ନୂଆଦିଲ୍ଲୀ : ଗୁଲ୍ ଓ ମେଟାକୁ ନୋଟିସ୍ ଜାରି କରିଛି ED । ଅନଲାଇନ୍ ବେଟିଂ ଆପ୍ ମାମଲାରେ ଗୁଗୁଲ୍ ଓ ମେଟାକୁ ED ନୋଟିସ୍ ପଠାଇଛି । ଉଭୟ କମ୍ପାନୀର ପ୍ରତିନିଧିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରାଯାଇଛି । ଜୁଲାଇ ୨୧ରେ ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ୍ ଜାରି କରିଛି ।
ତେବେ ଗୁଗୁଲ୍ ଓ ମେଟାକୁ ଅନଲାଇନ୍ ବେଟିଂ ଆପକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ସମନ୍ ହୋଇଛି । ଭାରତୀୟ ତଦନ୍ତ ସଂସ୍ଥା ବେଟିଂ ଆପ୍ ମାମଲାରେ ବିଶ୍ୱର ଦୁଇଟି ବଡ଼ କମ୍ପାନୀ ଉପରେ ନଜର କଡ଼ାକଡ଼ି କରିଛି । ଅନଲାନ ବେଟିଂକୁ ରୋକିବା ପାଇଁ ଏଭଳି ପ୍ରୟାସ କରାଯାଉଛି ।
ଏହି ମାମଲାରେ ଗୁଗୁଲ୍ ଏବଂ ମେଟା ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ପଚରାଉଚରା ପାଇଁ ସମନ୍ କରାଯାଇଛି । କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଏହି ଦୁଇ ବହୁରାଷ୍ଟ୍ରୀୟ କମ୍ପାନୀ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ଛି।
ଇଡି ଗୁଗୁଲ୍ ଏବଂ ମେଟା ଉପରେ ବେଟିଂ ଆପ୍ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛି । ଏବେ ଏହି ଦୁଇ କମ୍ପାନୀର ପ୍ରତିନିଧିମାନଙ୍କୁ ତଦନ୍ତ ସଂସ୍ଥା ସମ୍ମୁଖରେ ହାଜର ହେବାକୁ ପଡିବ ଏବଂ କେବଳ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ନାହିଁ, ବରଂ ସେମାନଙ୍କର ପକ୍ଷ ମଧ୍ୟ ଉପସ୍ଥାପନ କରିବାକୁ ପଡିବ।
ସୂଚନାଯୋଗ୍ୟ, ଅନଲାଇନ୍ ବେଟିଂ ମାମଲାରେ ଏକ ବଡ଼ ଧରଣର ତଦନ୍ତ ଚାଲିଛି । ଏଥିରେ ଦ୍ଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ଗତକିଛିଦିନ ତଳେ ଇଡି ତେଲଙ୍ଗାନାର ଲୋକପ୍ରିୟ ଫିଲ୍ମ ଅଭିନେତାଙ୍କ ଉପରେ କେସ୍ କରିଥିଲା । ବିଜୟ ଦେବରକୋଣ୍ଡା ଠାରୁ ଆରମ୍ଭ କରି ରାଣା ଡଗୁବତୀ ଏବଂ ପ୍ରକାଶ ରାଜଙକ ଭଳି ନାମ ସାମିଲ ରହିଥିଲା । ଏମାନଙ୍କୁ ମିଶାଇ ୨୯ ଅଭିନେତାଙ୍କ ବିପକ୍ଷରେ ମାମଲା ରୁଜୁ ହୋଇଥିଲା । ଜୁଲାଇ ୧୫ରେ ଇଡି ମୁମ୍ବାଇର ଅନେକ ସ୍ଥାନରେ ଚଢାଉ କରିଥିଲା ।
Also Read : ଭାରତୀୟ ବିମାନ ସେବା ଉପରେ ପାକିସ୍ତାନର ପ୍ରତିବନ୍ଧକ, ୨୪ ଅଗଷ୍ଟ ପର୍ଯ୍ୟନ୍ତ ନିୟମ ଲାଗୁ