ମହଙ୍ଗା ଦାମ ସତ୍ତ୍ୱେ କାହିଁକି ସମସ୍ତେ iPhoneକୁ କିଣିବାକୁ ଚାହିଁଥାନ୍ତି ? ଜାଣନ୍ତୁ ଏହାର ମୁଖ୍ୟ ୪ଟି କାରଣ

ଆଇଫୋନର ଯେକୌଣସି ମଡେଲ ମାର୍କେଟକୁ ଆସୁ ତାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ରେସ୍‌ ଲାଗିଥାଏ।ଦାମ ଅଧିକ ହେଲେ ବି ଟିକେ ବି ଚିନ୍ତା କରୁନାହାନ୍ତି ଯେ ସେ ସବୁ ର ଆବଶ୍ୟକତା କେତେ। ଏମିତି କଣ ଅଛି ଆଇଫୋନରେ ଯାହାକୁ ଗ୍ରାହକ ଏତେ ମାତ୍ରାରେ ପସନ୍ଦ କରୁଛନ୍ତି?

ଭାରତ ସମେତ ଦୁନିଆରେ ଆପ୍ପଲ ଆଇଫୋନକୁ ସବୁଠୁ ଅଧିକ ଲୋକ ପସନ୍ଦ କରନ୍ତି। ଏହାର ଦାମ ଯେତେ ଅଧିକ ହେଉ ଏହାକୁ କିଣିବାକୁ ଗ୍ରାହକ ସବୁବେଳେ ଆଗଭର ହୋଇଥାନ୍ତି। ଏହାର ପୁରୁଣା ମଡେଲ କୁ କିଣିବା ପାଇଁ ମଧ୍ୟ ଲୋକ ପଛାନ୍ତି ନାହିଁ। ଯଦି ଆପଣ ଏହା ପଛରେ ଥିବା କାରଣ ସମ୍ପର୍କରେ ଜାଣି ନାହାନ୍ତି ତେବେ ଆଜି ଜାଣନ୍ତୁ ଆଇଫୋନ ଏତେ କାହିଁକି ପପୁଲାର। ଏତେ ମହଙ୍ଗା ହେବା ପରେ ମଧ୍ୟ କାହିଁକି ଲୋକ ଏହାକୁ କିଣିଥାନ୍ତି।

ସେଫ୍ଟି ଫିଚର୍ସ:
ଜାଣିରଖନ୍ତୁ ଯେ ସେଫ୍ଟି କଥା ଧ୍ୟାନକୁ ଦେଲେ ଆଇଫୋନ ହେଉଛି ସବୁଠୁ ବେଷ୍ଟ। ହାକର୍ସ ଏହାକୁ ସହଜରେ ହ୍ୟାକ କରିପାରିବେ ନାହିଁ। ଯଦି ଆପଣ ବି ଏପରି ଫୋନ ଖୋଜୁଛନ୍ତି ଯାହା ଆପଣଙ୍କ ଡାଟାକୁ ସୁରକ୍ଷିତ ରଖିବ ତେବେ ଆଇଫୋନ ହେବ ଭଲ ଅପସନ। ଦୁନିଆ ର ଟପ୍‌ ଲିଡର୍ସ ଠୁ ଆରମ୍ଭ କରି ଫିଲ୍ମ ଷ୍ଟାର ଓ ସାଧାରଣ ଜନତା ଏହାର ବ୍ୟବହାର କରୁଛନ୍ତି। ଏଥିରେ ଆପଣଙ୍କ ସିକ୍ରେଟ ସେଫ୍‌ ହୋଇ ରହିବ।

ବେଷ୍ଟ କ୍ୟାମେରା:
ଆପର ଯେତେ ଭଲ ସ୍ମାର୍ଟଫୋନ ବ୍ୟବହାର କରନ୍ତୁ ନା କାହିଁକି ଆଇଫୋନ ରେ ଯେଉଁ କ୍ୟାମେରା ଦିଆଯାଇଛି ସେଥିରେ ଆପଣ ଫଟୋ ସହ ଭଲ ଭିଡ଼ିଓ କ୍ୱାଲିଟି ପାଇପାରିବେ। ଏମିତିରେ ୟ୍ୟୁଟୁବ ଅର୍ଜ ମଧ୍ୟ ଏହାକୁ ବ୍ୟବହାର କରି ଭିଡ଼ିଓ ଅପଲୋଡ କରନ୍ତି। ଯାହାର କ୍ୱାଲିଟି ହାଇ ରହିଥାଏ।

ପ୍ରୋସେସିଂ ସ୍ପିଡ :
ଯଦି ଆପଣ ସ୍ଲୋ ପ୍ରୋସେସିଂ ସ୍ପିଡ ସମସ୍ୟାରେ ଅଛନ୍ତି ତେବେ ଆଇଫୋନରେ ଆପଣ ଏହା ପାଇବେ ନାହିଁ। ଏହା ବହୁତ ଫାଷ୍ଟ ହୋଇଥାଏ। ଏହାକୁ ସହଜରେ ଆକ୍ସେସ କରିପାରିବେ। ଏଥିରେ ହ୍ୟାଙ୍ଗ ଭଳି ସମସ୍ୟା ନଥାଏ।

ଡିଜାଇନ:
ଶେଷରେ ଯଦି ଆମେ ଫୋନର ଡିଜାଇନ କଥା ଧ୍ୟାନକୁ ନେବା ତେବେ ଆଇଫୋନ ର ଡିଜାଇନ ଅନ୍ୟ ଫୋନ ଅପେକ୍ଷା ଭଲ ରହିଥାଏ। ଏମିତିରେ ମାର୍କେଟକୁ ଆସିବା ମାତ୍ରେ ଏହା ଗ୍ରାହକଙ୍କ ମନ କିଣିନିଏ। ପ୍ରଥମେ ଏହାର ଲୁକ କାରଣରୁ ଲୋକ ଏହାକୁ କିଣିଥାନ୍ତି। ଅନ୍ୟ ସ୍ମାର୍ଟଫୋନ ତୁଳନାରେ ଏହାର ଡିଜାଇନ ୟୁନିକ ହୋଇଥାଏ। ଫୋନ ମଜବୁତ ମଧ୍ୟ ହୋଇଥାଏ।

Leave A Reply

Your email address will not be published.