ହୋଇ ରିଫ୍ଲେକ୍ଟ ହୋଇଥାଏ ଏବଂ ଇୟର କ୍ୟାନେଲ ଦ୍ୱାରା ଅବଶୋସିତ ହୋଇଥାଏ । ଏହି ପ୍ରୋସେସ ୟୁନିକ ଅଡିଓ ସିଗ୍ନେଚର୍ସ ପ୍ରସ୍ତୁତ କରିଥାଏ ଯାହାକୁ ମାଇକ୍ରୋଫୋନ ଦ୍ୱାରା ରେକର୍ଡ କରାଯାଇଥାଏ । ରିସଚର୍ସଙ୍କ ଏହି ଟେକନିକ ନଏଜ ଏବଂ ବାକି ଶବ୍ଦ ଗୁଡିକୁ କ୍ୟାନସଲ କରିବା ସହ ଏହାକୁ ରେକର୍ଡ କରିଥାଏ ଏବଂ ଏହା ସାହାଯ୍ୟରେ ଫୋନ ଅନଲକ କରିଥାଏ ।
ଏହାସହ ପଢନ୍ତୁ ସାମସଙ୍ଗ ଉଡାଇଲା Huaweiର ମଜାକ, ଜାଣନ୍ତୁ କାରଣ
ଜିନଙ୍କ କହିବା ଅନୁଯାୟୀ , ଏହି କଥାରେ ଫରକ ପଡେ ନାହିଁ କି ଏହା କେଉଁ ସ୍ୱର ଅଟେ । ସମସ୍ତଙ୍କର କାମ ଏବଂ ତାଙ୍କ ଭିତରର ପ୍ରସ୍ତୁତି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଏବଂ ଆମେ ଏହାକୁ ଅଡିଓ ରେକର୍ଡିଙ୍ଗ ସାହାଯ୍ୟରେ ଦେଖାଇପାରିବା । ଏହି ୟୁନିକ ପାଟର୍ନ ଫିଙ୍ଗରପ୍ରିଣ୍ଟ ଭଳି ୟୁଜର ମାନଙ୍କର ପରିଚୟ କନଫର୍ମ କରିବା ସହିତ ଅଥେଣ୍ଟିକେସନର ନୂଆ ତରିକା ନେଇ ଆସିଛି । ଏହିଭଳି ଇୟରବଡ଼ସ ବା ଇୟରଫୋନରେ ମଧ୍ୟ ମାଇକ ଲଗାଯାଇଥାଏ ଯାହାକି କନେକ୍ଟେଡ଼ ଡିଭାଇସକୁ ସୂଚନା ଦେଇ ୟୁଜର ମାନଙ୍କର ଅଥେଣ୍ଟିକେସନ କରିପାରିବ।
EarEcho ଏକ ପ୍ୟାସିଭ ସିଷ୍ଟମ ଅଟେ ବା ଏହା ୟୁଜର୍ସ ମାନଙ୍କୁ ନିଜ ଡିଭାଇସକୁ ଅନଲକ କରିବା ପାଇଁ ସ୍କ୍ରିନକୁ ସ୍ବାଇପ କରିବାକୁ ପଡିବ ନାହିଁ କିମ୍ବା କୌଣସି ଇନ୍ପୁଟ ଓ ଭଏସ କମାଣ୍ଡ ମଧ୍ୟ ଦେବାକୁ ପଡିବ ନାହିଁ । ଏହା ବ୍ୟତୀତ ୟୁଜର୍ସ ମାନଙ୍କ ପାଇଁ ଏହା ପ୍ରାକ୍ଟିକାଲ ଲାଗିବ ନାହିଁ କାରଣ ସବୁବେଳେ କୌଣସି ୟୁଜର ଇୟରବଡ଼ସ କିମ୍ବା ଇୟରଫୋନ ଲଗାଇ ନଥାନ୍ତି । ଏହି ଟେକ୍ନୋଲୋଜିର ଅଥେଣ୍ଟିକେସନ ବ୍ୟତୀତ ଲଗାତାର ମନିଟର କରିବା ପାଇଁ ମଧ୍ୟ ଆବଶ୍ୟକତା ପଡିବ । କେବଳ ସେତିକି ନୁହେଁ ଏହି ଟେକ୍ନୋଲୋଜି ସାହାଯ୍ୟରେ ପେମେଂଟ ମଧ୍ୟ କରାଯାଇପାରିବ ଏବଂ ୟୁଜର୍ସ ମାନଙ୍କୁ କୌଣସି ପାସୱାର୍ଡ କିମ୍ବା ଫିଙ୍ଗରପ୍ରିଣ୍ଟ ରେଜିଷ୍ଟର କରିବାକୁ ପଡିବ ନାହିଁ ।