ଫେସବୁକ୍ ଓ ଇନଷ୍ଟାଗ୍ରାମରେ ପାଇବେ Paid Verification Service
ଆରମ୍ଭ ହେଲା ଫେସବୁକ୍ ଓ ଇନଷ୍ଟାଗ୍ରାମରେ Paid Verification Service, ଏବେ Blue Tick ପାଇଁ ୟୁଜର୍ସଙ୍କୁ ଦେବାକୁ ହେବ ମାତ୍ର ଏତିକି ଟଙ୍କା
ଏବେ ଟ୍ୱିଟର ପରି ଆପଣଙ୍କୁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ମଧ୍ୟ ଦେୟ ଦେବାକୁ ପଡିବ । ଏହାର ପ୍ରତିବଦଳରେ ଆପଣଙ୍କୁ ଏକ ଯାଞ୍ଚ ବ୍ୟାଜ୍ ବା ବ୍ଲୁ ଟିକ ଦିଆଯିବ ଯାହା ଆପଣଙ୍କର ଆକାଉଣ୍ଟ କୁ ଭେରିଫାଏଡ ବୋଲି ସୂଚିତ କରିବ। ଇନଷ୍ଟାଗ୍ରାମ-ଫେସବୁକ୍ ଭେରିଫିକେସନ୍ ପାଇଁ ମେଟା ଆଣିଛି ନୂଆ ପ୍ଲାନ । ମେଟା ଭାରତରେ ପେଡ୍ ଭେରିଫିକେସନ୍ ସେବା ଆରମ୍ଭ କରିଛି, ଯାହା ପରେ ବର୍ତ୍ତମାନ ମେଟା ବ୍ଲୁ ସବସ୍କ୍ରିପସନ୍ ପାଇବାକୁ ୟୁଜର୍ସଙ୍କୁ ଟଙ୍କା ଦେବାକୁ ପଡିବ । ଟ୍ୱିଟରର ପେଡ୍ ଯାଞ୍ଚ ପ୍ଲାନ କିଛି ମାସ ପୂର୍ବରୁ ଆରମ୍ଭ ହୋଇଛି, ଯାହା ପରେ ଇନଷ୍ଟାଗ୍ରାମ ଏବଂ ଫେସବୁକରେ ବ୍ଲୁ ଭେରିଫିକେସନ୍ ବ୍ୟାଜ୍ ପାଇବାକୁ ଆପଣଙ୍କୁ ସବସ୍କ୍ରାଇବ କରିବାକୁ ପଡିବ । ମେଟା ଭେରିଫାଏଡ୍ ଫିଚର ଭାରତ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ଲଞ୍ଚ କରାଯାଇଛି। ଯଦି ଆପଣ ମେଟା ଭେରିଫାଏଡ ପାଇଁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଏମିତିରେ ଦେୟ ଦେବା ପରେ ଆକାଉଣ୍ଟ ରେ ବ୍ଲୁ ଟିକ୍ ପାଇବେ ।
ଫେସବୁକ୍ ଏବଂ ଇନଷ୍ଟାଗ୍ରାମ Blue Tick ପାଇଁ କେତେ ଖର୍ଚ୍ଚ ହେବ ଜାଣନ୍ତୁ :
ଭାରତରେ ଉପଭୋକ୍ତାଙ୍କୁ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଆପ୍ ପାଇଁ ମାସକୁ 699 ଟଙ୍କା ଦେବାକୁ ପଡିବ, ଯେତେବେଳେ ୱେବରେ ଏହି ଆପ୍ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କୁ ମାସକୁ 599 ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଏବଂ କେବଳ ସେତେବେଳେ ସେମାନଙ୍କୁ ବ୍ଲୁ ଟିକ୍ ଦିଆଯିବ । ଏଥିପାଇଁ ଉପଭୋକ୍ତାମାନଙ୍କୁ ସରକାରଙ୍କ ଆଇଡି ବ୍ୟବହାର କରିବାକୁ ପଡିବ । ଏହାପରେ ବ୍ଲୁ ଟିକ୍ ଦିଆଯିବ। ଟଙ୍କା ଖର୍ଚ୍ଚ କରିବା ପରେ ଆପଣଙ୍କୁ କମ୍ପାନୀ ଠାରୁ ଅନେକ ସୁବିଧା ମଧ୍ୟ ଦିଆଯିବ ।
ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଟଙ୍କା ଦେଇ ଯାଞ୍ଚ ସେବା ଆରମ୍ଭ କରିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ପୂର୍ବରୁ ଭେରିଫିକେସନ୍ ବ୍ୟାଜ୍ ପାଇଥିବା ୟୁଜର୍ସ କ’ଣ କରିବେ ?ତେବେ ସୂଚନା ଅନୁସାରେ ଏମାନଙ୍କୁ ପୁନର୍ବାର ସେଭଳି କରିବାକୁ ପଡିବ । ଯଦିଓ ଏପର୍ଯ୍ୟନ୍ତ ଏହାକୁ ନେଇ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ । କିନ୍ତୁ ଆପଣ ମଧ୍ୟ ଇନଷ୍ଟାଗ୍ରାମରେ ବ୍ଲୁ ଟିକ୍ ଯଦି ପାଇବାକୁ ଚାହାଁନ୍ତି, ତେବେ ଆପଣ 699 ଟଙ୍କା ଦେଇ ଏହି ସେବା ଆରମ୍ଭ କରିପାରିବେ । କିନ୍ତୁ ସବସ୍କ୍ରିପସନ୍ ବନ୍ଦ ହେବା ମାତ୍ରେ ନର୍ମାଲ ଆକାଉଣ୍ଟକୁ ସ୍ଵିଚ କରିବେ । ତେଣୁ ଯଦି ଆପଣ ଏହାକୁ ସବୁବେଳେ ଚାହୁଁଛନ୍ତି ତେବେ ଅପାଙ୍କ ପ୍ରତି ମାସରେ ଏହାର ରିଚାର୍ଜ କରିବାକୁ ପଡିବ ।