ଏହି ଆପ୍ କୁ ଡାଉନଲୋଡ କରି ଆପଣ କାହା ସହିତ ବି ଇଂରାଜୀରେ ହୋଇପାରିବେ କଥାବାର୍ତ୍ତା

ଯଦି ଆପଣଙ୍କୁ ଇଂରାଜୀରେ ମେଲ ଲେଖିବା କିମ୍ବା କାହା ସହିତ ଇଂରାଜୀରେ ଚାଟ କରିବାକୁ ଅସୁବିଧା ହେଉଥାଏ। ତେବେ ଏଭଳି ପରିସ୍ଥିତରେ ଆପଣ ଭାବନ୍ତି ଯେ କଣ ଏମିତି ଗୋଟେ ଜିନିଷ ମିଳିଯାନ୍ତା ଯାହାଦ୍ବାରା ଆମର ଇଂରାଜୀକୁ ସୁଧାରିଦେବ। ତେବେ ଆପଣଙ୍କୁ ଆମେ ଏକ ଖାସ ଆପ୍ ବିଷୟରେ କହିବାକୁ ଯାଉଛୁ। ଏହି ଆପ ଦ୍ବାରା ଆପଣ ସହଜରେ ଠିକ ଇଂରାଜୀ ଟାଇପ କରିପାରିବେ।
Grammarly Keyboard ନାମକ ଏହି ଆପକୁ ଆପଣ ପ୍ଲେଷ୍ଟୋରରୁ ଡାଉନଲୋଡ କରିପାରିବେ। ଯେତେବେଳେ ବି ଆପଣ ଭୁଲ ଇଂରାଜୀ ଶବ୍ଦ ଲେଖିବେ ତେବେ ଏହି ଆପ୍ ଆପଣଙ୍କୁ ଠିକ ଶବ୍ଦ ଲେଖିବାରେ ସାହାଯ୍ୟ କରିବ। ଏହାର କିବୋର୍ଡ ସବୁ ଆପ ସହିତ କାମ କରିଥାଏ ଏବଂ ଆପଣ ସହଜରେ ଏହାକୁ ସେଟ୍ କରିପାରିବେ।
ଗ୍ରାମାର୍ଲୀ ଏକ ୱେବସାଇଟ ଅଟେ ଯାଉଁଥିରେ ଗୁଗଲ ଏକ୍ସଟେନସନ ମଧ୍ୟ ରହିଛି। ଏହି ଆପକୁ ଆପଣ ନିଜର ବ୍ରାଉଜରରେ ଆଟାଚ୍ କରିପାରିବେ ଏବଂ ଏହା ଆପଣଙ୍କ ଦ୍ବାରା ଲେଖାଯାଉଥିବା ଶବ୍ଦର ଭୁଲକୁ ହାଇଲାଇଟ କରିବ ଏବଂ ଏହାର ଠିକ ଶବ୍ଦ ମଧ୍ୟ ଜଣାଇବ।
ଏହା ସହିତ ପଢ଼ନ୍ତୁ :PUBG MOBILE Open Club 2019 ପାଇଁ ପାର୍ଟନର ହେଲା ଭିଭୋ, ଇଭେଣ୍ଟର ବିଜେତାଙ୍କୁ ମିଳିବ ୧୭ କୋଟି ଟଙ୍କା
କଣ ଅଟେ ଏହି Grammarly
ଗ୍ରାମାର୍ଲି ବହୁତ ଖାସ ଏବଂ କାମିକା ସର୍ଭିସ ଅଟେ। ଏହା ଜରୀଆରେ ଇଂରାଜୀରେ ହେଉଥିବା ଭୁଲକୁ ସୁଧାରି ହେବ। ଯଦି ଆପଣ ମେଲ , ଟ୍ବିଟର, ଫେସବୁକ ଏବଂ ସୋସିଆଲ ମିଡିଆରେ କୌଣସି ଷ୍ଟାଟସ ଦେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ କାର୍ଯ୍ୟକାରୀ ହେବ।
ଗ୍ରାମାର୍ଲୀ ଜରୀଆରେ ସ୍ପେଲିଂ କରେକ୍ଟ କରିପାରିବେ। ଆପଣ ଏହି ସର୍ଭିସକୁ ରେଜିଷ୍ଟର କଲେ ଏହା ଆପଣଙ୍କା କ୍ରୋମ ଏକ୍ସଟେନସନରେ ସେଭ ହୋଇଯିବ। ଏହାପରେ ସେଟିଙ୍ଗସକୁ ଯାଇ ଆପଣ ଏହାକୁ ବ୍ୟବହାର କରିପାରିବେ।