ଫେସବୁକ ୟୁଜର୍ସଙ୍କ ପାଇଁ ସତର୍କବାଣୀ, ଚୋରୀ ହୋଇପାରେ ଆପଣଙ୍କ ଏହିସବୁୁ ତଥ୍ୟ

ଆଜିକାଲି ସୋସିଆଲ ମିଡିଆ ଆକାଉଣ୍ଟକୁ ନେଇ ସମସ୍ତେ ସଜାଗ୍‌ ରହୁଛନ୍ତି। ହ୍ୟାକିଂ ସହ ଡାଟା ଚୋରୀକୁ ନେଇ ୟୁଜର୍ସ ଏବେ ଆକାଉଣ୍ଟକୁ କିପରି ସୁରକ୍ଷିତ ରଖିବେ ସେ ନେଇ ଚିନ୍ତାରେ ପଡିଛନ୍ତି। ହ୍ଵାଟ୍ସଆପ୍‌ ପରେ ଏବେ ଫେସବୁକକୁ ନେଇ ପ୍ରଶ୍ନ ଉଠିଛି। ୨୦୧୯ରେ ଫେସବୁକରେ ଜଣେ ୟୁଜର୍ସଙ୍କ ଡାଟା ଲିଙ୍କ ହେବାର ଖବର ସାମ୍ନାକୁ ଆସିଥିଲା। ‘ବିଜନେସ୍‌ ଇନସାଇଡର’ ନାମକ େଓ୍ଵବସାଇଟରୁ ଜଣାପଡିଛି ଯେ ହ୍ୟାକରମାନେ ତାଙ୍କ େଓ୍ଵବସାଇଟ ମାଧ୍ୟମରେ ୫୦କୋଟିରୁ ଅଧିକ ଫେସବୁକ୍‌ ୟୁଜର୍ସଙ୍କ ଡାଟା ଚୋରୀ କରିସାରିଛନ୍ତି।

ହ୍ୟାକରମାନେ ୧୦୬ ଦେଶର ୟୁଜର୍ସଙ୍କ ଫୋନ ନମ୍ବର, ଫେସବୁକ୍‌ ଆଇଡି,  ସ୍ଥାନ,  ଜନ୍ମତିଥି ଓ ଇ-ମେଲ ଆଦି ତଥ୍ୟ ଚୋରୀ କରିସାରିଛନ୍ତି। ସୂଚନା ଅନୁଯାୟୀ ୫୦ କୋଟିରୁ ଅଧିକ ଲୋକଙ୍କ ଫୋନ ନମ୍ବର ଓ ପର୍ସନାଲ ଡାଟା ଆଦି ହ୍ୟାକର୍ସମାନେ ସାର୍ବଜନୀନ କରିଛନ୍ତି। ଏଥିମଧ୍ୟରୁ ୬୦ ଲକ୍ଷରୁ ଅଧିକ ଭାରତୀୟଙ୍କ ଡାଟା ରହିଛି। ଏହା ପରେ ଫେସବୁକ ନିଜ ପକ୍ଷରୁ ତଥ୍ୟ ରଖିବାକୁ ଯାଇ କହିଛି ଯେ ଲିକ ହୋଇଥିବା ସମସ୍ତ ଡାଟା ୨୦୧୯ ମସିହା ପୂର୍ବର। ଏହାପରେ କୌଣସି ଡାଟା ଲିକ୍‌ ହୋଇନାହିଁ।

facebook00

ତେବେ ୟୁଜର୍ସଙ୍କ ତଥ୍ୟ ଲିକକୁ ନେଇ ଅନେକ ବାର ଫେସବୁକ ଉପରେ ପ୍ରଶ୍ନ ଉଠିଛି। ଡିସେମ୍ବର ୨୦୧୯ରେ ୟୁକ୍ରେନର ସୁରକ୍ଷା ଅନୁସନ୍ଧାନକର୍ତ୍ତାଙ୍କ ଖବର ଅନୁଯାୟୀ ୨୬ କୋଟି ୭୦ ଲକ୍ଷ ଫେସବୁକ ୟୁଜର୍ସଙ୍କ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ। ତେଣୁ ବିଜନେସ୍‌ ଇନସାଇଡର ଯେଉଁ ଡାଟା ପ୍ରଦାନ କରିଛି ତାହା ଏବେ ବି ଅସ୍ପଷ୍ଟ। ଖବର ଅନୁଯାୟୀ ପୁରୁଣା ଡାଟାରୁ ମଧ୍ୟ ହ୍ୟାକର୍ସମାନେ ୟୁଜର୍ସଙ୍କ ଆକାଉଣ୍ଟକୁ କ୍ଷତି ପହଞ୍ଚାଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.