EPFO ସବସ୍କ୍ରାଇବର୍ସଙ୍କ ଖାତାକୁ ଆସିବ ୮୧ ହଜାର ଟଙ୍କା, ଜାଣନ୍ତୁ କେବେ ଆଇ କେତେ ମିଳିବ

କର୍ମର୍ଚାରୀ ଭବିଷ୍ୟ ନିଧି ସଂଗଠନର ଉପଭୋକ୍ତାଙ୍କ ବଡଖବର। ଇପିଏଫଓର ୭ କୋଟି ସବସ୍କ୍ରାଇବର୍ସଙ୍କ ପାଇଁ ଏହି ମାସର ଶେଷ ସୁଦ୍ଧା ବହୁତ ବଡ ଖୁସିଖବର ଆସିବାକୁ ଯାଉଛି। ସରକାର ଇପିଏଫ ଆକାଉଣ୍ଟ ହୋଲ୍ଡର୍ସଙ୍କ ଖାତାରେ ଆର୍ଥିକ ବର୍ଷ ୨୦୨୨ର ସୁଧ ଟ୍ରାନ୍ସଫର କରିବାକୁ ଯାଉଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଥର ୮.୧ ପ୍ରତିଶତ ଦରରେ ସୁଧ ମିଳିବ। ଏବେ ସୁଦ୍ଧା ମିଳିଥିବା ସୂଚନା ମୁତାବକ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ଆର୍ଥିକ ବର୍ଷ ୨୦୨୨ରେ ପିଏଫ ଖାତାରେ ଏହାକୁ ଟ୍ରାନ୍ସଫର କରିଦିଆଯିବ। ସରକାରଙ୍କ ଖାତାରେ ଜମା ଥିବା ମୋଟ ୭୨,୦୦୦ କୋଟି ଟଙ୍କା କର୍ମଜୀବିଙ୍କ ଖାତାକୁ ପଠାଯିବ।
ଏବେ ଆସନ୍ତୁ ଜାଣିବା କେମିତି ପଠାଇବେ ଟଙ୍କା
ଗତବର୍ଷ ଲୋକଙ୍କ ପାଇଁ ୬ ରୁ ୮ ମାସ ଅପେକ୍ଷା କରିବାକୁ ପଡୁଥିଲା। କିନ୍ତୁ ଗତ ବର୍ଷ କୋଭିଡ କାରଣରୁ ପରିସ୍ଥିତି ଅଲଗା ଥିଲା। ଏଥର କିନ୍ତୁ ସରକାର ଆଉ ଡେରି କରିବେ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ଅଗଷ୍ଟ ପର୍ଯ୍ୟନ୍ତ ସୁଧ ଟଙ୍କା ଖାତାରେ ଟ୍ରାନ୍ସଫର ହୋଇଯାଇଥିବ। ଏହିବର୍ଷର ସୁଧ ୪୦ ବର୍ଷର ସବୁଠାରୁ ତଳ ସ୍ତରରେ ରହିଛି।
- ଯଦି ଆପଣଙ୍କ ପିଏଫ ଖାତାରେ ୧୦ ଲକ୍ଷ ଟଙ୍କା ରହିଛି, ତାହେଲେ ସୁଧ ରୂପରେ ୮୧,୦୦୦ ଟଙ୍କା ମିଳିବ।
- ଯଦି ଆପଣଙ୍କ ପିଏଫ ଖାତାରେ ୭ ଲକ୍ଷ ଟଙ୍କା ରହିଛି, ତାହେଲେ ସୁଧ ରୂପରେ ୫୬,୭୦୦ ଟଙ୍କା ମିଳିବ।
- ଯଦି ଆପଣଙ୍କ ପିଏଫ ଖାତାରେ ୫ ଲକ୍ଷ ଟଙ୍କା ରହିଛି ତାହେଲେ ସୁଧ ୪୦,୫୦୦ ଟଙ୍କା ଆସିବ।
- ଆପଣଙ୍କ ଖାତାରେ ଯଦି ଏକ ଲକ୍ଷ ଟଙ୍କା ରହିଛି ତାହେଲେ ୮,୧୦୦ ଟଙ୍କା ଆସିବ।
ମିସଡ୍ କଲରେ ଜାଣନ୍ତୁ ବାଲାନ୍ସ
ଆପଣ ଆପଣଙ୍କ ପିଏଫ ଟଙ୍କାକୁ ଚେକ କରିବା ପାଇଁ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ 011-22901406କୁ ମିସଡ କଲ୍ ଦେବାକୁ ହେବ। ଏହାପରେ ଇପିଏଫଓ ମେସେଜ୍ ଜରିଆରେ ଆପଣଙ୍କୁୁ ପିଏଫର ଡିଟେଲ୍ ମିଳିଯିବ। ଏଠାରେ ମଧ୍ୟ ଆପଣଙ୍କ ୟୁଏନ୍, ପାନ୍ ଏବଂ ଆଧାର ଲିଙ୍କ ହେବା ଜରୁରୀ।
