X ରେ ୨୦୦ ମିଲିୟନ ଫଲୋୟର୍ସ ଥିବା ପ୍ରଥମ ବ୍ୟକ୍ତି ହେଲେ ଏଲନ ମସ୍କ, ଜାଣନ୍ତୁ ଟପ୍‌ ୫ରେ କିଏ?

ଆରବପତି ଏଲନ୍ ମସ୍କ ନିଜ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ X ର ମାଲିକାନା ନେବା ପରେ ତାଙ୍କ ଚର୍ଚ୍ଚା ବହୁତ୍‌ ବଢ଼ିଯାଇଥିଲା । ଏଲନ ମସ୍କ ବର୍ତ୍ତମାନ X ରେ ଏପରି କାମ କରିଛନ୍ତି ଯାହା ଆଉ କେହି କରିବା ଅସମ୍ଭବ । ବାସ୍ତବରେ ଏଲନ ମସ୍କ ହେଉଛନ୍ତି X ରେ ୨୦୦ ମିଲିୟନ ଫଲୋର୍ସ ପାଇଥିବା ପ୍ରଥମ ବ୍ୟକ୍ତି । ଏଲନ ମସ୍କଙ୍କ ଫଲୋର୍ସ ସଂଖ୍ୟା ଏତେ ଅଧିକ ଯେ ତାଙ୍କ ଆଖ ପାଖରେ ବି କେହି ନାହାଁନ୍ତି ।

ଏଲନ ମସ୍କ ୨୦୨୨ ମସିହାରେ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିଥିଲେ । ଏହା ପରେ ସେ ମାଇକ୍ରୋବ୍ଲଗିଂ ପ୍ଲାର୍ଟଫର୍ମରେ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରିଥିଲେ । ଏଥିରେ ସବୁଠାରୁ ବଡ ପରିବର୍ତ୍ତନ ହେଉଛି ମନିଟାଇଜେସନ୍‌ ପଲିସି ଆଣିବା ଏବଂ ଟ୍ୱିଟରର ନାମ X କୁ ପରିବର୍ତ୍ତନ କରିବା ।

ମସ୍କଙ୍କ ସର୍ବାଧିକ ଫଲୋର୍ସ :
ଏଲନ ମସ୍କଙ୍କ ପରେ, X ର ସର୍ବାଧିକ ଫଲୋର୍ସ ମାମଲାରେ ୧୩୧.୯ ମିଲିୟନ ସହିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଅଛନ୍ତି । ଏହା ପରେ, ତୃତୀୟ ସ୍ଥାନରେ ୧୧୩.୨ ମିଲିୟନ ସହିତ ବିଶ୍ୱର ସର୍ବଶେ୍ରଷ୍ଠ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଅଛନ୍ତି । ରୋନାଲଡୋଙ୍କ ପରେ ଚତୁର୍ଥ ନମ୍ବରରେ ପପୁଲାର୍‌ ସିଙ୍ଗର ଜଷ୍ଟିନ ବିବର ଅଛନ୍ତି । ଜଷ୍ଟିନ ବିବରଙ୍କ ମାଇକ୍ରୋବ୍ଲଗିଂ ପ୍ଲାର୍ଟଫର୍ମରେ ୧୧୦.୩ ମିଲିୟନ ଅର୍ଥାତ ୧୧.୦୩ କୋଟି ଫଲୋର୍ସ ଅଛନ୍ତି । ଜଷ୍ଟିନଙ୍କ ପରେ X ରେ ସବୁଠୁ ଅଧିକ ଫଲୋର୍ସ ମାମଲାର ରିହାନା ୫ ନମ୍ବରରେ ଅଛନ୍ତି । ରିହାନଙ୍କ ସମଗ୍ର ବିଶ୍ୱରେ ପ୍ରାୟ ୧୦୮.୪ ମିଲିୟନ ଅର୍ଥାତ ପ୍ରାୟ ୧୦.୮୪ କୋଟି ଲୋକ ଫଲୋ କରିଛନ୍ତି ।

PM ମୋଦୀ ୧୦୦ ମିଲିୟନ ଅତିକ୍ରମ କରିଛନ୍ତି :
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମଧ୍ୟ X ରେ ଫଲୋର୍ସ ସଂଖ୍ୟା ବହୁତ ଅଧିକ ରହିଛି । ନିକଟରେ ପିଏମ ମୋଦୀ X ରେ ୧୦୦ ମିଲିୟମ ଫଲୋର୍ସ ସଂଖ୍ୟା ପାର୍‌ କରିଛନ୍ତି । ୧୦୦ ମିଲିୟନ ଫୋଲର୍ସ ଥିବାରୁ ଏଲନ ମସ୍କ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଂଶସା କରିଛନ୍ତି । ବର୍ତ୍ତମାନ ମୋଦୀଙ୍କର X ରେ ପ୍ରାୟ ୧୦୨.୪ ମିଲିୟନ ଫଲୋର୍ସ ଅଛନ୍ତି, ଅର୍ଥାତ ପ୍ରାୟ ୧୦.୨୪ କୋଟି ଫଲୋର୍ସ । ଏହା ମଧ୍ୟ ଜାଣିରଖନ୍ତୁ ଯେ, ବିରୋଧୀ ନେତା ରାହୁଲ ଗାନ୍ଧୀଙ୍କୁ କେବଳ ୨୬ ମିଲିୟନ ଲୋକ ଫଲୋ କରିଛନ୍ତି । ଏଲନ ମସ୍କ ସୂଚନା ଦେଇଛନ୍ତି ଯେ, X ରେ ପ୍ରାୟ ୬୦୦ ମିଲିୟନ ଅର୍ଥାତ ସମଗ୍ର ବିଶ୍ୱରେ ୬୦ ମୋଟି ଆକ୍ଟିଭ୍‌ ୟୁଜର୍ସ ଅଛନ୍ତି । ଏହା ବ୍ୟତୀତ, ପ୍ରାୟ ୩୦୦ ମିଲିୟନ ଅର୍ଥାତ ଦୈନିକ ୩୦ କୋଟି ଆକ୍ଟଭ୍‌ ୟୁଜର୍ସ ଅଛନ୍ତି ।

You might also like