ସପ୍ତାହକ ମଧ୍ୟରେ ଦ୍ବିତୀୟ ଥର ଡାଉନ ହେଲା ଫେସବୁକ ଏବଂ ଇନଷ୍ଟାଗ୍ରାମ୍, ୟୁଜର୍ସଙ୍କୁ ମାଗିଲା କ୍ଷମାପ୍ରାର୍ଥନା

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ସେବା ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବା ଯୋଗୁଁ ୟୁଜର୍ସଙ୍କୁ କ୍ଷମାପ୍ରାର୍ଥନା ମାଗିଛି। ପୂର୍ବରୁ ଶୁକ୍ରବାର ଦିନ ଏପରି ସମସ୍ଯା ଯୋଗୁଁ ୟୁଜର୍ସ ନାହିଁ ନଥିବା ହଇରାଣ ହୋଇଥିଲେ।

ଫେସବୁକ୍ ଜାରି କରିଥିବା କ୍ଷମାପ୍ରାର୍ଥନାରେ କହିଛି କି, କେତେକ ବ୍ୟକ୍ତି ଆମର ‘ଆପ୍‌’ ଏବଂ ‘ପ୍ରଡକ୍ଟ୍‌’ଗୁଡ଼ିକୁ ‘ଆକ୍‌ସେସ୍‌’ କରିବାରେ ଅସୁବିଧାରେ ସମ୍ମୁଖୀନ ହୋଇଥିବା କଥା ଜାଣିବାକୁ ପାଇଛୁ। ଯେତେ ଶୀଘ୍ର ସମ୍ଭବ ସେବାକୁ ସ୍ୱାଭାବିକ କରିବା ଲାଗି ଆମେ କାମ ଚଳାଇଛୁ। ଅସୁବିଧା ପାଇଁ ଆମେ କ୍ଷମାପ୍ରାର୍ଥୀ।

ପ୍ରାୟ ଦୁଇ ଘଣ୍ଟା ପରେ ସେବା ଯୋଗାଣ ସ୍ୱାଭାବିକ ହେବା ପରେ ‘ଫେସ୍‌ବୁକ୍‌’ କହିଲା, ଗତ ଦୁଇ ଘଣ୍ଟା ହେବ ଆପଣମାନେ ଆମ ‘ପ୍ରଡକ୍ଟ୍‌’ ‘ଆକ୍ସେସ୍‌’ କରି ନ ପାରି ଥିବାରୁ ଆମେ ଦୁଃଖିତ। ପରସ୍ପର ସହ ଯୋଗାଯୋଗ କରିବାକୁ ଆପଣମାନେ ଆମ ଉପରେ କେତେ ନିର୍ଭରଶୀଳ ତାହା ଆମେ ଜାଣୁ। ଆମ୍ଭେ ସେ ଅସୁବିଧା ସଜାଡ଼ି ଦେଇଛୁ। ଏ ସପ୍ତାହରେ ଧୈର୍ଯ୍ୟ ଧରି ଥିବାରୁ ଆପଣମାନଙ୍କୁ ଧନ୍ୟବାଦ।

କେତେକ ବ୍ୟବହାରକାରୀ ସେମାନଙ୍କ ‘ଫଟୋ ଓ ଭିଡିଓ ସେୟାରିଂ ସୋସିଆଲ୍‌ ନେଟ୍‌ଓ୍ଵାର୍କିଙ୍ଗ୍‌ ସର୍ଭିସ୍‌’ରେ ଅସୁବିଧାରେ ସମ୍ମୁଖୀନ ହୋଇଥିବା କଥା ରାତି ପ୍ରାୟ ୧ଟା ବେଳେ ‘ଇନ୍‌ଷ୍ଟାଗ୍ରାମ୍‌’ ମଧ୍ୟ ସୁନିଶ୍ଚିତ କରିଥିଲା। ସେଥିରେ ହୋଇଥିବା ଅସୁବିଧା ସୁଧାରି ଦିଆଯାଇଛି ବୋଲି ରାତି ପ୍ରାୟ ୨.୩୦ରେ ‘ଇନ୍‌ଷ୍ଟାଗ୍ରାମ୍‌’ ସୂଚନା ଦେଇଥିଲା।

ସୂଚନାଯୋଗ୍ଯ, ଗତ ଶୁକ୍ରବାର ଦିନ ୭ ଘଣ୍ଟା ପର୍ଯ୍ଯନ୍ତ ସୋସିଆଲ ମିଡିଆ ବନ୍ଦ ରହିବା ଯୋଗୁଁ ୭ ବିଲିଅନ(ଆମେରିକା ଡଲାର) କ୍ଷତି ସହିଥିଲା ଫେସବୁକ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.