ଆସିଲା ନୂଆ ଟେକ୍ନୋଲୋଜି, ଏଥର ବିନା ହେଡ଼ଫୋନରେ ନିଜ ମସ୍ତିଷ୍କରୁ ସିଧାସଳଖ ଶୁଣିପାରିବେ ଗୀତ

ଟେସଲା ଏବଂ ସ୍ପେସ୍-ଏକ୍ସ ପ୍ରତିଷ୍ଠାତା ଏଲୋନ୍ ମସ୍କଙ୍କର ନ୍ୟୁରୋଲିଙ୍କ ଷ୍ଟାର୍ଟଅପ୍ ଏକ ସ୍ୱତନ୍ତ୍ର ମସ୍ତିଷ୍କ ଚିପ୍ ଉପରେ କାମ କରୁଛି ଯାହା ଆଗାମୀ ବର୍ଷରେ ହେଡଫୋନ୍ଗୁଡ଼ିକୁ ସଂପୂର୍ଣ୍ଣଭାବେ ହଟାଇଦେବ । ଏହି ଚିପ୍ ମାନବ ମସ୍ତିଷ୍କରେ ପ୍ରତିରୋପଣ ହେବ । ଏହା ମାଧ୍ୟମରେ ଲୋକମାନେ ସଙ୍ଗୀତ ଶୁଣିବା ସହିତ ମ୍ୟୁଜିକ ଷ୍ଟ୍ରିମ୍ କରିବା ପାଇଁ ମଧ୍ୟ ସମର୍ଥ ହେବେ । ଏଥି ସହିତ ମସ୍କ ଟ୍ୱିଟରରେ କମ୍ପ୍ୟୁଟର ବୈଜ୍ଞାନିକ ଅଷ୍ଟିନ ହାୱାର୍ଡଙ୍କ ସହ କଥା ହୋଇ କହିଛନ୍ତି ଯେ ଏହି ସ୍ୱତନ୍ତ୍ର ଟେକ୍ନୋଲୋଜି ଚିପ ମାଧ୍ୟମରେ ସଙ୍ଗୀତ ବ୍ୟବହାରକାରୀଙ୍କ ମସ୍ତିସ୍କ ପର୍ଯ୍ୟନ୍ତ ପହଞ୍ଚିବ । ଆହୁରି ମଧ୍ୟ, ଉପଭୋକ୍ତାମାନେ ମ୍ୟୁଜିକ ଷ୍ଟ୍ରିମ୍ କରିପାରିବେ । ଏହା ବ୍ୟତୀତ ଉପଭୋକ୍ତାମାନେ ଏହି ଚିପ୍ ଦ୍ୱାରା ଡିପ୍ରେସନ୍ ଭଳି ରୋଗରୁ ମୁକ୍ତି ପାଇପାରିବେ ।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ସ୍ୱତନ୍ତ୍ର ଟେକ୍ନୋଲୋଜି ଚିପ୍ ଅଗଷ୍ଟ 28ରେ ଲଞ୍ଚ କରାଯାଇ ପାରେ । ସୂଚନା ଅନୁଯାୟୀ ଏଲୋନ୍ ମସ୍କ 2016 ରେ ନ୍ୟୁରୋଲିଙ୍କ୍ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ଏହା ତଳେ ନମନୀୟ ସୂତା ତିଆରି କରାଯାଇଥିଲା, ଯାହା ମାନବ କେଶଠାରୁ 10 ଗୁଣ ପତଳା ଥିଲା । ଏଥି ସହିତ, ମସ୍କ ଦାବି କରିଛି ଯେ କମ୍ପ୍ୟୁଟର ଇଣ୍ଟରଫେସ ଟେକ୍ନୋଲୋଜି ମାଧ୍ୟମରେ ମସ୍ତିଷ୍କରେ ହେଉଥିବା ରୋଗକୁ ସହଜରେ ଚିହ୍ନଟ କରାଯାଇପାରିବ । ଏହା ବ୍ୟତୀତ ଏହି କୌଶଳ ମେରୁଦଣ୍ଡରେ ଲାଗିଥିବା ଆଘାତକୁ ମଧ୍ୟ ଠିକ କରିବାରେ ସହାୟକ ହେବ ।

Elon Musk claims Neuralink chip will allow users stream music into ...

ଏଲୋନ୍ ମସ୍କ ଟ୍ୱିଟରରେ ଏକ ବାର୍ତ୍ତାଳାପ ସମୟରେ କହିଛନ୍ତି ଯେ ଏହି ଚିପ୍ ଡିପ୍ରେସନ୍, ଅଲଜାଇମର ଏବଂ ପାର୍କିନ୍ସନ୍ସ ଭଳି ରୋଗରେ ପୀଡିତ ଲୋକଙ୍କ ଜୀବନରେ ଉନ୍ନତି ଆଣିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୂଷା ଏବଂ ମାଙ୍କଡ ପରେ ଏହାର ମାନବ ପରୀକ୍ଷା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଅଛି ।

Google's Artificial-Intelligence Wunderkind | Yapay zeka ...

ନ୍ୟୁରୋଲିଙ୍କ୍ ଟେକ୍ନୋଲୋଜିକୁ ମଣିଷ ମସ୍ତିସ୍କରୁ ଚିପ୍ ଏବଂ ଥ୍ରେଡ୍ ମାଧ୍ୟମରେ କନେକ୍ଟ କରାଯିବ । ଏହି ଚିପ୍ସ ରିମୁଭେବୁଲ ପଡ ସହିତ ସଂଯୁକ୍ତ କରାଯିବ ଯାହା କାନ ପଛରେ ରଖାଯିବ ଏବଂ ଏହା ୱେୟାରଲେସ କନେକ୍ଟିଭିଟି ମାଧ୍ୟମରେ ଅନ୍ୟ ଡିଭାଇସ ସହ ସଂଯୁକ୍ତ କରାଯିବ । ଏହା ମାଧ୍ୟମରେ ଉପଭୋକ୍ତାମାନେ ନିଜ ମସ୍ତିଷ୍କର ସଠିକ ସୂଚନା ସ୍ମାର୍ଟଫୋନ ମାଧ୍ୟମରେ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.