ଭୁଲରେ କରନ୍ତୁନାହିଁ ଏହି ଭୁଲ, ନଚେତ ଖାଲି ହୋଇଯିବ ଆପଣଙ୍କ PF ଆକାଉଣ୍ଟ

କୌଣସି ବି ଫ୍ୟାକ୍ଟ୍ରି କିମ୍ବା କମ୍ପାନୀ, ଯେଉଁଥିରେ ୧୦ରୁ ଅଧିକ ଲୋକ କାମ କରୁଛନ୍ତି, ସେଠାରେ କର୍ମଚାରୀଙ୍କର ପିଏଫ କଟିବା ବାଧ୍ୟତାମୂଳକ ଅଟେ। ଏହା ଗୋଟେ ପ୍ରକାରର ସଞ୍ଚୟ ରାଶି। ଯାହା ତାଙ୍କୁ ବୃଦ୍ଧ କାଳରେ ଏବଂ କୌଣସି ଏମରଜେନ୍ସୀ ସମୟରେ ଫେରସ୍ତ ମିଳିଯାଏ। କମ୍ପାନୀ ଏହି ରାଶିକୁ କାଟି ତାଙ୍କ ଭବିଷ୍ୟ ନିଧି ଖାତାରେ ଜମା କରିଦିଅନ୍ତି। ଯାହାକୁ ସେ ପରେ ହାସଲ କରିପାରିବେ। ଏବେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ନିଜର ୬ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କୁ ଆଲର୍ଟ ଜାରି କରିଛି, ଯାହା ଲୋକଙ୍କର ହୋସ୍‌ ଉଡାଇଦେଇଛି।

ଇପିଏଫଓ କହିଛି ଯେ ସାଇବର ଠକ ଏବେ ନୂଆ ନୂଆ ତରିକା ଆପଣାଉଛନ୍ତି ଲୋକଙ୍କୁ ଠକିବା ପାଇଁ। ନିଜକୁ ପିଏଫ କର୍ମଚାରୀ କହି ଆକାଉଣ୍ଟ ହୋଲ୍ଡର୍ସଙ୍କ ଠାରୁ ତାଙ୍କର ବ୍ୟାଙ୍କ ଡିଟେଲ, ପାନ ନମ୍ବର, ଆଧାର ନମ୍ବର ଭଳି ବ୍ୟକ୍ତିଗତ ଡାଟାକୁ ମାଗି ନିଅନ୍ତି। ଏମିତିରେ ଆକାଉଣ୍ଟଧାରୀଙ୍କର ଛୋଟିଆ ଭୁଲ ବି ତାଙ୍କ ପାଇଁ ବଡ ଆର୍ଥିକ କ୍ଷତି ଘଟାଇଦିଏ। ଏଥିପାଇଁ ସତର୍କ ରୁହନ୍ତୁ ଏବଂ କାହାକୁ ବି ନିଜର ପର୍ସନାଲ ଇନଫରମେସନ୍‌ ସେୟାର କରନ୍ତୁନାହିଁ।

କର୍ମଚାରୀ ଭବିଷ୍ୟ ନିଥି ସଂଗଠକ ଲୋକଙ୍କୁ ସଚେତନ କରି ଟ୍ଵିଟରରେ ଏକ ମେସେଜ ମଧ୍ୟ ଜାରୀ କରିଛି। ଇପିଏଫଓ ଲେଖିଛି ଯେ ସାଇବର ଠକ ଆପଣଙ୍କ ଖାତାରୁ ଟଙ୍କା ଉଠାଇବା ପାଇଁ ବୋନସ୍‌, କ୍ୟାସ ବ୍ୟାକ୍‌, ଗିଫ୍ଟ କିମ୍ବା ଅନ୍ୟ କୌଣସି ଲୋଭ ଦେଖାଇ ଲୋକଙ୍କୁ ନିଜର ଶିକାର ବନାନ୍ତି। ମନେ ରଖନ୍ତୁ ଏହି ଠକ ଥରେ ଯଦି ଆପଣଙ୍କୁ ସେମାନଙ୍କ ଅକ୍ତିଆରକୁ ନେଇଗଲେ ତାହେଲେ ଆପଣଙ୍କ ଖାତାରୁ ପୂରା ଟଙ୍କା ଚଳୁ କରିନେବେ। ସେଥିପାଇଁ ସଂଗଠନ ସ୍ପଷ୍ଟ କରିଛି ଯେ କୌଣସି ବି ଆକାଉଣ୍ଟଧାରୀଙ୍କୁ ଫୋନ କିମ୍ବା ମେସେଜ କରି ସେମାନଙ୍କର ବ୍ୟକ୍ତିଗତ ତଥ୍ୟ ଯେମିତିକି ପାନ କାର୍ଡ, ୟୁଏଏନ, ବ୍ୟାଙ୍କ ଡିଟେଲ, ପାସଓ୍ଵାର୍ଡ ଏବଂ ଓଟିପିକୁ ସେୟାର କରିବାକୁ କହିନଥାଏ।

ତେଣୁ ଆପଣମାନେ ଏଥିପ୍ରତି ବିଶେଷ ଭାବେ ସତର୍କ ରୁହନ୍ତୁ। ଆଉ ନିଜକୁ ଠକାମିରୁ ରକ୍ଷା କରିବା ପାଇଁ କାହା କଥାରେ କୌଣସି ବି ଲିଙ୍କ ଉପରେ ସେୟାର କରନ୍ତୁ ନାହିଁ ଏବଂ କାହାକୁ ବି ନିଜର ପର୍ସନାଲ ଡିଟେଲ୍ସ ସେୟାର କରନ୍ତୁନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.