ବିକ୍ରି ହୋଇଗଲା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’, ଜାଣନ୍ତୁ କିଏ ଓ କେତେ ଟଙ୍କାରେ କିଣିଲା ?

X କୁ ବିକିଦେଲେ ଏଲନ ମସ୍କ । ବିକ୍ରି ହୋଇଗଲା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’। ‘ଏକ୍ସ’କୁ ଏଲନ୍ ମସ୍କଙ୍କ ଅନ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନି ଏକ୍ସଏଆଇ କିଣିଛି । ୩୩ ବିଲିୟନ ଡଲାରରେ ଏହି ଚୁକ୍ତି ହୋଇଛି । ଭାରତୀୟ ମୁଦ୍ରାରେ ଏହା ୨ ଲକ୍ଷ ୮୨ ହଜାର କୋଟି ଟଙ୍କାରେ ବିକ୍ରି ହୋଇଛି । ଏଲନ୍ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ଏକ୍ସରେ ଏକ ପୋଷ୍ଟ ସେୟାର କରି ଏଲନ୍ ମସ୍କ ଲେଖିଛନ୍ତି ଯେ, ”ଏକ୍ସ”କୁ ଏକ୍ସଏଆଇ ନିଜର ଷ୍ଟକ୍ ବ୍ୟବହାର କରି କିଣିଛି । ଏଥିରେ ଏକ୍ସଏଆଇର ମୂଲ୍ୟ ୮୦ ବିଲିୟନ ଡଲାର ଏବଂ ଏକ୍ସର ମୂଲ୍ୟ ୩୩ ବିଲିୟନ ଡଲାର ହେବ । ଏକ୍ସଏଆଇ ୨୦୨୩ ମସିହାରେ ଲଞ୍ଚ୍ କରାଯାଇଥିଲା । ‘ଗ୍ରୋକ’କୁ ଏକ୍ସଏଆଇ ଦ୍ୱାରା ଲଞ୍ଚ୍ କରାଯାଇଥିଲା । ଏଆଇ ଚାଟବଟ୍ ହେଉଛି ଗ୍ରୋକ୍, ଯାହା କି ଯେ କୌଣସି ବିଷୟରେ ବ୍ୟବହାରକାରୀଙ୍କୁ ସୂଚନା ପ୍ରଦାନ କରେ । ଏହା ବ୍ୟତୀତ, ଗ୍ରୋକ୍ ସାହାଯ୍ୟରେ ଫଟୋ ମଧ୍ୟ ଜେନେରେଟ୍ କରାଯାଇପାରିବ । ଏଲନ୍ ମସ୍କ ସ୍ପେସ୍ ଏକ୍ସ ଏବଂ ଟେସଲା କମ୍ପାନୀର ସିଇଓ। ସମ୍ପ୍ରତି ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶଦାତା କରାଯାଇଥିଲା ।
ଟ୍ୱିଟର କିଣିବା ପରେ, ଏଲୋନ ମସ୍କ କେବଳ ଏହାର ନାମ X ବଦଳାଇ ନଥିଲେ, ବରଂ ଏଥିରେ ଅନେକ ବଡ଼ ପରିବର୍ତ୍ତନ ମଧ୍ୟ କରିଥିଲେ । ଏହା ସହିତ, ସେମାନେ ଭୁଲ ସୂଚନା, ବ୍ୟବହାରକାରୀ ଯାଞ୍ଚ, ଘୃଣା ଭାଷଣ ସମେତ ଅନେକ ନିୟମ ପରିବର୍ତ୍ତନ କରିଥିଲେ ।
ଆହୁରି ପଢ଼ନ୍ତୁ : ‘ମେ ୧’ ରୁ ଲାଗୁ ହେବ ନୂଆ ନିୟମ, ATM ରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