ଜିମେଲ୍ ଆପଣାଇଲା ଏଭଳି ଉପାୟ, ଯେଉଁଥିରେ ଆପେ ଡିଲିଟ୍ ହୋଇଯିବ ଫାଲତୁ ମେଲ୍

ଆଜିକାଲି ପ୍ରାୟ ସମସ୍ତେ ଜିମେଲ୍ ବ୍ୟବହାର କରୁଛନ୍ତି। ବେଳେବେଳେ ଆମ ପାଖକୁ ଏଭଳି କେତେକ ଇମେଲ୍ ଆସେ, ଯାହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଆମେ ରଖିବାକୁ ଚାହୁଁନା। କିନ୍ତୁ ସେଗୁଡ଼ିକୁ ଡିଲିଟ୍ କରିବାକୁ ଭୁଲି ଯାଉ। ଆଉ ଏହିଭଳି ଭାବେ ଆମ ଇମେଲ୍ ବକ୍ସ ଧୀରେ ଧୀରେ ପୂର୍ଣ୍ଣ ହୋଇଯାଏ। ବର୍ତ୍ତମାନ ଆମେ ଆପଣଙ୍କୁ ଏଭଳି କିଛି ଉପାୟ ବତାଇବାକୁ ଯାଉଛୁ, ଯେଉଁଥିରେ ଗୋଟି ଗୋଟି କରି ଇମେଲ୍ଗୁଡ଼ିକୁ ଡିଲିଟ୍ କରିବାକୁ ପଡ଼ିବ ନାହିଁ, ବରଂ ସେଗୁଡ଼ିକ ଆପେ ଡିଲିଟ୍ ହୋଇଯିବ।

ଜାଣନ୍ତୁ ଉପାୟ

-ଏଥିପାଇଁ ପ୍ରଥମେ ଆପଣଙ୍କୁ emailstidio.pro କୁ ଯିବାକୁ ପଡ଼ିବ ଏବଂ ସେଠାରୁ Email Studio ଇନଷ୍ଟଲ୍ କରିବାକୁ ପଡ଼ିବ।

-Email Studio ଇନଷ୍ଟଲ୍ ହେବା ପରେ ଜିମେଲ୍ ଆକାଉଣ୍ଟକୁ ଯାଇ କୌଣସି ବି ମେସେଜକୁ ଓପନ୍ କରନ୍ତୁ।

-ଏଠାରେ ଡାହାଣ ପଟକୁ Email Studio ର ଆଇକନ୍ ଦେଖାଯିବ, ତାହା ଉପରେ କ୍ଲିକ୍ କରନ୍ତୁ।

-ଏବେ ଜିମେଲ୍ ଆଇଡି ଏବଂ ପାସୱାର୍ଡରେ ଲଗଇନ୍ କରନ୍ତୁ।

-ଲଗଇନ୍ କରିବା ପରେ ଲିଷ୍ଟରେ ଦିଆଯାଇଥିବା ଇମେଲ୍ କ୍ଲିନ୍ଅପ୍ ଅପସନରେ କ୍ଲିକ୍ କରନ୍ତୁ।

mail mail

-ଏବେ ଆଡ୍ ନ୍ୟୁ ରୁଲକୁ ଯାଆନ୍ତୁ।

-ଏହାପରେ କୌଣସି ବି ଖାସ୍ ଇମେଲ୍ ଆଇଡିକୁ ନଜର କରିପାରିବେ। ଏହାଦ୍ବାରା ଆପଣ ସିଲେକ୍ଟ କରିପାରିବେ। ଏବେ ସେହି ଇମେଲ୍ ଆଇଡିକୁ ମାସ ଅଥବା ସପ୍ତାହ ଯାକ ପାଇଁ ଡିଲିଟ୍ ଅପସନ୍ ବାଛିପାରିବେ।

ଏହାସହ ପଢ଼ନ୍ତୁ : ଆପତ୍ତିଜନକ କଣ୍ଟେଣ୍ଟ୍ ପୋଷ୍ଟ କରୁଥିବା ୟୁଜରଙ୍କ ଉପରେ କଡ଼ା ନଜର ରଖିବ ‘ଇନଷ୍ଟାଗ୍ରାମ୍’

-ଏବେ ସେଭ୍ ବଟନକୁ କ୍ଲିକ୍ କରି ସେଟିଂକୁ ସେଭ୍ କରିଦିଅନ୍ତୁ।

-ଏହା କରିବା ପରେ ଜିମେଲ୍ ବିଛାଯାଇଥିବା ମେସେଜକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆପେ ଡିଲିଟ୍ କରିଦେବ।

Email Studio ଏ ସବୁ ଛଡ଼ା ଆହୁରି କେତେକ ଟାକ୍ସ ଯେପରି କି ମେଲ୍ ମର୍ଜ, ଇମେଲ୍ ସିଡ୍ୟୁଲର, ଅଟୋ ରେସପଣ୍ଡର ପ୍ରଦର୍ଶନ କରିପାରିବ। ଏହି ସବୁ ପାଇଁ ଆପଣଙ୍କୁ ପ୍ରିମିୟମ୍ ଭର୍ସନ ଇନଷ୍ଟଲ୍ କରିବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.