ଅନଲାଇନ୍ ଚେକ କରନ୍ତୁ ବାଲାନ୍ସ
ଅନଲାଇନ୍ ବାଲାନ୍ସ ଚେକ କରିବା ପାଇଁ ଆପଣ ଇପିଏଫଓ େଓ୍ଵବସାଇଟ epfindia.gov.in ରେ ଲଗଇନ୍ କରନ୍ତୁ, ଏହାପରେ ରେ ଇ-ପାସବୁକ୍ ଉପରେ କ୍ଲିକ କରନ୍ତୁ।
ଏବେ ଆପଣଙ୍କ ଇ-ପାସବୁକ ଉପରେ କ୍ଲିକ କରିବା ପରେ ଏକ ନୂଆ ପେଜ passbook.epfindia.gov.in ଆସିଯିବ।
ଏବେ ଏଠାରେ ଆପଣ ନିଜର ୟୁଜର ନେମ, ପାସଓ୍ଵାର୍ଡ ଏବଂ କାପ୍ଚା ଭରନ୍ତୁ।
ସମସ୍ତ ଡିଟେଲ୍ସ ଭରିବା ପରେ ଏକ ନୂଆ ପେଜ୍ ଆସିଯିବ ଏବଂ ଏଠାରେ ମେମ୍ବର ଆଇଡିକୁ ଚୟନ କରିବାକୁ ହେବ।
ଏଠାରେ ଇ-ପାସବୁକ ଉପରେ ନିଜର ଇପିଏଫ ବାଲାନ୍ସ ମିଳିଯିବ।
ଉମଙ୍ଗ ଆପରେ ମଧ୍ୟ ଚେକ କରିପାରିବେ ବାଲାନ୍ସ
ଏଥିପାଇଁ ଆପଣ ନିଜର ଉମଙ୍ଗ ଆପରେ (Unified Mobile Application for New-age Governance) ଖୋଲନ୍ତୁ ଏବଂ ଇପିଏଫଓ ଉପରେ କ୍ଲିକ କରନ୍ତୁ।
ଏବେ ଆପଣ ଅନ୍ୟ ପେଜ ଉପରେ ଏମ୍ପଲଏ-ସେଣ୍ଟ୍ରିକ ସର୍ଭିସ (employee-centric services)ଉପରେ କ୍ଲିକ କରନ୍ତୁ।
ଏଠାରେ ଆପଣ ‘ଭ୍ୟୁ ପାସବୁକ’ ଉପରେ କ୍ଲିକ କରନ୍ତୁ। ଏହାସହିତ ଆପଣ ନିଜ ୟୁଏଏନ ନମ୍ବର ଏବଂ ପାସଓ୍ଵାର୍ଡ (ଓଟିପି) ନମ୍ବର ଭରନ୍ତୁ।
ଏହି ଓଟିପି ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଆସିବ। ଏହାପରେ ଆପଣ ନିଜ ପିଏଫ ବାଲାନ୍ସ ଚେକ କରିପାରିବେ।
SMS ଜରିଆରେ ଚେକ କରନ୍ତୁ ବାଲାନ୍ସ
ଯଦି ଆପଣଙ୍କ ୟୁଏଏନ ନମ୍ବର ଇପିଏଫଓରେ ରେଜିଷ୍ଟର୍ଡ ତାହେଲେ ଆପଣ ନିଜ ପିଏଫ ବାଲାନ୍ସର ବିବରଣୀ ମେସେଜ୍ ଜରିଆରେ ନେଇପାରିବେ। ଏଥିପାଇଁ ଆପଣଙ୍କୁ 7738299899ରେ EPFOHO ଲେଖି ପଠାଇବାକୁ ହେବ। ଏହାପରେ ଆପଣଙ୍କୁ ପିଏଫର ଡିଟେଲ୍ସ ମେସେଜ୍ ଜରିଆରେ ମିଳିଯିବ। ପିଏଫ ବାଲାନ୍ସ ଜାଣିବା ପାଇଁ ଏହି ସେବା ଇଂରାଜୀ, ପଞ୍ଜାବୀ, ମରାଠୀ, ହିନ୍ଦୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟଲମ ଏବଂ ବଙ୍ଗାଳୀରେ ଉପଲବ୍ଧ ରହିଛି। ପିଏଫ ବାଲାନ୍ସ ପାଇଁ ଆବଶ୍ୟ ଆପଣଙ୍କ ୟୁଏଏନ, ବ୍ୟାଙ୍କ ଆକାଉଣ୍ଟ, ପାନ ଏବଂ ଆଧାରରେ ଲିଙ୍କ ହେବା ଜରୁରୀ।