କାହିଁକି ନିଜ ନାମ ଏବଂ ଲୋଗୋ ବଦଳାଇଲା ଫେସବୁକ୍‌, ଆପଣଙ୍କ ମନକୁ ଏଇ ପ୍ରଶ୍ନ ଆସୁଥିଲେ ଜାଣନ୍ତୁ କାରଣ

ବର୍ତ୍ତମାନ ଚାରିଆଡେ ଏହି ଖବର ଖେଳି ଯାଇଛି ଯେ ଫେସବୁକ ତାର ନାମକୁ ପରିବର୍ତ୍ତନ କରିଛି। କେବଳ ନାମ ନୁହେଁ ନିଜର ଲୋଗୋକୁ ମଧ୍ୟ ପରିବର୍ତ୍ତନ କରିଦେଇଛି ଫେସବୁକ। ତେବେ କିନ୍ତୁ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ନିହାତି ଭାବରେ ଆସୁଛି ଯେ ଏତେ ପପୁଲାର ଆପ୍‌ ଫେସବୁକ ତାର ନାମକୁ ଏପରି ପରିବର୍ତ୍ତନ କାହିଁକି କଲା ଏବଂ ଲୋଗୋ ଚେଞ୍ଜ୍‌ କରିବା ପଛରେ କାରଣ କଣ ରହିଛି। ଏହି ପ୍ରଶ୍ନ ଆମ ମନରେ ବି ଆସିଲା ଯେ କାହିଁକି ଫେସବୁକ ଏପରି କରିଛି।

ଫେସବୁକରର ସିଇଓ ମାର୍କ ଜୁକରବର୍ଗ ଗତ ଗୁରୁବାର ଘୋଷଣା କରି କହିଛନ୍ତି ଯେ ସେ ନିଜ କମ୍ପାନୀର ନାମ ବଦଳାଇ ମେଟା ପ୍ଲାଟଫର୍ମ ଇଙ୍କ୍‌ କରିବାକୁ ଯାଉଛନ୍ତି। ଜୁକରବର୍ଗ ଫେସବୁକ ମେଟାକୁ ଏକ ଭର୍ଚୁଆଲ ଏନଭାଇରନମେଣ୍ଟ ରୂପ ଦେଇଛନ୍ତି। ଏହାପୂର୍ବରୁ ଫେସବୁକ ଘୋଷଣା କରିଥିଲା ଯେ ସେ ଅଗମେଣ୍ଟେଡ ଏବଂ ଭର୍ଚୁଆଲ ରିୟାଲିଟୀ ପାଇଁ ଅଲଗା ଏକ ଫାଇନାନସିଆଲ ରେଜଲ୍ଟ ପବ୍ଲିସ କରିବ। ଫେସବୁକର ଏହି ନୂଆ ଦୁନିଆରେ ମେଟାଭର୍ସରେ ଲୋକ ଭର୍ଚୁଆଲ ରିୟାଲିଟୀ ହେଡସେଟ ର ଉପଯୋଗ କରି ପରଷ୍ପରକୁ ଭେଟି ପାରିବେ, କାମ କରିପାରିବେ ଏବଂ ଗେମ ମଧ୍ୟ ଖେଳିପାରିବେ।

fbମେଟାଭର୍ସ ଏକ ଭର୍ଚୁଆଲ କମ୍ପ୍ୟୁଟର-ଜେନେରେଟେଡ ସ୍ପେସ, ଯେଉଁଠି ଲୋକମାନେ କଥାବାର୍ତ୍ତା କରିପାରିବେ। ଏହାସହିତ ଏଥିରେ ଅନେକ ବିଜନେସ୍‌ ମଧ୍ୟ ସାମିଲ ରହିଛି। ଯେମିତିକି ଭର୍ଚୁଆଲ ରିୟାଲିଟୀ ହାର୍ଡେଓ୍ଵୟାର ବ୍ରାଞ୍ଚ ଓକୁଲସ ଏବଂ ହୋରିଜନ ଓ୍ଵାଲର୍ଡ, ଅନେକ ଭର୍ଚୁଆଲ ରିୟାଲିଟୀ ସଫ୍ଟେଓ୍ଵୟାର, ଯାହା ଏବେବି ବୀଟା ଟେଷ୍ଟିଙ୍ଗ୍‌ ମୋର୍ଡରେ ରହିଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କୌଣସି ବି କମ୍ପାନୀ ଯେତେବେଳେ ବି ନିଜ ନାମ ପରିବର୍ତ୍ତନ କରିଥାଏ ସେତେବେଳେ ନିଜ ଲୋଗୋକୁ ବି ପରିବର୍ତ୍ତନ କରିଥାଏ। ଫେସବୁକ୍‌ ମଧ୍ୟ ଏମିତି କରିଛି। ଫେସବୁକ ତାର ନୂଆ ଲୋଗୋକୁ ଇନଫିନିଟୀ ସେପରେ ଡିଜାଇନ କରିଛି।

