Excitel ଆଣିଲା ଜବରଦସ୍ତ ଅଫର, ୩ ମାସ ପାଇଁ ଫ୍ରିରେ ମିଳିବ ଇଣ୍ଟରନେଟ

ଫ୍ରି ଇଣ୍ଟରନେଟ କଥା ଶୁଣିଲେ ଲୋକଙ୍କ ମନରେ ଲୋଭ ଆସିବା ସ୍ୱାଭାବିକ । କାହିଁକି ନା ଏବେ ରିଚାର୍ଜ ଦାମ ଏତେ ଅଧିକ ହୋଇଯାଇଛି ଯେ ଲୋକମାନେ ରିଚାର୍ଜ କରିବାକୁ ବି ଡରୁଛନ୍ତି । ତେବେ ଆପଣ ଯଦି ଫ୍ରି ଇଣ୍ଟରନେଟ ସର୍ଭିସ ଚାହୁଁଛନ୍ତି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ବଢିଆ ଅଫର । ଗୋଟିଏ ପ୍ଲାନରେ ଆପଣଙ୍କୁ ମିଳିବ ୩ ମାସର ଫ୍ରି ଇଣ୍ଟରନେଟ । ଖାଲି ଫ୍ରି ଇଣ୍ଟରନେଟ ପାଇବେ ତା ନୁହେଁ Netflix, Amazon Prime ଭଳି ୧୮ଟି OTT ପ୍ଲାଟଫର୍ମ ଓ ୧୫୦ରୁ ଅଧିକ ଲାଇଭ ଟିଭି ଦେଖିବାର ସୁଯୋଗ ପାଇବେ । ତେବେ ଆସନ୍ତୁ ଜାଣିବା କେମିତି ଏହି ଅଫରର ଲାଭ ଉଠାଇବେ ।
ହୋମ୍ ଇଣ୍ଟରନେଟ୍ ଷ୍ଟାର୍ଟଅପ୍ କମ୍ପାନୀ Excitel ଏଭଳି ଏକ ଜବରଦସ୍ତ ଅଫର ଆଣିଛି । କମ୍ପାନୀ ଏକ ପେଡ୍ ପ୍ଲାନରେ ଲୋକଙ୍କୁ ୩ ମାସ ପାଇଁ ମାଗଣା ଇଣ୍ଟରନେଟ୍ ସୁବିଧା ଯୋଗାଉଛି । ଏହା ହେଉଛି ଏକ ଏଣ୍ଡ ଅଫ ସିଜନ ସେଲ ଅଫର୍, ଯେଉଁଥିରେ ନୂଆ ଗ୍ରାହକମାନେ ୯ ମାସର ପ୍ଲାନରେ ରିଚାର୍ଜ କରି ୩ ମାସର ଇଣ୍ଟରନେଟ୍ ସଂପୂର୍ଣ୍ଣ ମାଗଣା ପାଇପାରିବେ । ଯେଉଁମାନେ ନିଜ ପାଇଁ ନୂଆ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ କନେକ୍ସନ ନେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । Excitelର ଏହି ଅଫରରେ କେବଳ ମାଗଣା ହାଇ ସ୍ପିଡ୍ ଇଣ୍ଟରନେଟ୍ ମିଳିବ ତା ନୁହେଁ ବରଂ ଏକାଧିକ OTT ଏବଂ ଲାଇଭ୍ ଟିଭି ଚ୍ୟାନେଲ ଭଳି ଲାଭ ମଧ୍ୟ ମିଳିବ । Excitel ଅଫର୍ ବିଷୟରେ କଣ ଖାସ ରହିଛି ଆସନ୍ତୁ ଜାଣିବା ।
ଏହି ଅଫର୍ ଅନୁଯାୟୀ, ଯଦି ଗ୍ରାହକମାନେ ମାସକୁ ୪୯୯ ଟଙ୍କାର ପ୍ଲାନ ବାଛନ୍ତି ଏବଂ ୯ ମାସ ପାଇଁ ସର୍ଭିସ ନିଅନ୍ତି, ତେବେ ଆପଣ ୩ ମାସର ଇଣ୍ଟରନେଟ୍ ସଂପୂର୍ଣ୍ଣ ମାଗଣା ପାଇବେ । ଏହାର ଅର୍ଥ ଆପଣ ୯ ମାସ ପାଇଁ ଟଙ୍କା ଦେଇ ୧୨ ମାସର ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପଭୋଗ କରିପାରିବେ । ଏହି ଅଫରରେ ଆପଣ ଆମାଜନ ପ୍ରାଇମ, ଡିସନି + ହଟଷ୍ଟାର, ସୋନି ଲିଭ ଭଳି ୧୮ଟି OTT ପ୍ଲାଟଫର୍ମ ଦେଖିବାର ଲାଭ ପାଇବେ । ଆପଣ ନିଜର ପ୍ରିୟ ସୋ, ଫିଲ୍ମ ଏବଂ ୱେବ ସିରିଜର ମଜା ଉଠାଇ ପାରିବେ । ଏହି ଅଫରରେ ୧୫୦ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ମଧ୍ୟ ସାମିଲ ଅଛି ତେଣୁ ଆପଣ ଆପଣଙ୍କର ପ୍ରିୟ ଟିଭି ସୋ ଏବଂ ନ୍ୟୁଜ୍ ଚ୍ୟାନେଲ ଦେଖିପାରିବେ। Excitel ଆପଣଙ୍କୁ ୩୦୦ Mbpsର ହାଇ ସ୍ପିଡ୍ ଇଣ୍ଟରନେଟ୍ ଦେବ । ଏହା ଦ୍ୱାରା ଆପଣ ସହଜରେ ଇଣ୍ଟରନେଟ୍ ଉପଭୋଗ କରିପାରିବେ ।
କହି ରଖିବାକୁ ଚାହିଁବୁ କି ଏହି ଅଫର କେବଳ ନୂଆ ଗ୍ରାହକଙ୍କ ପାଇଁ। ଯଦି ଆପଣ ମଧ୍ୟ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଛନ୍ତି , ତେବେ ଆପଣ Excitelର ପ୍ଲାନକୁ ଆକ୍ଟିଭ କରିପାରିବେ । ଏହି ଅଫରର ଲାଭ ଉଠାଇବା ପାଇଁ ଆପଣ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ କିମ୍ବା ଆପଣଙ୍କର ନିକଟତମ Excitel ଷ୍ଟୋରକୁ ଯାଇ ପାରିବେ । କିନ୍ତୁ ମନେରଖନ୍ତୁ ଏହି ଅଫର କେବଳ ସୀମିତ ସମୟ ପାଇଁ ରହିଛି ତେଣୁ ସମୟ ବିଳମ୍ବ ନକରି ଏହି ଅଫରକୁ ଉପଭୋଗ କରନ୍ତୁ ।