X ୟୁଜର୍ସଙ୍କୁ ସରପ୍ରାଇଜ୍ ଦେଲେ ଏଲନ୍ ମସ୍କ, ସମ୍ପୂର୍ଣ୍ଣ ଫ୍ରି ହେଲା Grok AI

ଏଲନ୍ ମସ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X କିଣିବା ଦିନରୁ ଏଥିରେ ଅନେକ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ସେ ଏଥିରେ ଏକ ନୂଆ ଅପଡେଟ ଆଣୁଛନ୍ତି । ଯଦି ଆପଣ X ବ୍ୟବହାର କରନ୍ତି ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ । କିଛି ସମୟ ପୂର୍ବରୁ X ରେ Grok AI ଚାଟବଟ୍ ସପୋର୍ଟ ଦିଆଯାଇଥିଲା । ବର୍ତ୍ତମାନ ମସ୍କ ଏହି ଚାଟବଟ୍ କୁ ସମସ୍ତ X ୟୁଜର୍ସଙ୍କ ପାଇଁ ଫ୍ରି କରିଦେଇଛନ୍ତି । ସୂଚନାଯୋଗ୍ୟ, ୨୦୨୩ ମସିହାରେ Grok AI ଲଞ୍ଚ କରାଯାଇଥିଲା । ପରେ ଏହା X ସହିତ ଇଣ୍ଟିଗ୍ରେଟ ହେଲା ।

Grok AI ବ୍ୟବହାର କରିବାକୁ, ୟୁଜର୍ସଙ୍କୁ ପ୍ରଥମେ ଚାଟବଟ୍ ପାଇଁ ଏକ ସବସ୍କ୍ରିପ୍ସନ ପ୍ଲାନ କିଣିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ଆପଣ କିଛି ବି ଟଙ୍କା ଖର୍ଚ୍ଚ ନକରି ଏହାକୁ ସମ୍ପୂର୍ଣ୍ଣ ଫ୍ରିରେ ବ୍ୟବହାର କରିପାରିବେ । Grok AI ଫ୍ରି ହେବାରୁ ଓପନଏଆଇର ChatGPT, ଗୁଗୁଲର Gemini AI ଏବଂ Claude AI କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଏନେଇ ବର୍ତ୍ତମାନ ସୁଦ୍ଧା, X ଦ୍ୱାରା କୌଣସି ସରକାରୀ ସୂଚନା ସେୟାର ହୋଇନାହିଁ । କିନ୍ତୁ ଅନେକ ୟୁଜର୍ସ କହିଛନ୍ତି ଯେ ସେମାନେ X ର ପ୍ରିମିୟମ୍ ସବସ୍କ୍ରିପସନ୍ ସହିତ ଫ୍ରିରେ Grok AI ବ୍ୟବହାର କରିପାରିବେ ।

ଯଦି ଆପଣ Grok AI ବ୍ୟବହାର କରୁଛନ୍ତି, ତେବେ ଆପଣ ଫ୍ରି ଭର୍ସନରେ କିଛି ଲିମିଟ୍ସର ସମ୍ମୁଖୀନ ହୋଇପାରନ୍ତି । ସୂଚନା ଅନୁଯାୟୀ, ଆପଣ ପ୍ରତି ଦୁଇ ଘଣ୍ଟାରେ କେବଳ ୧୦ ଟି ମେସେଜ ପଠାଇପାରିବେ । ଏହା ବ୍ୟତୀତ, ଆପଣ ପ୍ରତିଦିନ କେବଳ ୩ ଟି ଫଟୋ ଏନାଲିସିସ୍ କରିପାରିବେ । ବର୍ତ୍ତମାନ Grok କେବଳ X ରେ ଇନବିଲ୍ଟ କିନ୍ତୁ ଖୁବ୍ ଶୀଘ୍ର ଏହା ChatGPT ଏବଂ Gemini AI ପରି ଏକ ସ୍ୱତନ୍ତ୍ର ଆପ୍ ଭାବରେ ଲଞ୍ଚ ହୋଇପାରିବ ।

ନିକଟରେ ମସ୍କଙ୍କ ଦ୍ୱାରା ସୂଚିତ କରାଯାଇଥିଲା ଯେ ଖୁବ୍ ଶୀଘ୍ର ଏଭଳି କ୍ଷମତା Grok ରେ ଯୋଡାଯିବ ଯେଉଁଥିରେ ପିଡିଏଫ୍ ଏବଂ ୱାର୍ଡ ଫର୍ମାଟ୍ ଭଳି ଡକ୍ୟୁମେଣ୍ଟ୍ ପ୍ରୋସେସ କରାଯାଇପାରିବ । Grok ର ଏହି ଫିଚର୍ ୟୁଜର୍ସମାନଙ୍କର ଅନେକ କାର୍ଯ୍ୟକୁ ଅତି ସହଜ କରିବ । ଏଲନ୍ ମସ୍କ X କୁ ଏକ ପରଫେକ୍ଟ ଆପ୍ କରିବାକୁ ଚେଷ୍ଟା କରୁଛନ୍ତି ଯାହା ମାଧ୍ୟମରେ ୟୁଜର୍ସମାନେ ସେମାନଙ୍କର ଅନେକ କାର୍ଯ୍ୟ ଗୋଟିଏ ସ୍ଥାନରେ କରିବାକୁ ସମର୍ଥ ହେବେ ।

ନିକଟରେ X ୟୁଜର୍ସଙ୍କ ପାଇଁ ଏକ ନୂଆ ରାଡାର୍ ଟୁଲ୍ ଫିଚର୍ ଉପଲବ୍ଧ କରାଯାଇଥିଲା । ଏହି ଫିଚର୍ ସାହାଯ୍ୟରେ, ୟୁଜର୍ସମାନେ ଟ୍ରେଣ୍ଡିଙ୍ଗ ଟପିକ୍ସ, ବ୍ରେକିଂ ନ୍ୟୁଜ୍ ଏବଂ ଅନ୍ୟାନ୍ୟ ଇଭେଣ୍ଟକୁ ଅତି ସହଜରେ ଖୋଜି ପାରିବେ । ଏହି ନୂଆ ଫିଚର୍ ୟୁଜର୍ସଙ୍କୁ ଲାଟେଷ୍ଟ ଟ୍ରେଣ୍ଡିଂ କଣ୍ଟେଣ୍ଟ ସହିତ ଅପଡେଟ୍ ରଖିବାରେ ସାହାଯ୍ୟ କରିବ । X ର ନୂଆ ରାଡାର୍ ଟୁଲ୍ ବର୍ତ୍ତମାନ କେବଳ ପ୍ରିମିୟମ୍ ମେମ୍ବର୍ସଙ୍କ ପାଇଁ ଉପଲବ୍ଧ ।