ବର୍ତ୍ତମାନ UPI ମାଧ୍ୟମରେ ଉଠାଯାଇପାରିବ PF ଆମାଉଣ୍ଟ, ଏକ ନୂଆ ସିଷ୍ଟମ ଉପରେ କାମ କରୁଛି EPFO

ଏମ୍ପ୍ଲୋଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅରଗାନାଇଜେସନ୍ (EPFO) ଏକ ନୂଆ ଉଇଡ୍ରାଲ୍ ଅପ୍ସନ୍ ଉପରେ କାମ କରୁଛି । ଖୁବ ଶୀଘ୍ର ଏମ୍ପ୍ଲୋଇଜମାନେ UPI ମାଧ୍ୟମରେ ସେମାନଙ୍କ PF ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉଠାଇ ପାରିବେ । ଏକ ରିପୋର୍ଟରେ କୁହାଯାଇଛି ଯେ UPI ମାଧ୍ୟମରେ EPF ଆକାଉଣ୍ଟରୁ ଟଙ୍କା ଉଇଡ୍ରାଲ୍ ପାଇଁ ସିଷ୍ଟମ ମାତ୍ର ୩ ମାସ ମଧ୍ୟରେ ଆରମ୍ଭ ହେବ ।
ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ EPFO ପୂର୍ବରୁ ଏକ ପ୍ଲାନ୍ ପ୍ରସ୍ତୁତ କରା ହୋଇଛି ଏବଂ ଆଗାମୀ ୨-୩ ମାସ ମଧ୍ୟରେ UPI ପ୍ଲାଟଫର୍ମରେ ଏହି ସୁବିଧା ଆରମ୍ଭ କରିବା ପାଇଁ ନ୍ୟାସନାଲ୍ ପେମେଣ୍ଟ କରପୋରେସନ୍ ଅଫ୍ ଇଣ୍ଡିଆ (NPCI) ସହିତ ଆଲୋଚନା କରୁଛି । UPI ସହିତ EPFO ମିସିଲେ କେବଳ କାର୍ଯ୍ୟରେ ଉନ୍ନତି ଆଣିବ ନାହିଁ ବରଂ ୭ କୋଟିରୁ ଅଧିକ EPFO ସଦସ୍ୟଙ୍କ ପାଇଁ ଫଣ୍ଡ ଟ୍ରାନ୍ସଫରର ସମସ୍ୟା ମଧ୍ୟ ଦୂର ହୋଇଯିବ ।
ଏଥି ସହିତ କୁହାଯାଇଛି ଯେ, EPFO କୁ UPI ସହିତ ସଂଯୋଗ କରି ସରକାରଙ୍କ ଟାଗ୍ରେଟ୍ ହେଉଛି ଫାଇନାନ୍ସିଆଲ୍ ଟ୍ରାଞ୍ଜେକ୍ସନ୍ କୁ ସରକଳ କରିବା, ଯାହା ଦ୍ବାରା କ୍ଲେମ୍ ପ୍ରୋସେସରେ କୌଣସି ସମସ୍ୟା ନଆସି ପାରିବ । ଏକ ରିପୋର୍ଟରେ କୁହାଯାଇଛି ଯେ, ରେଜିଷ୍ଟେର୍ଡ ହେବା ପରେ କଷ୍ଟମରମାନେ ଡିଜିଟାଲ୍ ୱେଲେଟ୍ ମାଧ୍ୟମରେ ସହଜରେ କ୍ଲେମ୍ ଆମାଉଣ୍ଟ ପାଇପାରିବେ । ଏଥିରେ ପ୍ରୋସେସିଙ୍ଗର ସମୟ କମ୍ ହୋଇଯିବ ଏବଂ ୟୁଜର୍ସଙ୍କ ଏକ୍ସପେରିଏନ୍ସ ଉନ୍ନତ ହେବ ।
ଶ୍ରମ ମନ୍ତ୍ରଣାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବଂ କର୍ମସିଆଲ୍ ବ୍ୟାଙ୍କ୍ ସହିତ ମିଳିତ ହୋଇ EPFO ର ଡିଜିଟାଲ ସିଷ୍ଟମକୁ ଅପଗ୍ରେଡ୍ କରୁଛି । ଏହି ପଦକ୍ଷେପ ଦ୍ବାରା ୱିଡ୍ରାଲ୍ ପ୍ରୋସେସ୍ ସରଳ ହେବ, ବିଳମ୍ବ କମ୍ ହେବ, କାଗଜପତ୍ର କାରବାର୍ କମ୍ ହେବ ଏବଂ ଟ୍ରାନ୍ସପରେନ୍ସି ବଢ଼ିବ ।
ଏଥି ସହିତ ଗତ ୬-୭ ମାସରେ EPFO ପେନସନ୍ ସର୍ଭିସରେ ଉନ୍ନତି ଆଣିଛି, ଏହାର ଇନଫରମେସନ୍ ଟେକ୍ନୋଲୋଜି (IT) ସିଷ୍ଟମ ରେ ଅପଗ୍ରେଡ୍ କରିଛି ଏବଂ ପ୍ରୋଭିଡେଣ୍ଟ ଫଣ୍ଡ (PF) କ୍ଳେମ୍ ପାଇଁ ଅନେକ ପଦକ୍ଷେପ ନେଇଛି । ଆର୍ଥିକ ବର୍ଷ ୨୦୨୫ ରେ EPFO ୫୦ ମିଲିୟନରୁ ଅଧିକ ଗ୍ରାହକଙ୍କ ଦାବି ସମାଧାନ କରିଛି, ଯାହା ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସେଟେଲମେଣ୍ଟ । ଏଥିରେ ୨.୦୫ ଲକ୍ଷ କୋଟି ଟଙ୍କାର ଫଣ୍ଡ ଜାରୀ କରାଯାଇଛି ।
ଆର୍ଥିକ ବର୍ଷ ୨୦୨୪ ରେ, EPFO ୧.୮୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ୪୪.୫ ମିଲିୟନଟି ଦାବି ସମାଧାନ କରିଥିଲା । ଏହା ବ୍ୟତୀତ ତିନି ଦିନ ମଧ୍ୟରେ ଅଟୋ କ୍ଲେମ୍ ସମାଧାନ୍ ଆର୍ଥିକ ବର୍ଷ ୨୦୨୫ ରେ ବଢ଼ି ୧୮.୭ ମିଲିୟନ ହୋଇଛି, ଯାହା ଆର୍ଥିକ ବର୍ଷ ୨୦୨୪ ରେ ୮.୯୫ ଥିଲା । ଆପଣଙ୍କୁ କହି ରଖୁଛୁ ଯେ କିଛି ସମୟ ପୂର୍ବରୁ ଖବର ଆସିଥିଲା ଯେ EPFO ATM ରୁ PF ଏମାଉଣ୍ଟ ଉଇଡ୍ରାଲ୍ ଉପରେ କାମ କରୁଛି । ଏହା ନୂଆ ଫାଇନାନ୍ସିଆଲ୍ ବର୍ଷରୁ ରୋଲଆଉଟ୍ କରାଯାଇପାରିବ ।