ଟେକ୍

ଆହୁରି ସହଜ ହେବ ଇଲେକ୍ଟ୍ରିକ୍ କାର ଚାର୍ଜ, ଗୁଗଲ ମ୍ୟାପ୍ସରେ ଆସିବ ନୂଆ ଫିଚର

ଇଲେକ୍ଟ୍ରିକ୍ କାରଗୁଡିକର ମାଲିକମାନଙ୍କ ପାଇଁ ଆସିଛି ଖୁସି ଖବର । ଚାର୍ଜିଂ ଷ୍ଟେସନ୍ ଖୋଜିବା ପାଇଁ ଆଉ ସେମାନଙ୍କୁ ଅସୁବିଧା ହେବ ନାହିଁ । ଗୁଗଲ୍ ମ୍ୟାପ୍ ବର୍ତ୍ତମାନ ଲୋକଙ୍କ ଏହି ସମସ୍ୟାର ସମାଧାନ ଆଣିବାକୁ ଯାଉଛି । ବର୍ତ୍ତମାନ ଗୁଗଲ୍ ମ୍ୟାପ୍ସରେ ଏକ ନୂଆ ଫିଚର ଆଡ୍‌ କରାଯାଉଛି । ଯାହା ଦ୍ୱାରା ଇଲେକ୍ଟ୍ରିକ୍ କାର୍ ଚାର୍ଜ କରିବା ପାଇଁ ଷ୍ଟେସନ୍ ଖୋଜିବା ସହଜ ହେବ । ଗୁଗଲ୍ ମ୍ୟାପ୍ସରେ ଏକ ନୂଆ ଅପଡେଟ୍‌ କରାଯାଉଛି, ଯେଉଁ ଆପ୍ଲିକେସନରେ ଇଭି ଚାର୍ଜିଂ ଷ୍ଟେସନ୍ ବିଷୟରେ ସୂଚନା ଦିଆଯିବ । ଏହି ଫିଚର ଆଗାମୀ ସମୟରେ ଗୁଗଲ୍ ମ୍ୟାପ୍ସରେ ଅପଡେଟ୍ କରାଯିବ ।

ଦେଶରେ ଇଲେକ୍ଟ୍ରିକ୍‌ କାରର ଚାହିଦା ବଢ଼ିବା ଦ୍ୱାରା ଚାର୍ଜିଂ ଷ୍ଟେସନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜିକାଲି ଇଲେକ୍ଟ୍ରିକ୍‌ କାର ପାଇଁ ଚାର୍ଜିଂ ଷ୍ଟେସନ୍ ଖୋଜିବା ଏକ ବଡ ସମସ୍ୟା ହୋଇଯାଇଛି । ଇଲେକ୍ଟ୍ରିକ୍ କାର୍ ମାଲିକମାନଙ୍କୁ ଚାର୍ଜିଂ ଷ୍ଟେସନ୍ ଖୋଜିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଗୁଗଲ୍ ମ୍ୟାପ୍ସରେ ଆଗାମୀ ଅପଡେଟ୍ ଲୋକଙ୍କ ଏହି ସମସ୍ୟାକୁ କମ୍‌ କରିପାରେ । ଗୁଗଲ୍ ମ୍ୟାପ୍ସ ଦ୍ୱାରା ଚାର୍ଜିଂ ଷ୍ଟେସନକୁ ଖୋଜିବା ପେଟ୍ରୋଲ୍ ପମ୍ପ ଖୋଜିବା ଭଳି ସହଜ ହେବ ।

ଗୁଗଲ୍ ମ୍ୟାପ୍ ଦାବି କରିଛି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ୟୁଜର୍ସମାନେ ଇଭି ଚାର୍ଜ ଷ୍ଟେସନକୁ ମ୍ୟାପରେ ସହଜରେ ଦେଖି ପାରିବେ । ଏହି ଫିଚର ଦ୍ୱାରା ଗୁଗଲ୍ ମ୍ୟାପ୍ସର ଅନ୍ୟ ୟୁଜରମାନଙ୍କୁ ଚାର୍ଜିଂ ଷ୍ଟେସନକୁ ରାସ୍ତା ଦେଖାଯିବ । ଚାର୍ଜିଂ ଷ୍ଟେସନରେ ଲଗାଯାଇଥିବା ଚାର୍ଜିଂ ପ୍ଲଗ୍ ଏବଂ ଚାର୍ଜିଂ ଲାଇନରେ ନିଆଯାଇଥିବା ସମୟ ବିଷୟରେ ୟୁଜରଙ୍କ ଠାରୁ ରିଭ୍ୟୁ ନିଆଯିବ ।

ଗୁଗଲ୍ ମ୍ୟାପ୍ ଆରମ୍ଭରେ ବିଲ୍ଟ-ଇନ୍ ଗାଡ଼ିଗୁଡିକ ପାଇଁ ଏହି ସୁବିଧା ଯୋଗାଇବାକୁ ଯାଉଛି ଏବଂ ଏହି ଇଲେକ୍ଟ୍ରିକ୍‌ କାରଗୁଡ଼ିକରେ ବ୍ୟାଟେରୀ ଲେଭଲ୍‌ କମ୍‌ ହେବା ମାତ୍ରେ କାରର ଡିସପ୍ଲେରେ ଇଭି ଚାର୍ଜିଂ ଷ୍ଟେସନ୍ ବିଷୟରେ ସୂଚନା ଦେଖାଯିବ । ଗୁଗଲ୍ ମ୍ୟାପ୍ ପ୍ରଥମେ ଆମେରିକାରେ ଏହି ସୁବିଧା ଯୋଗାଇବାକୁ ଯାଉଛି । ଏହା ପରେ, ଏହି ଫିଚର ଭାରତ ସମେତ ବିଶ୍ୱର ଅନ୍ୟ ଦେଶରେ ଆସିପାରେ ।

Subhalaxmi Das

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

13 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

15 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

56 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago