ଏବେ ଏୟାରପୋର୍ଟର ସମସ୍ତ କାମକୁ ସହଜ କରିବ ଏହି App, ଆଉ ବୋର୍ଡିଙ୍ଗ ପାସ୍‌ ବେଳେ ଲାଗିବନି ବହୁତ ସମୟ

ଏବେ ଆପଣଙ୍କୁ ଏୟାରପୋର୍ଟରେ ବୋର୍ଡିଙ୍ଗ କରିବା ସମୟରେ ଅଧିକ ସମୟ ଦେବାକୁ ପଡିବନାହିଁ । ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଏୟାରପୋର୍ଟ ପକ୍ଷରୁ ଏକ ଆପ୍‌ ଲଞ୍ଚ୍‌ କରାଯାଇଛି, ଯାହା ସାହାଯ୍ୟରେ ଆପଣ ସହଜରେ ଚେକିଙ୍ଗ ଏବଂ ବୋର୍ଡିଙ୍ଗ ପ୍ରକ୍ରୀୟାକୁ ବହୁତ କମ୍‌ ସମୟରେ ପୂରା କରିପାରିବେ। ସିକ୍ୟୁରିଟୀ ଚେକିଙ୍ଗରେ ଆପଣଙ୍କ ଫେସ୍‌ ହିଁ ଆପଣଙ୍କ ପରିଚୟ ପତ୍ର ଭଳି କାମ କରିବ।

ଏବେ ଏୟାରପୋର୍ଟରେ ଯାତ୍ରା ପୂର୍ବରୁ ଚେକ-ଇନ୍‌ କରିବା ବହୁତ ସହଜ ହୋଇଯାଇଛି। ଏବେ ଆପଣଙ୍କୁ କୌଣସି ବି ପ୍ରକାର କାଗଜ ପତ୍ରର ପଡିବନି ଆବଶ୍ୟକତା। ଆପଣଙ୍କ ଫେସ ହିଁ ବୋର୍ଡିଙ୍ଗ୍‌ ପାସ୍‌ ଭଳି କାମ କରିବ । ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଏୟାରପୋର୍ଟ ଘରୋଇ ଯାତ୍ରୀଙ୍କ ଫେସିଆଲ ରିକଗ୍ନିସନ୍‌ ପାଇଁ ‘ଡିଜିଯାତ୍ରା’ ଆପ୍‌ (Digiyatra App) ଲଞ୍ଚ୍‌ କରିଛି। ଏହି ଆପ୍‌ ଜରିଆରେ ଯାତ୍ରୀ ସହଜରେ ଏୟାରପୋର୍ଟରେ ଏଣ୍ଟ୍ରି କରିପାରିବେ। ଯଦିଓ ଏହି ଆପର ବିଟା ଭର୍ସନ୍‌ ବର୍ତ୍ତମାନ ଲଞ୍ଚ୍‌ କରାଯାଇଛି।

digiଡିଜିଯାତ୍ରା ଆପ୍‌ ସାହାଯ୍ୟରେ ଯାତ୍ରୀଗଣ ଇ-ଗେଟ ବୋର୍ଡିଙ୍ଗ ସିଷ୍ଟମ ଜରିଆରେ ଏୟାରପୋର୍ଟରେ ଚେକିଙ୍ଗ ସମ୍ବନ୍ଧୀତ ସମସ୍ତ କାମ କରିପାରିବେ। ଯାତ୍ରୀଙ୍କର ପରିଚୟ ଏବଂ ବୋର୍ଡିଙ୍ଗ ବାୟୋମେଟ୍ରିକ ଭେରିଫିକେସନ୍‌ ଜରିଆରେ ପୂରା ହେବ। ଯାତ୍ରୀଙ୍କ ଫେସ ହିଁ ବୋର୍ଡିଙ୍ଗ ପାସ୍‌ ଭଳି କାମ କରିବ। ଏୟାରପୋର୍ଟର ଏଣ୍ଟ୍ରି, ସିକ୍ୟୁରିଟୀ ଚେକ୍‌ ଏବଂ ବୋର୍ଡିଙ୍ଗ ଗେଟରେ ଏହି ଆପ୍‌ କାମ କରିବ। ଏହି ଆପ୍‌ ପରେ ଏବେ ଏୟାରପୋର୍ଟର ଚେକିଙ୍ଗ ସିଷ୍ଟମ ପେପରଲେସ ହୋଇଯାଇଛି ଏବଂ ଏହାସହିତ ଯାତ୍ରୀଙ୍କୁ ମଧ୍ୟ ବୋର୍ଡିଙ୍ଗ ସମୟରେ ଅଧିକ ସମୟ ଦେବାକୁ ପଡିବନି।

ଯଦିଓ ଏହି ସୁବିଧା କେବଳ ଦିଲ୍ଲୀ ଓ ବେଙ୍ଗାଲୁରୁ ଲୋକେସନ୍‌ ଭିତରେ ଯାତ୍ରା କରୁଥିବା ଲୋକ ହିଁ ଏହାର ଫାଇଦା ଉଠାଇପାରିବେ। ବର୍ତ୍ତମାନ ଦିଲ୍ଲୀ ଏୟାରପୋର୍ଟର ଟର୍ମିନାଲ ୩ରେ ଏହି ସୁବିଧା ଆରମ୍ଭ କରାଯାଇଛି। ଟର୍ମିନାଲ ୧ ଏବଂ ୨ରେ ପୂର୍ବ ଭଳି ସିକ୍ୟୁରିଟୀ ଚେକିଙ୍ଗ ପ୍ରକ୍ରୀୟା ପୂରା ହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଆପ୍‌ ଏବେ କେବଳ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହିଁ ଉପଲବ୍ଧ କରାଯାଇଛି।

ତେବେ ଏହି ଡିଜିଯାତ୍ରା ଆପ୍‌ ବିଷୟରେ କହିବା ତ ବା ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ ଏହି ସୁବିଧା ଆରମ୍ଭ ହେବା ଦ୍ୱାରା ଯାତ୍ରୀଙ୍କ ପରିଚୟ ପତ୍ର ଏବଂ ବୋର୍ଡିଙ୍ଗ ପାସକୁ ସାଥିରେ ନେଇ ଚାଲିବାର ଆବଶ୍ୟକତା ନାହିଁ। ଡିଜିଯାତ୍ରା ଆପ୍‌ ଜରିଆରେ ହିଁ ସମସ୍ତ କାମ ସହଜରେ ହୋଇଯିବ।

Leave A Reply

Your email address will not be published.