ଫେସବୁକ ଆପ୍‌, ଯେଉଁଠି ୟୁଜର୍ସ ନିଜର ପର୍ସନାଲ ଡିଟେଲ୍ସ ଅପଡେଟକୁ ପୋଷ୍ଟ କରନ୍ତି। ତେବେ ଆପଣଙ୍କୁ ଜଣାଇବବାକୁ ଚାହିଁବୁ ଯେ ଫେସବୁକ ନିଜର ନାମ ବଦଳାଉନାହିଁ, ନା ହିଁ ଇନଷ୍ଟାଗ୍ରାମ, ହ୍ଵାଟସଆପ୍‌ ଏବଂ ଫେସବୁକ ମେସେଞ୍ଜରର ନାମ ପରିବର୍ତ୍ତନ କରୁଛି। କମ୍ପାନୀର କର୍ପୋରେଟ୍‌ ଢ଼ାଞ୍ଚା ବି ବଦଳିବନାହିଁ। କିନ୍ତୁ ଡିସେମ୍ବର୧ ଠାରୁ ଏହାର ଷ୍ଟକ ଏକ ନୂଆ ଟିକର ସିମ୍ବଲ ଏମବିଆରଏସ ଦ୍ୱାରା ବିଜନେସ୍‌ କରିବା ଆରମ୍ଭ କରିଦେବ।

ମେଟାଭର୍ସ ଏକ ନୂଆ ଅନଲାଇନ ସ୍ପେସ ହେବ। ଏହି ସ୍ପେସରେ ଲୋକ ରିୟଲ ଦୁନିଆ ଭଳି ଜଣେ ଜଣଙ୍କ ସହିତ ଇଣ୍ଟରାକ୍ଟ କରିପାରିବେ। ଆଉ ଏହାଦ୍ୱାରା ଆପଣ ଭର୍ଚୁଆଲ ଓ୍ଵାର୍ଲ୍ଡକୁ ଯାଇପାରିବେ। ଏଠାରେ ଆପଣ ଆପଣଙ୍କ ଫ୍ରେଣ୍ଡସ କିମ୍ବା ରିଲେଟିଭଙ୍କ ସହ କଥାବାର୍ତ୍ତା କରି ତାଙ୍କ ସହ ବୁଲିବାକୁ ବି ଯାଇପାରିବେ। ଆପଣ ଏଥିରେ ସପିଂ ବି କରିପାରିବେ। କେବଳ ଏତିକି ନୁହେଁ ଆପଣ ମେଟାଭର୍ସରେ ନିଜର ଘର ଏବଂ ଗାଡି ବି କିଣିପାରିବେ ଏବଂ ତାକୁ ବିଲକୁଲ ରିୟଲ ଦୁନିଆ ଭଳି ବ୍ୟବହାର ବି କରିପାରିବେ। ଏଥିରେ ୟୁଜରଙ୍କ ପାଖରେ ଗୋଟେ କ୍ୟାରେକ୍ଟର ରହିବ ଯାହା ଚାଲିପାରିବ ଏବଂ ଅନ୍ୟ ପ୍ଲାଟଫର୍ମ ସହିତ ରିୟଲ ଓ୍ଵାଲର୍ଡ ଭଳି ଆପଣ ଇଣ୍ଟରାକ୍ଟ ବି କରିପାରିବେ। ଏଥିରେ ୟୁଜର୍ସ ଭଚୁଅର୍ାଲ ଲ୍ୟାଣ୍ଡ ଏବଂ ଅନ୍ୟ ଡିଜିଟାଲ ଆସେସଟସକୁ କ୍ରେପଟୋକରେନ୍ସୀରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.