୮୦ ହଜାର ଟଙ୍କା ଶସ୍ତା ହେଲା ଇଲେକ୍ଟ୍ରିକ କାର Mahindra e-Verito ଏହା ସହିତ ହୁଣ୍ଡାଇ କୋନା ଏବଂ ଟିଗୋର ଇବି ର ଦର ମଧ୍ୟ ହ୍ରାସ
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ଇଲେକ୍ଟ୍ରିକ କାର ଇ-ଭେରିଟୋର ଦର ହ୍ରାସ କରିଦେଇଛି । ଇଲେକ୍ଟ୍ରିକ ଭେଇକିଲ ଉପରୁ ଜିଏସଟି ଦର ହ୍ରାସ ହେଲାପରେ ଜିଏସଟି କାଉନସିଲ ବୈଠକରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । କମ୍ପାନୀ ଇ-ଭେରିଟୋର ଦର ୮୦ ହଜାର ଟଙ୍କା ପର୍ଯ୍ୟନ୍ତ କମାଇ ଦେଇଛି ।
ମହିନ୍ଦ୍ରା ଇ-ଭେରିଟୋର ଦର ୧୦.୭୧ ଲକ୍ଷ ଅଟେ ଯେଉଁଥିରେ ଫେମ-୨ ସବସିଡ଼ି ମଧ୍ୟ ସାମିଲ । ମହିନ୍ଦ୍ରା ଇଲେକ୍ଟ୍ରିକର ସିଇଓ ମହେଶ ବାବୁ କହିଛନ୍ତି କି ଜିଏସଟି ହ୍ରାସର ଫାଇଦା କମ୍ପାନୀ ନିଜର ଗ୍ରାହକ ମାନଙ୍କୁ ମଧ୍ୟ ଦେଉଛି ଏବଂ କମ୍ପାନୀ ନିଜର ତିନି ଚକିଆ ଯାନ ଟ୍ରିଓରୁ ମଧ୍ୟ ୨୦ ହଜାର ଟଙ୍କା ହ୍ରାସ କରିଛି । ବର୍ତ୍ତମାନ ଟ୍ରିଓର ଦର ୨.୦୫ଲକ୍ଷ ଟଙ୍କା ଅଟେ ।
ସୂଚନା ଅନୁଯାୟୀ ଦର କମାଇଥିବା କମ୍ପାନୀ କେବଳ ମହିନ୍ଦ୍ରା ନୁହେଁ ଏହା ପୂର୍ବରୁ ହୁଣ୍ଡାଇ ମଧ୍ୟ ନିଜର ଇଲେକ୍ଟ୍ରିକ କାର କୋନାର ଦର ୨୫.୩୦ ଲକ୍ଷରୁ ହ୍ରାସ କରି ୨୩.୭୧୨ ଲକ୍ଷରେ ପହଞ୍ଚାଇଛି । ବର୍ତ୍ତମାନ ଆପଣ କୋନା ଉପରୁ ସିଧାସଳଖ ୧.୫୮ଲକ୍ଷ ଟଙ୍କାର ରିହାତି ପାଇପାରିବେ । ଏହା ବ୍ୟତୀତ ଟାଟା ମଧ୍ୟ ନିଜର ଇଲେକ୍ଟ୍ରିକ କାର ଟିଗୋରର ଦର ହ୍ରାସ କରିଛି । ଡ଼ିସକାଉଣ୍ଟ ପରେ ଟାଟା ଟିଗୋର ଇଲେକ୍ଟ୍ରିକ କାରର ଦର ୧୧.୫୮ରୁ ବି ୧୧.୯୨ ଲକ୍ଷ ପର୍ଯ୍ୟନ୍ତ ହୋଇଯାଇଛି । ଯାହାକି ପୂର୍ବରୁ ୧୨.୩୫ ଲକ୍ଷ ରୁ ୧୨.୭୧ ଲକ୍ଷ ପର୍ଯ୍ୟନ୍ତ ଥିଲା । ଏହି ସବୁ ଦର ଏକ୍ସ ସୋରୁମ ମୁମ୍ବାଇର ଅଟେ । କମ୍ପାନୀ ଟିଗୋରର ଦର ୮୦ହଜାର ପର୍ଯ୍ୟନ୍ତ ହ୍ରାସ କରିବ ବୋଲି ନିଷ୍ପତ୍ତି ନେଇଛି ।
ପୂର୍ବ ସପ୍ତାହରେ ହୋଇଥିବା ଉଚ୍ଚ ସ୍ତରୀୟ ଜିଏସଟି କାଉନସିଲ ବୈଠକରେ ଇଲେକ୍ଟ୍ରିକ କାର ଉପରୁ ଟ୍ୟାକ୍ସ ୧୨ ପ୍ରତିଶତ ରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି । ନୂଆ ଦର ଅଗଷ୍ଟ ୧ ରୁ ଲାଗୁ କରାଯିବ । ସେହିପରି ଜିଏସଟି ବୈଠକରେ ଇଲକ୍ଟ୍ରିକ କାରର ଚାର୍ଜର ଗୁଡିକ ଉପରୁ ମଧ୍ୟ ଟ୍ୟାକ୍ସ ୧୮ ପ୍ରତିଶତରୁ ୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯାଇଛି ।